ସୁନ୍ଦରଗଡ ତା:୧/୬/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ନେତାଜୀ କ୍ଲବ ପକ୍ଷରୁ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ନେତାଜୀ କ୍ଲବ ପକ୍ଷରୁ ଆଠ ବର୍ଷ ଉପଲକ୍ଷେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦ ଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ଏହି ପଦ ଯାତ୍ରାକୁ ସଂପନ କରାଯାଇଥିଲା । ସବଡେଗା ନେତାଜୀ ବ୍ଲକ ପରିସରରେ ଏକ ସଭା ଆୟୋଜନ କରାଯାଇ କୃଷକ ମାଙ୍କର ଗରିବ କଲ୍ୟାଣ ଯୋଜନାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଂସଦ ଜୁଏଲ ଓରାମ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଏହି ସଭାରେ ସ୍ଥାନୀୟ ବିଧାୟକ ଭବାନୀ ସଙ୍କର ଭୋଇ ଯୋଗଦେଇ ମୋଦିଙ୍କ ଯୋଜନାର ପ୍ରତ୍ୟେକ ଯୋଜନାର ପ୍ରତିଫଳନ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ବିଜେପି କର୍ମୀ ଯୋଗଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ କରିଥିଲେ । ଆଗାମୀ ଦିନରେ କୃଷକ ମାନଙ୍କ ପ୍ରତି ଯାହା ସହଯୋଗ ମିଳିବା କଥା ଯଥା ଶ୍ରମ କାଡ଼ କୁ ନେଇ ସହଯୋଗ ମିଳୁଥିବା କୃଷକଙ୍କୁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଭବାନୀ ସଙ୍କର ଭୋଇ ଅବଗତ କରାଇବା ସହିତ ଆଗାମୀ ଦିନରେ ଅନେକ ଯୋଜନାରେ ସୁବିଧା ମିଳିବାର କୃଷକ ମାଙ୍କୁ ଅବଗତ କରାଇଥିଲେ ।
ସବଡେଗାରେ କୃଷକ ସମାବେଶ
|
June 2, 2022 |



