ଧର୍ମଶାଳା ୨୩/୧୧ (ସନ୍ଧାନ ନିୟୁଜ/ମାନସ ରାଉତ) ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୪ତମ ଜନ୍ମୋତ୍ସବ ଆଜି ଜାରକା ସତ୍ୟସାଇ ସେବା ପକ୍ଷରୁ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଯଥାବିଧି ପୂଜାର୍ଚ୍ଚନା, ଓମ୍କାରମ୍, ସୁପ୍ରଭାତମ୍, ଷୋଡ଼ଷ ଉପଚାର ପୂଜା, ପ୍ରଶାନ୍ତି ଧ୍ୱଜା ଉତ୍ତୋଳନ, ନାରାୟଣ ସେବା ପରେ ପରେ ସୁସଜ୍ଜିତ ବିମାନରେ ଭଗବାନ ଶ୍ରୀ ସତ୍ୟସାଇଙ୍କ ଫଟୋକୁ ଅଧିଷ୍ଠାନ କରାଯାଇ ଜାରକା, କୁମାରୀ, ଜାମୁବଣିଆ, ଶାନ୍ତିବଜାର ପରିକ୍ରମା କରାଯାଇଥିଲା । ସମ୍ମୁହ ଭଜନ ସହ ଏକ ସତ୍ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ପଣ୍ଡିତ କାମଦେବ ଶତପଥୀ ଯୋଗଦେଇ ଭଗବାନ ଶ୍ରୀ ସତ୍ୟସାଇଙ୍କ ନିସ୍ୱାର୍ଥପର ସେବା ଓ ତ୍ୟାଗ ସମ୍ପର୍କରେ ମତବ୍ୟକ୍ତ କରି ମାନବ ସେବା ହିଁ ମାଧବ ସେବା ଏହା ମାଧ୍ୟମରେ ନିଜକୁ ରୂପାନ୍ତରିତ କରିପାରିଲେ ପ୍ରତ୍ୟେକ ଜଣେ ଜଣେ ସୁ ଚରିତ୍ରବାନ୍ ମାନବ ଭାବରେ ନିଜକୁ ପ୍ରତିବାଦିତ କରିପାରିବେ ବୋଲି କହିଥିଲେ । ସନ୍ଧ୍ୟାରେ ସାମୂହିକ ଭଜନ ଓ ବାଲବିକାଶ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆବାହକ ପବିତ୍ର ମୋହନ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଆଧ୍ୟାତ୍ମିକ ସଂଯୋଜକ ଯତିନ୍ଦ୍ର କୁମାର ଦାସ, ସେବା ସଂଯୋଜକ ଅର୍ଜୁନ ଚରଣ ରାଉତ, ବଟକୃଷ୍ଣ ମଲ୍ଲିକ, ଭଜନାନନ୍ଦ ସାମଲ, ସୋ÷ରଭ ଜେନା, ପ୍ରକାଶ ଚନ୍ଦ୍ର ନାୟକ, ନିରଞ୍ଜନ ଶ୍ୟାନ୍ତି, ଅକ୍ଷୟ କୁମାର ବେହେରା, ରଂଜନ କୁମାର ସାହୁ, ଗୋବିନ୍ଦ ଚନ୍ଦ୍ର ସାହୁ, ଦନେଇ ଚରଣ ସାହୁ, ବିକ୍ରମ କେଶରୀ ମହାନ୍ତି, ସଂନ୍ଦୀପ କୁମାର ସାହୁ, ଗଗନ ବିହାରୀ ସାହୁ, ସୁଶାନ୍ତ କୁମାର ନାୟକ, ପ୍ରମୋଦିନୀ ସାମଲ, ବାସନ୍ତି ବିଶ୍ୱାଳ ଅରୁନ୍ଧତୀ ସାହୁ, ଶୁଭମ୍ ଦାସ, ଦେବକୀ ପରିଡ଼ା, ମିନତୀ ବଳ, ପ୍ରତିମା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉତ୍ସବରେ ସମିତିର ଶତାଧିକ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ସେହିପରି ନିଳକଣ୍ଠପୁର ସତ୍ୟସାଇ ସେବା ସମିତି ପକ୍ଷରୁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କୁ ୯୪ତମ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଆବାହକ ପୂର୍ଣ୍ଣଚନ୍ଦ୍ର ପାଣିଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ସାଇ ସେବକ ଆତ୍ମାରାମ ସୂତାର, ପ୍ରକାଶ ଚନ୍ଦ୍ର ବଳ, ରଂଜନ କୁମାର ପାଣି, ପଦ୍ମଜା ଶରଣଙ୍କ ସମତେ ସମିତିର ସମସ୍ତ ଭାଇଭଉଣୀମାନେ ଉତ୍ସବ ପରିଚାଳନା କରିଥିଲେ ।
ସତ୍ୟ ସାଇ ବାବାଙ୍କ ୯୪ତମ ଜନ୍ମୋତ୍ସବ ପାଳିତ
|
November 23, 2019 |