ସୁନ୍ଦରଗଡ ତା:୩୦/୯/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ସବଡେଗା ବ୍ଲକ ଅନ୍ତର୍ଗତ କାର୍ଯ୍ୟ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ମଧ୍ୟରୁ ୩୪ ଜଣକୁ ପଦୋନ୍ନତି କରାଯାଇଛି ।ସବଡେଗା ବ୍ଲକ ଶିକ୍ଷା ଅଧିକାରୀ ତନୁଲତା ବେହେରାଙ୍କ ନେତୃତ୍ୱରେ ପଦୋନ୍ନତି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଛି । ବ୍ଲଜର ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷାର ଉନ୍ନତି ପାଇଁ ତତ୍ପର ହେବାପାଇଁ ସେ ଆହ୍ୱାନ ଦେଇଥିଲେ । ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସବଡେଗାର ୩୪ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି
|
September 30, 2021 |
