ଛତିଆ, ୧୪/୦୬ (ସନ୍ଧାନ ନିଉଜ) ସନ୍ଧାନ ନିଉଜରେ ଖବର ପ୍ରସାରଣ ପରେ ସରୋଜ କୁ ମିଳିଲା ସରକାରୀ ସହାୟତା ପ୍ରସାରଣ ପରେ ସରୋଜ ଙ୍କୁ ମିଳିଲା ଆର୍ଥିକ ସହାୟତା l ଆଜ୍ଞା ହଁ ଆମେ କହୁଛୁ ସେଇ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ର ସରୋଜ ଙ୍କ କଥା ଦୀର୍ଘ ଚାରି ବର୍ଷ ହେଲାଣି ସରୋଜ କ୍ୟାନ୍ସର ରେ ପୀଡିତ ଅଛନ୍ତି l ଆଉ ଅର୍ଥ ବାଧକ ସାଜିଥିବାରୁ ଉନ୍ନତ ମାନ ର ଚିକିତ୍ସା ପାଇ ପାରୁ ନଥିଲେ ସରୋଜ l ଏହି ଘଟଣା ଖବର ପ୍ରଥମେ ସନ୍ଧାନ ନିଉଜୁରେ ପ୍ରସାରଣ ହେବା ପରେ ଆଜି ସରୋଜ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ମୋ ପରିବାର କାର୍ଯ୍ୟକ୍ରମ ରେ ସାମିଲ କରି, ପ୍ରଶାସନ ତରଫରୁ ୫୦ହଜାର ଟଙ୍କା ସହାୟତା ଅନୁଦାନ ଅର୍ଥ ପ୍ରଦାନ କରାଯାଇଛି l ଏବଂ ଓଡ଼ିଶା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ର କିଛି ଯୁବ ସମାଜସେବୀ ବି ମଧ୍ୟ ସରୋଜ ଙ୍କୁ ସାହାଯ୍ୟ ହାତ ବଢାଇଛନ୍ତି l ତେବେ ସନ୍ଧାନ ନିଉ ଜୁ ପରିବାର ତରଫରୁ ସରୋଜ ଙ୍କ ଶ୍ରୀଘ୍ର ଆରୋଗ୍ୟ କାମନା କରୁଅଛୁ l ଓ ସରୋଜ ଙ୍କୁ ଆହୁରି ସହାୟତା ମିଳୁ ଯେମିତି ସରୋଜ ଉନ୍ନତ ମାନର ଚିକିତ୍ସା ପାଇ ପାରିବେ l
ସନ୍ଧାନ ନିଉଜରେ ଖବର ପ୍ରସାରଣ ପରେ ସରୋଜ କୁ ମିଳିଲା ସରକାରୀ ସହାୟତା
|
June 14, 2021 |