ସନ୍ଥ ଅରୀକ୍ଷିତ ଦାସଙ୍କ ପୀଠରେ ମହିଳାଙ୍କୁ ଅସଦାଚରଣ; ଥାନରେ ମିଳିମିଶି କରିଦେଲେ ସମାଧାନ

Spread the love

ବଡ଼ଚଣା 06/04 (ସନ୍ଧାନ ନିଉଜ) , ଯାଜପୁର ଜିଲ୍ଲା ତଥା ଓଡ଼ିଶାର ପ୍ରସିଦ୍ଧ ପିଠ ସନ୍ଥ ଅରକ୍ଷିତ ଦାସ ଙ୍କ ପୀଠରେ ମହିଳାଙ୍କୁ ଅସଦାଚରଣ ।ଘଟଣା ରୁ ପ୍ରକାଶ ଗତ କାଲି ଦୁଇ ଜଣ ମହିଳା ଭକ୍ତ ସନ୍ଥ ଅରକ୍ଷିତ ଦାସ ଙ୍କ ପୀଠକୁ ଦର୍ଶନ ପାଇଁ ଆସିଥିଲେ । ପୀଠ ର ମଠାଧିଶ ଦୁଇ ଜଣ ମହିଳାଙ୍କୁ ଏକୁଟିଆ ଦେଖି ବିଭିନ୍ନ ଆଳ ଓ ପ୍ରଲୋଭନ ଦେଖାଇ ଶିଷତ୍ଵ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ ।ମହିଳା ଭକ୍ତ ଭକ୍ତି ରେ ଅନ୍ଧ ହୋଇ ବାବାଙ୍କୁ ଭଗବାନ ଭାବି ତାଙ୍କ କଥାରେ ରାଜି ହୋଇଯାଇଥିଲେ । ବାବା ସନ୍ଧ୍ୟା ସମୟରେ ଜଣେ ମହିଳାଙ୍କୁ ଏକ ଅନ୍ଧାର କୋଠରୀ କୁ ଡାକିନେଇ ତାଙ୍କ ଛୁଟି କୁ କାଟି ଦେଇଥିଲେ ଓ ଅନ୍ଧାର ର ସୁଯୋଗ ଅସଦାଚରଣ କରିଥିଲେ।ଏଥିରେ ମହିଳା ଜଣଙ୍କ ଚିତ୍କାର କରି ଜୋର ଜବରଦସ୍ତ ପଦାକୁ ଆସି ବଡ଼ ପାଟିରେ ବାବା ଙ୍କୁ ଗାଳି ଗୁଳଜ ଦେବା ସହପୋଲିସ କୁ ଜଣାଇବା ପାଇଁ ତଳକୁ ଦୌଡ଼ି ପଳାଇ ଆସିଥିଲେ ।କିଛି ଲୋକ ଏହି ସବୁ ଘଟଣା ଶୁଣି ବାଲିଚନ୍ଦ୍ରପୁର ଥାନା କୁ ଜଣାଇଥିଲେ । ପୋଲିସ ବାବାଙ୍କ ଡକାଇ ନେଇପଚରାଉଚରା କରିଥିଲେ । ସେହି ସମୟରେ ପାଖ ଅଞ୍ଚଳର ଜଣ ପ୍ରଭାବଶାଳୀ ବ୍ୟକ୍ତି ଯିଏକି ସବୁ ସମୟରେ ବାବାଙ୍କୁ ସୁରକ୍ଷା ପ୍ରଦାନ କରନ୍ତି ସେ ମଧ୍ୟ ଏହି କେଶ ରେ ନିଜେ ସମ୍ପୁକ୍ତ ଅଛନ୍ତି ବୋଲି ଶୁଣା ଯାଉଛି । ଥାନା ରେ ଚାପ ପକାଇ ଜୋର ଜବରଦସ୍ତ ସେହି ମହିଳାଙ୍କୁ ବିଭିନ୍ନ ଲୋଭା ଶକ୍ତ କରି ଏଫ, ଆଇ, ଆର ,କରାଇ ଦେଇ ନ ଥିଲେ ଯାହାକି ଥାନାରେ ବସି କେଶ ସମାଧାନ ହୋଇଯାଇଥିଲା । ଏବଂ ମହିଳା ଦୁୟଙ୍କୁ ରାତା ରାତି ବିଦା କରି ଦେଇଥିଲେ । ଏହି ମହା ପ୍ରତାପୀ ବ୍ୟକ୍ତି ବାବାଙ୍କର ଜଣେ ଅତି ନିକଟତର ମଠ ର ଆୟ ଓ ବ୍ୟୟ ସେ ବ୍ୟକ୍ତି ଙ୍କ ଜରିଆରେ ହୋଇଥାଏ ।ବାବା ସେ ବ୍ୟକ୍ତି ବିନା କିଛି କରନ୍ତି ନାହିଁ ବୋଲିସାଧାରଣ ରେ ଆଲୋଚନା ହେଉଛି । ବାବା ଙ୍କ ଏହି ସବୁ କାରନାମା ପ୍ରଚାର ହେଲା ପରେ ଏ ଅଞ୍ଚଳରେ ଏକ ନୂତନ ପ୍ରକାର ଉତ୍ତୋଜନା ଦେଖିବାକୁ ମିଳିଛି । ବାବାଙ୍କ ର ଏହା ନୀତି ଦିନିଆ କଥା ମାଂସ ,ମଦ ଓ ନାରୀ ବିନା ବାବା ଦିନେ ରହିପାରନ୍ତି ନାହିଁ ବୋଲି ଶୁଣା ଯାଉଛି ।ଏହି ଠାରେ ପ୍ରଶ୍ନ ଉଠେ ଲୋକମାନଙ୍କ ଧର୍ମୀୟ ଭାବନା ସହଖେଳ ଖେଳୁଥିବା ଭଣ୍ଡ ବାବା ଙ୍କ ପ୍ରତି ପୋଲିସ ର କାହିଁକି ଏତେ ଦରଦ ଏହି ସବୁ କ୍ଷେତ୍ରରେ ପୋଲିସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ନେବା କଥା ।କାହା ଚାପରେ ପୋଲିସ ଏହି କ୍ଷେତ୍ରରେ ଚୁପ ହୋଇ ବସିଛି ବୋଲି ବୁଦ୍ଧି ଯିବି ମହଲରୁ ତୀଵ୍ର ନିନ୍ଦା ପ୍ରକାଶ କରାଯାଇଛି ।ଆମ ପ୍ରତିନିଧି ବାବା ଙ୍କ ସହ ଯୋଗାଯୋଗ କରିବାରୁ ବାବା ପ୍ରଥମେ କିଛି ଘଟଣା ମଠରେ ଘଟି ନାହିଁ ବୋଲି କହିଲେ ,ଥାନା କୁ କାହିଁକି ଯାଇଥିଲେ ବୋଲି ପ୍ରଶ୍ନ କରିବାରୁ ବାବା ପ୍ରଥମେ ମନା କଲେ ଓ ପରେ ହଁ ଯାଇଥିଲି ।ଥାନା ଅଧିକାରୀ ମୋତେ ପଚାରି ଛାଡିଦେଲେ ବୋଲି ସ୍ୱୀକାର କରିଥିଲେ ।ଯଦି ଏସ.ପି ନିଜେ ଏହି ଘଟଣା ର ତଦାରଖ କରିବେ ତାହେଲେ ସତ୍ୟା ସତ ପଦାକୁ ଆସିବା ସହ ଦୋଷୀ ନିଶ୍ଚିତ ଦଣ୍ଡ ପାଇବ ବୋଲି ସାଧାରଣରେ ଆଲୋଚନା ବିଷୟବସ୍ତୁ ପାଲଟିଛି ।

Related Posts

About The Author

Add Comment