ଯାଜପୁର ସଦର, ୧୯.୧୨.୨୦୨୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଝାଲପଡ଼ା ପଂଚାୟତ କାକୁଡ଼ିକୁଦ ଖେଳ ପଡ଼ିଆରେ ସତ୍ୟ ସାଇ କ୍ରିକେଟ ଅନୁଷ୍ଟିତ ହେଉଥିବା ବେଳେ ୧୧ ଦିନ ଧରି ଚାଲୁଥିବା କ୍ରିକେଟ ଫାଇନାଲ ଦିବସ ଅନୁଷ୍ଟିତ କରାଯାଇଥିଲା । ଏହ ଫାଇନାଲ ଦିବସରେ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଯାଜପୁର ଇଲେଭେନଷ୍ଟାର ଚମ୍ପିଆନ ଆଖ୍ୟା ଅର୍ଜନ କରିଚି । ଏହ ଫାଇନାଲ ଦିବସରେ ଇଲେଭେନଷ୍ଟାର ଯାଜପୁର ଭୂବନେଶ୍ୱର ସ୍ପୋଟିଙ୍ଗ କ୍ରିକେଟ କ୍ଲବକୁ ହରାଇଥିଲା । ଯାଜପରୁ ଇଲେଭେନଷ୍ଟାର ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ୪ ୱିକେଟ ହରାଇ ୨୯୪ ରନ କରିଥିଲା । ଦଳ ପକ୍ଷରୁ ତାପସ ଦାସ ୭୨ରନ, ମାନ ଭଟ୍ଟାଚାର୍ଯ୍ୟ ୮୧ ରନ କରିଥିଲେ । ବିପକ୍ଷ ଦଳର ରଂଜିତ ପାଇକରାୟ ୨ ୱିକେଟ ନେଇଥିଲେ । ଏହାର ଜବାବରେ ଭୂବନେଶ୍ୱର ସ୍ପୋଟିଙ୍ଗ କ୍ଲବ ୨୪.୪ ଓଭରରେ ସମସ୍ତ ୱିକେଟ ହରାଇ ୧୬୫ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ରଂଜିତ ପାଇକରାୟ ୩୩ ରନ କରିଥିବା ବେଳେ, ବିପକ୍ଷ ଦଳର ଲେଲିନ ବଳ ୨ ୱିକେଟ ନେଇଥିଲେ । ଏହି ଫାଇନାଲ ଖେଳକୁ ଜ୍ୟୋତିରଂଜନ ମହାନ୍ତି, ଶରତ ଜେନା ପରିଚାଳନା କରିଥିଲେ । ସତ୍ୟ ସାଇ କ୍ରିକେଟ ଏକାଦଶର ସଭାପତି ପ୍ରିୟନାଥ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିଲେ । ଏହି ପୁରସ୍କାର ବିତରଣୀ ଉତ୍ସବରେ ଯାଜପୁର ପୂର୍ବତନ ପୌରାଦକ୍ଷ ଭବପ୍ରସାଦ ଦାସ ଯୋଗଦାନ କରିଥିବା ବେଳେ, ବରୀ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ଗେଡ଼ି ଯୋଗଦାନ କରିଥିଲେ । ଯାଜପୁର ପଂଚାୟତ ସମିତି ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡ଼ା ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ବିନୋଦ ମାଝୀ, ଯାଜପୁର ପୌରାଦକ୍ଷ କମଳା କୁମାର ମଲିକ, ସରପଂଚ ଭାରତୀ ମଲିକ, ଯାଜପରୁ ସମିତି ସଭ୍ୟ ନିର୍ମଳ ସାମଲ,ପରମାନନ୍ଦ ସାହୁ, କାସିନାଥ ବେହେରା, ପ୍ରମୋଦ ନାୟକ ଯୋଗଦାନ କରିଥିଲେ । ବିଜେତା ଦଳଙ୍କୁ ଦଳର ଅଧିନାୟକଙ୍କୁ ଟ୍ରଫି ଏବଂ ପୁରସ୍କାର ଦିଆଯାଇଥିଲା । ବିଜେତା ଦଳର ମାନସ ଭଟ୍ଟାଚର୍ଯ୍ୟ ମ୍ୟାନଅଫ ଦି ମ୍ୟାଚ ଏବଂ ଉପ ବିଜେତା ଦଳର ରଂଜିତ ପାକକରାୟ ମ୍ୟାନ ଅଫ ଦି ସିରିଜ ପରୁସ୍କୃତ ହୋଇଥିଲେ । ଭାଷ୍ୟକାର ଅରୁଣ ପାଢ଼ୀ, ଶ୍ରଦ୍ଧାସୁମ ସାହୁ, ସେକ ଇମ୍ରାନ ବିରଞ୍ôଚ ସାହୁ ସ୍କୋରର ନିରଂଜନ ସାହୁ ଚିନ୍ମୟ ଦଳର ସହଯୋଗ କରିଥିଲେ । ସତ୍ୟସାଇ କ୍ରିକେଟ କ୍ଲବର ସହଯୋଗରେ ଏହି ଖେଳ ଅନୁଷ୍ଟିତ ହୋଇଥିଲା ।
ସତ୍ୟ ସାଇ କ୍ରିକେଟ ଆନୁକଲ୍ୟରେ ୪୦ତମ ଉଦ୍ଯାପନି ଦିବସ ଅନୁଷ୍ଟିତ
|
December 20, 2022 |