ସୁୁୁ୍ନ୍ଦରଗଡ଼଼, ୨୦ /୦୧/୨୦୨୦ (ସନ୍ଧାନ ନିଉଜ) : ପୌରରିଷଦ ଭାଙ୍ଗିବା ପରେ ପ୍ରାୟ ବର୍ଷେ ରୁ ଉର୍ଦ୍ଧ୍ୱ ହେବ ଜିଲ୍ଲାପାଳ ଙ୍କ ତତ୍ତ୍ୱାବଧାନରେ ମ୍ୟୁନିସିପାଲଟି ପରିଚାଳିତ ହୋଇ ଆସୁଛି । ତେବେ ଏବେ ଏଠାରେ ପରିଚାଳନାଗତ ତୃଟୀ ପରିଲକ୍ଷିତ ହୋଇଥିବା ନେଇ ସହରର କେତେକ କେତେକ ବୁଦ୍ଧିଜିବୀ ଏବଂ ପୂର୍ବତନ କାଉନସିଲର ଅଭିଯୋଗ ଆଣିଛନ୍ତି । ଯଦ୍ଦ୍ୱାରା କି ସୁନ୍ଦରଗଡ଼ ସହରବାସୀ ଅନେକ ମୌଳିକ ସେବା ସୂଚାରୁ ଭାବେ ପାଇପାରୁ ନ ଥିବା କୁହାଯାଇଛି । ସହରର ମହାଦେବ ପଡା ଠାରେ ମ୍ୟୁନିସିପାଲଟି ପକ୍ଷରୁ ନିର୍ମାଣଧୀନ ବର୍ଜ୍ୟବସ୍ତୁ ରି-ସାଇକ୍ଲିଂ ପ୍ଲାଣ୍ଟ କୁ ନେଇ ଜନ ଅସନ୍ତୋଷ ବଢ଼ିଥିବା ବେଳେ ଅନ୍ୟପଟେ ସହର ବାହାରର ଜନୈକ ଠିକାଦାର ଙ୍କୁ ସୁହାଇଆ ଭଳିଆ ବ୍ୟବସ୍ଥା କରାଯାଇ କରି ପୌର ପାଳିକା ର ସଫେଇ କାମକୁ ହସ୍ତାନ୍ତର କରିବାକୁ ମସୁଧା କରାଯାଉଥିବା ଅଭିଯୋଗ ହୋଇଛି ।
ସୁନ୍ଦରଗଡ଼ ସହର ର ୧୪ ଟି ୱାର୍ଡ଼ ର ସଫେଇ ପାଇଁ ପୂର୍ବରୁ ହେଉଥିବା ବାର୍ଷିକ ଟେଣ୍ଡରରେ ପ୍ରାୟ ୧୪୦ ରୁ ଅଧିକ ସଫେଇ କର୍ମଚାରୀ କାମ କରୁଥିବା ବେଳେ ଏହି କାମ ବାବଦକୁ ୨୧ ଲକ୍ଷ ଟଙ୍କା ଦିଆଯାଉଥିଲା । କିନ୍ତୁ, ସମସ୍ତ ୧୯ ଟି ୱାର୍ଡ କୁ ସଫେଇ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହି ସମସ୍ତ ୱାର୍ଡ଼ ପାଇଁ ମାସିକ ୪୩ ଲକ୍ଷ ଟଙ୍କା ଅଟକଳ କରାଯାଇଥିଲା । ୨୦୨୦ରେ ସମସ୍ତ ୧୯ ଟି ୱାର୍ଡ଼ ପାଇଁ ଡ଼ିସେମ୍ବର ୨୩ ତାରିଖରେ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏହି ଟେଣ୍ଡରର ଶେଷ ପତାରିଖ ଜାନୁଆରୀ ୧୪ ଧାର୍ଯ୍ୟ ହୋଇଥିବା ବେଳେ ୨୦ ତାରିଖ ଟେଣ୍ଡର ଖୋଲାଯିବା ଧାର୍ଯ୍ୟ ହୋଇଥିଲା । କିନ୍ତୁ ଉକ୍ତ ଟେଣ୍ଡର କୁ ବାତିଲ କରାଯାଇ ପୁନର୍ବାର ଜାନୁଆରୀ ୨ ତାରିଖରେ ପୁନର୍ବାର ଟେଣ୍ଡର ଆହ୍ୱାନ କରାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଏହି ଟେଣ୍ଡରକୁ ବାର୍ଷିକ ପରିବର୍ତ୍ତେ ତିନି ବର୍ଷିଆ କରାଯିବା ସହ ୧୯ ଟି ୱାର୍ଡ଼ର ସଫେଇ ଏବଂ ବର୍ଜ୍ୟବସ୍ତୁ ସଂଗ୍ରହ ସକାଶେ ମାସିକ ୪୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଯଦ୍ଦ୍ୱାରା ଏବେ ସେହି କାମକୁ ଏଣିକି ୪୩ ଲକ୍ଷ କରାଯିବା ପ୍ରାୟ ୧୫.୪୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।କ ଟଙ୍କା ଦେବାକୁ ପଡ଼ିବ । ଏଥିରେ ଅନେକ ଅନିୟମିତା ଥିବା ଅଭିଯୋଗ ଆଣି ସ୍ଥାନୀୟ ଠିକାଦାର ମାନେ ପୌରନିର୍ବାହୀ ଅଧିକାରୀଙ୍କୁ ଟେଣ୍ଡର କୁ ବାତିଲ କରି ନୂତନ ଭାବରେ ଟେଣ୍ଡର କରିବାକୁ ଅନୁରୋଧ କରିଥିଲେ । ତେବେ ନୂତନ ସର୍ତ୍ତ ଅନୁଯାୟୀ ବର୍ଷକ ବଦଳରେ ତିନି ବର୍ଷ ପାଇଁ ଟେଣ୍ଡର ହେଉଥିବା ସ୍ଥଳେ ଠିକା ସଂସ୍ଥାକୁ ଅଧିକ ଇ ଏମ୍ ଡି ଦେବାକୁ ପଡ଼ିବ ।ଏହାଛଡ଼ା ଓଡ଼ିଶା ମ୍ୟୁନିସିପାଲଟିି ଏକ୍ଟ୍ ସହିତ ପିଡ଼ବ୍ଲ୍ୟୁଡ଼ି ଆକ୍ଟ କୁ ଉଲ୍ଲଘଂନ୍ନ କରାଯାଇତିବା କୁହାଯାଇତିବା ବେଳେ ଠିକାଦାର ତଥା ଠିକା ସଂସ୍ଥା ନାମରେ ୫ ଟି ଗାଡି ରହି ଥିବା ଆବଶ୍ୟକ । ତେବେ ଏହି ସର୍ତ୍ତ କାହା ପାିଁ ଉଦ୍ଦିଷ୍ଟ ବୋଲି ଅନ୍ୟ କେତେକ ଠିକାଦାର ଅଭିଯୋଗ କରିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ବାହାରିଆ ଠି୍କା ସଂସ୍ଥାକୁ ଟେଣ୍ଡର ଦିଆଯିବା ନିମନ୍ତେ ଏହା ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ଆସିଛି ।