ସନ୍ଧ୍ୟା ସମୟରେ “ଗୋ ” ଚାଲାଣ

Spread the love

ସୁନ୍ଦରଗଡ ତା:୨୬/୧୧/୨୦୨୪(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସାରା ଭାରତରେ ଗୋ ମାତାକୁ ପୂଜା କରି ଆସୁଥିବା ବେଳେ ଅନେକ ସମୟ ଧରି ସୁନ୍ଦରଗଡ ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀ ଗୋରୁ ଚାଲାଣ ର କେନ୍ଦ୍ରବିନ୍ଦୁ ପାଲଟିଛି । ଅଞ୍ଚଳର କେତେକ ଉଚ୍ଚ ସ୍ତରୀୟ ଲୋକ ସହିତ ଅଞ୍ଚଳର କେତେକ ପୁଞ୍ଜିପତି ଓ ସରକାରୀ କର୍ମକର୍ତ୍ତା ଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ବିନା ବାଧାରେ ଚାଲିଥିବା ବୁଦ୍ଧିଜୀବୀ ମହଲରେ ଅନେକ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ କେନ୍ଦ୍ରକରି ଗୋଚାଲାନ ହେଉଥିବା ସମୟରେ ସବଡେଗା ଅଞ୍ଚଳବାସି ସବଡେଗା ହନୁମାନ ମନ୍ଦିର ନିକଟରେ ଗୋଚାଲାନ ହେଉଥିବା ସମୟରେ ଦୁଇଜଣଙ୍କୁ କାବୁ କରୁଥିବା ସମୟରେ ଜଣେ ପଳେଇ ଯିବାକୁ ସକ୍ଷମ ହୋଇଥିବା ବେଳେ ଜଣେ ଧରାପଡିଥିବା ସୁତ୍ରରୁବପ୍ରକାଶ । ସୂଚନା ଅନୁସାରେ ଧରା ପଡ଼ିଥିବା ପପୁ ବାରିକ ତୁମଲିଆ ଗ୍ରାମର ହୋଇଥିବା ସହ ଆଉ ସାତ ଜଣ ଏଥିରେ ସଂଶ୍ଳିଷ୍ଟ ଥିବା ଅଭିଯୁକ୍ତ ଜଣାଇଥିବା ଜଣାପଡିଛି । ସୂଚନା ଅନୁସାରେ କିଞ୍ଜିରକେଲା ଥାନା ଅନ୍ତର୍ଗତ ତିଲେଇକାନି ପଞ୍ଚାୟତ ର ସିକାଯୋର୍ ଗ୍ରାମରେ ପ୍ରତ୍ୟେକ ବୁଧବାର ଗୋରୁ ବଜାର ଲାଗେ ଓ ଗୋରୁ ମାଫିଆ ମାନେ ରାତ୍ରି ସମୟ ଗୋରୁ ଚଳାଇ ନେଉଥିବା ଅନେକ ସମୟଧରି ଦେଖିବାକୁ ମିଳୁଛି । ପ୍ରତି ସପ୍ତାହରେ ଏହା ସିକାଯୋର୍ ବଜାରରୁ ରସ୍ଟି,, ତିଲଡେଗା, ,ବନ୍ଦବାହାଲ, ଘୋଘର, ଶୁଖା ମହାଦେବ ମନ୍ଦିର ରାସ୍ତା ତୁମଲିଆ ଗ୍ରାମର ମୁଖ୍ୟ ରାସ୍ତା ଦେଇ ଗୋଚାଲାଣ କରୁଥିବା ଚର୍ଚ୍ଚା ହେଉଛି । ତା ସହିତ ବନ୍ ଡେଗା ଫାଣ୍ଡି ଅଞ୍ଚଳର ଝାରଖଣ୍ଡ ଅଞ୍ଚଳରୁ ଗାଈଗୋରୁ ଆଣି ତଳସରା ଥାନା ଅଧୀନରେ ଥିବା ବାଳିଶଙ୍କରା ଦେଇ “ଗୋ” ଚାଲାଣ ହେଉଥିବା ଜଣାପଡିଛି । ଏହି ଗୋ ଚାଲାଣ କୁ କେନ୍ଦ୍ରକରି ପ୍ରଶାସନର ଭୂମିକା ସନ୍ଦେହ ଘେରରେ ରହିଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଅଞ୍ଚଳବାସୀ ଅଭିଯୁକ୍ତ କୁ ପୋଲିସ କୁ ହସ୍ତାନ୍ତର କରିବା ସହିତ ଏହା ପ୍ରତି ଦୃଢ଼ କାର୍ଯୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସି ଦାବି ଜଣାଇଛନ୍ତି ।ଦେଖିବାକୁ ବାକି ରହିବ ପୋଲିସ ତାର କାର୍ଯ୍ୟରେ ତତ୍ପରତା ଦେଖାବ ।

Related Posts

About The Author

Add Comment