ସଫଳ ଆମ୍ବ ଚାଷୀ ନାଥ ସାଆନ୍ତା; ଆଦିବାସୀ ଇଲାକାର ଲୋକଙ୍କୁ ସ୍ୱାବଲମ୍ବୀ କରିଛି ଆମ୍ବ

Spread the love

ବୈପାରିଗୁଡା,୧୪/୬ (ସନ୍ଧାନ ନିୟୁଜ) – ସଫଳ ଆମ୍ବ ଚାଷୀ ନାଥ ସାଆନ୍ତା । ଆଦିବାସୀ ଇଲାକାର ଲୋକଙ୍କୁ ସ୍ୱାବଲମ୍ବୀ କରିଛି ଆମ୍ବ ।କୋରାପୁଟ ଜିଲ୍ଲାର ଶହ ଶହ ଚାଷୀ ଉପକୃତ ହୋଇଛନ୍ତି ।ଏଠାରେ ଅମଳ ହୋଇଥିବା ଉନ୍ନତମାନର ଆମ୍ବ ରାଜ୍ୟ ସହିତ ଦେଶର ବିଭିନ୍ନ ଅଂଚଳକୁ ପଠାଯାଉଛି । ଯେଉଁ ଢିପ ଜମି ପୂର୍ବରୁ ପଡିଆ ପଡୁଥିଲା, ଏଥିରେ ଏବେ ସୁଆଦିଆ ଆମ୍ବ ଫଳାଇବାରେ ସଫଳ ହେଉଛନ୍ତି ଆମ୍ବ ଚାଷୀ । ତେବେ ଶୀତଳ ଭଣ୍ଡାର ଅଭାବରୁ ଅନେକ ସ୍ଥାନରେ କମ ମୂଲ୍ୟରେ ଆମ୍ବ ବିକ୍ରି ହେଉଥିବା ଅଭିଯୋଗ ମଧ୍ୟ ଆସୁଛି । ଯଦି ସରକାରୀ ପ୍ରୋତ୍ସାହନରେ ଶୀତଳ ଭଣ୍ଡାର ଓ ଆମ୍ବ ମଣ୍ଡି ହୋଇପାରନ୍ତା, ତେବେ ଆମ୍ବର ଉପଯୁକ୍ତ ମୁଲ୍ୟ ଏବଂ ଦର ପାଇପାରନ୍ତେ ଆମ୍ବଚାଷୀ ।ଏହି ଭଳି ଏକ ବିରଳ ଆମ୍ବ ଚାଷୀ ଙ୍କୁ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଖଜୁରିପୁଟ ଗ୍ରାମର ନାଥ ସାଆନ୍ତା ।ନାଥ ସାଆନ୍ତା ଙ୍କ ପରିବାର ଅତି ଗରିବ ଶ୍ରେଣୀର ।ନାଥ ସାଆନ୍ତା ଙ୍କ ଘର କହିଲେ ଚାଳ ଛପର ଛୋଟ କୁଡ଼ିଆ କୁ ହିଁ ବୁଝାଏ ।ଏହି ଚାଳ ଛପର କୁଡ଼ିଆ କୁ ଦେଖିଲେ ଯେମିତି ପବନ ରେ ଉଡି ଛାର ଖାର ହୋଇଯିବ ବୋଲି ମନେହୁଏ ।ଆଗରୁ ନାଥ ସାଆନ୍ତା ଙ୍କ ୫/୬ ଏକର ଜମିରେ ଅଳସୀ, ମାଣ୍ଡିଆ, କୋଳଥ ଚାଷ କରି ବହୁତ କମ ଉତ୍ପାଦନ ପାଉଥିଲେ କିନ୍ତୁ ଏ ବର୍ଷ ନାଥ ସାଆନ୍ତା ଙ୍କୁ ଜିଲ୍ଲାର – ITDA (OTELP) ପ୍ରକଳ୍ପର ସହଯୋଗ ଏବଂ CYSD ଅନୁଷ୍ଠାନ ର ମିଳିତ ପ୍ରୟାସ ରେ ରାଜ୍ୟରେ ଥିବା ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାଥ ସାଆନ୍ତା ଙ୍କୁ ଆମ୍ବ ପ୍ରଶିକ୍ଷଣ ଦିଆଯାଇଛି ।