ସଫା ହେଲେ ପଚା କାଦୁଅ, ଅଳିଆ ଆବର୍ଜନା

Spread the love

ବାରିପଦା, ୧୪/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ସନ୍ଧାନ ରେ ଖବର ପ୍ରକାଶିତ ହେବା ପରେ ବାରିପଦା ପୌରପରିଷଦ କର୍ତ୍ତପକ୍ଷଙ୍କ ଚେତାପଶିଛି ୱାର୍ଡ ନମ୍ବର ୧୪ର ଶୂନଗଡିଆରୁ ଗଳାପୋଲ ଦେଇ ଟିଭି ହସ୍ପିଟାଲ ରାସ୍ତାଧାରରେ ଯାଇଥିବା ଡେକୁ ସଫା କରଯାଇଛି । ପଚା ଦୁର୍ଗନ୍ଧ ଓ ପୋକ ସାଲୁବାଲୁ ପରିବେଶରେ ଜୀବନ ଅତିବାହିତ କରୁଥିବା ସ୍ଥାନୀୟବାସିନ୍ଦା ଏବେ ଏଥିରୁ ଟିକେ ଆଶ୍ବସ୍ତି ପାଇଛନ୍ତି । ଘରୁ ବାହାରିଲେ ଆଉ ମୁହଁରେ କପଡା ଦେବାକୁ ପଡିବନି । କବାଟ ବନ୍ଦ କରି ଘରେ ରହିବାକୁ ହେବନି କାରଣ ଦୀର୍ଘଦିନ ପରେ ପୌର କର୍ତ୍ତୃପକ୍ଷ ଏହି ଡ୍ରେନ୍ ରୁ ଅଳିଆ ଆବର୍ଜନା ସବୁ ସଫା କରୁଛନ୍ତି । ଏହି ଡ୍ରେନ୍ ସମସ୍ୟା ବାବଦରେ ମୃଙ୍ଗଳବାର ସନ୍ଧାନ ଖବର ପ୍ରକାଶ ପାଇବା ପରେ ନୂତନ ଭାବେ ନିଯୁକ୍ତି ପାଇଥିବା ପୌର ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପି ଅବୈଷା ରେଢ଼ିଙ୍କ ନିର୍ଦ୍ଦେଶକ୍ରମେ ବୁଧବାରଠାରୁ ଡ୍ରେନ୍ ସଫା କାର୍ଯ୍ୟ ଆରମ୍ଭ ହୋଇଛି । ବାରିପଦା ପରିମଳ, ନିରୀକ୍ଷକ ସନ୍ତୋଷ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ସଫେଇ କର୍ମଚାରୀମାନେ ଡ୍ରେନ୍ ସଫା କରିଛନ୍ତି । ଗୁରୁବାର ସ୍ଥାନୀୟ ଡ୍ରରେ ଜେବି ଲଗାଇ ଅଳିଆ ଆବର୍ଜନା ସଫା କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ଶୂନଗଡିଆରୁ ଟିଭ ହସ୍ପିଟାଲ ଦେଇ ଯାଇଥିବା ଡ୍ରେନ୍ ସଫା ହେଉ ନ ଥିବାରୁ ପଙ୍କ, ଅଳିଆ ଆବର୍ଜନା ସବୁ ପଚିସଢି ଜମାଟ ବାନ୍ଧି ରହୁଥିଲା । ଫଳରେ ଟ୍ରେନ୍ ପାଣି ନିଷ୍କାସନ ହୋଇ ନ ପାରି ଘର ଭିତରକୁ ପଶୁଥିଲା । ଡ୍ରେନ୍ ସଫା କରିବା ସହ ଏହାର ସମ୍ପ୍ରସାରଣ ପାଇଁ ସ୍ଥାନୀୟ ବାସିନ୍ଦା । ପୌର କର୍ତ୍ତୁପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି କିନ୍ତୁ କିଛି ଶୁଣୁ ନ ଥିଲେ । ଏନେଇ ଖବର ପ୍ରକାଶ ହେବାପରେ ପୌର ପ୍ରଶାସନ ତ୍ରେନ୍ ସଫା କରୁଥିବା ଦେଖିବାକୁ ମିଳିଛି ହେଲେ ସ୍ଥାନୀୟ ବାଘଡାରୋଡ ଲେବୁଲ କ୍ରସିଂ ପାଖରେ ଡ୍ରେନ୍ ର ପୁନଃଉଦ୍ଧାର କରାଯାଇ ନ ଥିବାରୁ ଏବେବି ଅଳିଆ ଆବର୍ଜନା ପାଣି ସବୁ ରାସ୍ତା ଅନବରତ ଭାଶୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଖାଲି ଡ୍ରେନ୍ ସଫା କରି ଦେଲେ ହେବନି । କାରଣ ଏହି ରାସ୍ତା ବହୁତ ନିତ ହୋଇଥିବାରୁ ଅଧିକାଂଶ ସମୟ ପାଣି ଜମାଟ ବାନ୍ଧି ଘର ଭିତରକୁ ପଶୁଛି । ତେଣୁ ଡ୍ରେନ୍ ର ସମ୍ପ୍ରସାରଣ କରିବା ସହ ରାସ୍ତାର ମରାମତି କରିବାକୁ ଦାବି ହୋଇଛି ।

Related Posts

About The Author

Add Comment