ସୁନ୍ଦରଗଡ ତା:୧୪/୧/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସବଡେଗା ବ୍ଲକ ସହିତ ତାର ସମସ୍ତ ଅଞ୍ଚଳରେ ମଦର ଅନବରତ ବନ୍ୟା ଫଳରେ ଅଞ୍ଚଳ ରେ ଚୋରି ଓ ଭୟର ବାତାବରଣ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଦେଶୀ ମଦ ର ସୁଅ ପ୍ରତ୍ୟେକ ଗ୍ରାମରେ ଭାଳେଣି ପଡିଥିବାବେଳେ ବିଦେଶୀ ମଦ ସାପ୍ତାହିକ ହାଟ ସାଜିଛି ତାର ପୃଷ୍ଠଭୂମି । ସାପ୍ତାହିକ ହାଟ ଉପରେ ବିଦେଶୀ ମଦ ଦୋକାନ ଥିବା ବେଳେ ସନ୍ଧ୍ୟା ସମୟରେ ସାପ୍ତାହିକ ହାଟ ମଦୁଆ ମାନଙ୍କ ପାଇଁ ସାଜେ ବାର୍ । ତା ସହିତ ସବଡେଗା ବସଷ୍ଟାଣ୍ଡ ରୁ ବାଙ୍କୋପଡ଼ା ଛକ ମଝିରେ ଅନେକ ଦୋକାନରେ ବିଦେଶୀ ମଦ ବିନା ବାଧାରେ ବିକ୍ରି ହେଉଥିବା ବେଳେ ସନ୍ଧ୍ୟା ସମୟ ପରେ ଚାଲେ ମଦୁଆ ମାନଙ୍କ ରଙ୍ଗ ମହଲ ବୋଲି ଅନେକ ସମୟରେ ଅଭିଯୋଗ ଆସୁଥିବାର ଦେଖିବାକୁ ମିଳୁଛି ।ହେଲେ କଥା ରହିଲା କାହା ବଳରେ ମଦୁଆମାନେ ଏହି ସବୁ କାର୍ଯ୍ୟ କରୁଛନ୍ତି ତାହା ପ୍ରଶ୍ନ ଘେରରେ ରହିଛି ।ମଦ ବୋତଲ ସବୁ ମଝି ହାଟରେ ପଡ଼ି ରହିବା ସହିତ ବିଦେଶୀ ମଦ ଦୋକାନ ପରିସରରେ ମଦ ବୋତଲରେ ଭରି ରହିବା ସହିତ ଅନେକ ଅଳିଆ ଆବର୍ଜନା ପଡ଼ି ରହିବା ପରିବେଶ କୁ ଦୂଷିତ କରିବା ସହିତ ହାଟରେ ଆସୁଥିବା ଛୋଟ ଛୋଟ ଛୁଆ ମାନଙ୍କ ଉପରେ ଖରାପ ପ୍ରଭାବ ପଡିବାର ସୂଚନା ରହିଛି ।ଏହି ମଦ କାରଣରୁ ଅନେକ ସମୟ ଧରି ଅଞ୍ଚଳରେ ଚୋର ଦଳ ଜୋର୍ ସୋରରେ ସକ୍ରିୟ ଥିବା ଦେଖିବାକୁ ମିଳୁଛି । ତା ସହିତ ପ୍ରଶାସନ ର ଖାମଖିଆଲି ମନୋଭାବ ପାଇଁ ଆଜି ଲୋକଙ୍କ ଜୀବନ ବିପଦରେ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ସ୍ଥାନୀୟ ପ୍ରଶାସନ ତଥା ବ୍ଲକ ପ୍ରଶାସନ ଏଥିରେ ଦୃଷ୍ଟି ନ ଦେବା ପ୍ରଶ୍ନ ଘେରରେ ରହିଛି । ତା ସହିତ ଅଞ୍ଚଳର ଆରକ୍ଷୀ ବିଭାଗଙ୍କ ଉଦାସୀନ ମନୋଭାବ ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇବାରେ ଲାଗିଛି । ଦେଖିବାକୁ ବାକି ରହିଲା ଅଞ୍ଚଳବାସି ମଦୁଆ ଓ ଚୋର ଉପରୁ ନିଜକୁ ସୁରକ୍ଷିତ ମନେ କରିବେ ।
ସବଡେଗାରେ ଚାଲିଛି ମଦର ବନ୍ୟା,ସାପ୍ତାହିକ ହାଟ ସାଜିଛି ପୃଷ୍ଠ ଭୂମି
|
January 14, 2025 |