ଯାହାଫଳରେ କି ନାଥ ସାଆନ୍ତା ନିଜେ ଆମ୍ବ ଚାଷ ପ୍ରତି ମନୋଲଭା ହୋଇ ଆଜକୁ ଦୁଇ ବର୍ଷ ହେବ ଆମ୍ବ ଚାଷ କରି ଆସୁଛନ୍ତି ।ନାଥ ସାଆନ୍ତା ଙ୍କ ବାଡ଼ି ବଗିଚାରେ ପବନରେ ଲହଡା ଭାଙ୍ଗୁଛି ସୁଆଦିଆ ପାଚିଲା ଆମ୍ବ । ପୂର୍ବରୁ ଏହି ଢ଼ିପ ଜମି ପଡ଼ିଆ ରହୁଥିବା ବେଳେ ଏ ବର୍ଷ କୋରାପୁଟ ଜିଲ୍ଲାର – ITDA(OTELP) ପ୍ରକଳ୍ପ ଏବଂ CYSD ଅନୁଷ୍ଠାନ ର ତରଫରୁ ୫/୬ ଏକର ଜମିରେ ଆମ୍ବ ଚାଷ କରିଥିଲେ ନାଥ ସାଆନ୍ତା ।ଚଳିତ ବର୍ଷ ବହୁ ଅମଳ ହୋଇଥିଲେ ହେଁ ଆମ୍ରପଲି, ମଲିକା, ଆଖୁରସ, ଦଶେରା ଓ ବାଇଗଣପଲି କିସମର ଉନ୍ନତମାନର ଆମ୍ବକୁ ନିଜ ବାଡିରୁ ୨୦ରୁ ୩୦ ଟଙ୍କା କିଲୋ ପିଛା ବିକ୍ରି କରୁଛନ୍ତି ନାଥ ସାଆନ୍ତା ।ଖୁସିର ଖବର ଯେ, ଏବେ ନାଥ ସାଆନ୍ତା ଙ୍କ ଆମ୍ବ ଦିଲ୍ଲୀରେ ବିକ୍ରି ହେଉଛି ତେଣୁ ବର୍ତ୍ତମାନ କୋରାପୁଟ ଜିଲ୍ଲାବାସୀ ବହୁ ଗର୍ବିତ ହେବା ସଙ୍ଗେ ସଙ୍ଗେ ନାଥ ସାଆନ୍ତା ଙ୍କ ଗ୍ରାମବାସୀ ଙ୍କ ମନ ମଧ୍ୟ ଖୁସିରେ ଫୁଲି ଉଠିଛି ।ଏହି ବିଷୟରେ କୋରାପୁଟ CYSD ଅନୁଷ୍ଠାନର କର୍ମୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାସ ଙ୍କୁ ପଚାରିବାରୁ କେବଳ  ନାଥ ସାଆନ୍ତା ନୁହଁନ୍ତି, ତାଙ୍କ ପରି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ରେ ୨୧ଟି ଗ୍ରାମରେ ୨୮୬ ଜଣ ଚାଷୀ ୨୯୫ ଏକର ଜମିରେ ଆମ୍ବ ଚାଷ କରି ଚାଷୀ ଏବେ ଆମ୍ବ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ଏବଂ ଖୁସିରେ ରହୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।ତେବେ ଆମ୍ବର ଉପଯୁକ୍ତ ବଜାର ପାଇଁ ନା’ ଅଛି ମଣ୍ଡି ବ୍ୟବସ୍ଥା, ନା’ ଅଛି ଶୀତଳ ଭଣ୍ଡାର । ଫଳରେ ସଠିକ୍ ମୂଲ୍ୟ ମିଳୁନଥିବା ଅଭିଯୋଗ କରୁଛନ୍ତି ଚାଷୀ ।ଆଦିବାସୀ ଅଂଚଳର ଜୀବନକୁ ବଦଳାଉଛି ଆମ୍ବ ଚାଷ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment