ସୁନ୍ଦରଗଡ ତା:୪/୪/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ଗ୍ରାମର ସମସ୍ତ ଅଞ୍ଚଳକୁ ପିଇବା ପାଇଁ ପାଣି ଯୋଗାଉଥିବା ପମ୍ପ ହାଉସ ଏବେ ଶୋଚନୀୟ ସ୍ଥିତିରେ ପହଁଚିଛି । ପମ୍ପ ହାଉସର ପରିପାର୍ଶ୍ୱକୁ ଦେଖିଲେ ଜଣାପଡୁଛି ଯେମିତି ଏହାକୁ ଅନେକ ଦିନରୁ ଅବହେଳା କରାଯାଉଛି । ଦେଖିବାକୁ ଗଲେ ପ୍ରଶାସନ ର ଚିନ୍ତା ନାହିଁ ତ କତ୍ତୃପକ୍ଷଙ୍କ ନିଜର ଦାୟିତ୍ୱ ନାହିଁ ସତେ ଯେମିତି ଭଗବାନଙ୍କ ଭରସାରେ ଚାଲିଛି । ପମ୍ପ ହାଉସ କୁ ଯିବାପାଇଁ ଯିବାପାଇଁ ରାସ୍ତାକୁ ଅଧ ପନ୍ତରିଆ ଭାବରେ ଅନେକ ଦିନରୁ ତିଆରିରେ ଅବହେଳା କରାଯାଉଥିବା ଦେଖିବାକୁ ମିଳିଛି । ସରକାର ଏବେ ସ୍ୱଚ୍ଛ ଭାରତ ଅଭିଯାନର ଡାକରା ଦେଉଥିବା ବେଳେ ଏହି ଅଭିଯାନକୁ କିପିରୁ ଭାବରେ ପ୍ରଶାସନ ତିରସ୍କାର କରିବାର ନଗ୍ନ ଉଦାହରଣ ଏହି ପମ୍ପ ହାଉସରେ ଦେଖିବାକୁ ନାହିଁ । ସେଠାରେ ଅନେକ ସମୟରେ ମଦୁଆଙ୍କ ଭିଡ଼ ଜମି ପମ୍ପ ହାଉସର ପରିପାର୍ଶ୍ଵ ମଦ ବୋତଲ, ପଲିଥିନ ସହିତ ଅନେକ ଅଳିଆ ଆବର୍ଜନାରେ ପୋତି ହୋଇଥିବା ଦେଖୀବାକୁ ମିଳିଛି । ଏହି ପମ୍ପ ହାଉସର ପାଚେରୀ ନଥିବା କାରଣରୁ ଲୋକେ ଓ ପଶୁମାନେ ପଶି ପଡିଥିବା ଭଙ୍ଗା ବୋତଲ କାଚ ଗୋଡ଼ରେ ପଶି ଦୁର୍ଘଟଣାର ଶିକାର ହେଉଛନ୍ତି । ପ୍ରଶାସନର ସହିତ କତ୍ତୃପକ୍ଷଙ୍କ ନିଦ୍ରା କେବେ ଖୋଲିବ ତାହା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଛି ।
ସବଡେଗା ଆରଡବ୍ଲୁଏସଏସ ପମ୍ପ ହାଉସ ଶୋଚନୀୟ ସ୍ଥିତି, ପାଲଟିଛି ମଦୁଆଙ୍କ ପେନ୍ଥ ସ୍ଥଳ
|
April 4, 2022 |