ସୁନ୍ଦରଗଡ଼ ତା:୧୬/୧୧/୨୦୨୧( ସନ୍ଧାନ ନିଉଜ / ରାଜୁ ପଟେଲ ) ସବଡେଗା ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଧାନ ସଂଗ୍ରହ କରିବା ନେଇ ଏକ ପରୀକ୍ଷଣ ସଭା ଅନୁଷ୍ଠିତ ହୋଇ ଯାଇଛି । ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସବଡେଗାରେ ଏକ ଧାନ ପ୍ରଶିକ୍ଷଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ବ୍ଲକର ଅଗ୍ରଣୀ ଚାଷୀଙ୍କୁ ନିମନ୍ତ୍ରଣ କରା ନ ଯାଇ ଗତ ବର୍ଷ ନିଜ ମତମୁତାବକ କାର୍ଯ୍ୟ ତୁଲାଇଥିବା ଅଭିଯୋଗ ହୋଇଥିଲା । ଚାଷୀମାନଙ୍କୁ ଅଣଦେଖା କରି ଏବର୍ଷ ମଧ୍ୟ କିଛି ଚାଷୀ ସହିତ ସମବାୟ କର୍ମଚାରୀଙ୍କୁ ନେଇ
କାର୍ଯ୍ୟ କରିବା ଶ୍ରୀଯୁକ୍ତ ସବଡେଗା କୃଷକ ସଂଘର ସସଭ୍ୟ ମନୋଜ ପଟେଲ, ଅନୀଲ ବେହେରା, ଶୁଭେନ୍ଦୁ ନାଏକ,ଗୁଳସନ ବାରୁଆ ପ୍ରମୁଖ ଅଭିଯୋଗ କରିଥିଲେ । ସଭାରେ ହଟଗୋଲ ପରିବେଶ ସୃଷ୍ଟି ହୋଇପଡିଥିଲା । କେଉଁ ଉଦେଶ୍ୟ ନେଇ ସମବାୟ ଅଧିକାରୀ ତଥା ଲ୍ୟାମ୍ସ ଅଧିକାରୀ ଏପରି ଆଚରଣ କରୁଛନ୍ତି ତାହା ଦୃଷ୍ଟିରେ ରଖି ହଟଗୋଲ ପରିବେଶ ସୃଷ୍ଟି ହୋଇଥିଲା । ଏହା ପରେ ସ୍ଥାନୀୟ ଚାଷୀଙ୍କ ନଜରରେ ଆସିବା ପରେ ଅନେକ ଅଗ୍ରଣୀ ଚାଷୀ ଯୋଗ ଦେଇ ଧାନର ପ୍ରକାର,ଓ ତାର ସରକାରୀ ଦର ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଧାନର ଗୁଣାତ୍ମକ ମାନ ସହିତ ତାର ଆଦ୍ରତା ବିଷୟରେ ପ୍ରଶିକ୍ଷଣ ଶିବୀରରେ ଆଲୋଚନା କରାଯାଇଥିଲା । ଏହି ପଶିକ୍ଷଣ ଶିବିରରେ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟିର ଜିଲ୍ଲା ସମ୍ପାଦକ ବନମାଲି ପଟେଲ ଉପସ୍ଥିତ ରହିବା ସହିତ ଅନେକ ଅଫିସ କର୍ମଚାରୀ ଉପସ୍ଥିତ ଥିଲେ ।
ସବଡେଗାରେ ଧାନ ସଂଗ୍ରହ ସକାଶେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ,ଚାଷୀ ଅସନ୍ତୋଷ
|
November 17, 2021 |



