ରସୁଲପୁର,୦୩/୦୪ (ସନ୍ଧାନ ନିୟୁଜ) ଧର୍ମଶାଳା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ନଠୁଆବର ପଂଚାୟତର କୃଷ୍ଣପଡା ଗ୍ରାମରେ ଆଦର୍ଶ ଆଚରଣବିଧି ଉଲଙ୍ଘନ ହୋଇଥିଲା । ଗ୍ରାମଦେବତୀ କୁଆଶୁଣିି ମନ୍ଦିର କାନ୍ଥରେ ବିଜେଡି ଦଳର ନିର୍ବାଚନୀ ଚିହ୍ନ ସହ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନାମ ମଧ୍ୟ ଲେଖାଯାଇଥିଲା । ଏହାକୁ ନେଇ ସନ୍ଧାନ ନିୟୁଜ ପକ୍ଷରୁ ଖବର ପ୍ରକାଶ ପାଇଥିଲା । ସନ୍ଧାନ ନିୟୁଜର ଏହି ଖବରକୁ ବିଭିନ୍ନ ଲୋକ ଏବଂ ପାଖାପାଖି ହାଜାରେ ରୁ ଉର୍ଦ୍ଧ ସାମଜିକ ସଚେତନତା ବ୍ୟକ୍ତି ମାନେ ଗଣମାଧ୍ୟମରେ ସେୟାର କରିଥିଲେ । ଏହାକୁ ନେଇ ମଧ୍ୟ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହା ଫଳରେ ବାଧ୍ୟ ହୋଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ହଟାଇ ଦିଆଯାଇଛି । ନିର୍ବାଚନ ପରିଚାଳନା ଓ ତଦାରଖ ପାଇଁ ଗଠନ ହୋଇଥିବା ସ୍କ୍ୱାର୍ଡ-୧ର ଅଧିକାରିଣୀ ଅତିରିକ୍ତ ତହସିଲଦାର ଶିତଲ ଅଗ୍ରୱାଲ ଆଜି ପୂର୍ବାହ୍ନରେ ଘଟଣା ସ୍ଥଳରେ ପହଁଚି ସ୍ଥିତି ପରଖି ଥିଲେ । ଏହା ସରକାରୀ ସ୍ଥାନ ଓ ଗ୍ରାମ ମନ୍ଦିର କାନ୍ଥରେ ଚିତ୍ର ଅଙ୍କା ହୋଇଥିବାରୁ ଆଚରଣ ବିଧି ଉଲଙ୍ଘନ ହୋଇଥିବା ନେଇ ଅବଗତ ହୋଇଥିଲେ । ତତ୍କ୍ଷଣାତ ଉକ୍ତ ଚିତ୍ରକୁ ହଟାଇବାକୁ ନିଦେ୍ର୍ଦଶ ଦେଇଥିଲେ । ଫଳରେ କାନ୍ଥରେ ଅଙ୍କାଯାଇଥିବା ଚିହ୍ନ ଓ ବିଜେଡି ପ୍ରାର୍ଥୀଙ୍କ ନାମ ଉପରେ ରଙ୍ଗବୋଳି ଦିଆଯାଇଥିଲା । ଏହାକୁ କେତେକ ଦଳୀୟ ସମର୍ଥକ ବିରୋଧ କରିଥିଲେ । ମାତ୍ର ଅତିରିକ୍ତ ତହସିଲଦାର ଶ୍ରୀମତି ଅଗ୍ରୱାଲ ଏହାକୁ ଭୃକ୍ଷେପ ନକରି ଚିତ୍ର ହଟେଇବାକୁ କହିଥିଲେ । ସେ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ । ଧର୍ମଶାଳା ଥାନା ପୋଲିସ ପକ୍ଷରୁ ଏ ଦିଗରେ ସହାୟତା ପ୍ରଦାନ କରାଯାଇଥିଲା । ପ୍ରକାଶଥାଉ କି ଏ ସଂପର୍କରେ ଏକ ସନ୍ଧାନ ନିୟୁଜ ୱବେ ମିଡିଆରେ ପ୍ରକାଶ ପାଇଥିଲା । ଏହି ଘଟଣାକୁ ବିରୋଧୀ ଭାଜପା ଦଳ ପକ୍ଷରୁ ମଙ୍ଗଳବାର ଦିନ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଫଳସ୍ୱରୂପ ପ୍ରଶାସନ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇବା ସହିତ କାନ୍ଥର ଚିତ୍ରକୁ ହଟାଇ ଦିଆଯାଇଛି ।




