ସତ୍ୟସାଇ କ୍ରିକେଟ ମ୍ୟାଚ ଅନୁଷ୍ଟିତ

Spread the love

ରସୁଲପୁର, ୧୩/୧୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଝାଲପଡ଼ା ପଂଚାୟତ କାକୁଡ଼ିକୁଦ ଠାରେ ଚାଲିଥିବା ୭ତାରିଖ ଠାରୁ ଆରମ୍ଭ କରାଯାଇ ୬ଦିନ ଧରି ସତ୍ୟସାଇ କି୍ରକେଟ୍ ଆନୁକୁଲ୍ୟରେ କରାଯାଉଥିବା ଟୁର୍ଣ୍ଣାମେଣ୍ଟରେ ଭାଗନେଇଥିବା ବିଭିନ୍ନ ଦଳ ୫ଦିନ ଧରି ଖେଳୁଥିବା ବେଳେ, ଆଜି ୬ଷ୍ଠ ଦିନରେ ବି.ଏମ୍.ସି.ସି ଗୋଳକୁଣ୍ଡ କି୍ରକିଟ୍ ଏକାଦଶ ସହିତ ଜେ.ଡି.ସି ରାଉରକେଲା କି୍ରକେଟ୍ ଏକାଦଶ ସମ୍ମୁଖିନ ହୋଇଥିଲା । ଜେ.ଡି.ସି ରାଉରକେଲା କି୍ରକେଟ୍ ଏକାଦଶ ଟସ୍ ଜିତି ଫିଲ୍ଡିଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲା । ତାର ଜବାବରେ ବି.ଏମ୍.ସି.ସି ଗୋଳକୁଣ୍ଡ କି୍ରକେଟ୍ ଏକାଦଶ ୨୫ ଓଭର ଖେଳି ୯ ୱିକେଟ୍ ହରାଇ ୧୯୯ ରନ୍ କରିଥିବା ବେଳେ, ଜ୍ୟୋତିରଂଜନ ଆଚାର୍ଯ୍ୟ ୫୩ ରନ୍, ଦିବ୍ୟଜ୍ୟୋତି ସାମଲ ୨୩ ରନ୍ କରିଥିବା ଦେଖିବାକୁ ମିଳିଥିଲା । ଜେ.ଡି.ସି ରାଉରକେଲା ପକ୍ଷରୁ ସୁନଲ ପ୍ରଧାନ ୪୦ ରନ ଦେଇ ୪ଟି ୱିକେଟ୍ ଓ ସନ୍ତୋଷ ମହାରଣା ୪୧ ରନ୍ ଦେଇ ୩ଟି ୱିକେଟ୍ ସଂଗ୍ରହ କରିଥିଲେ । ଜବାବରେ ଜେ.ଡି.ସି ରାଉରକେଲା କି୍ରକେଟ୍ ଏକାଦଶ ୨୧.୫ ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୧୪୪ ରନ୍ କରିଥିଲା । ଦଳ ପକ୍ଷରୁ ଗୋପାଳ ରାମ ୨୭ ରନ୍, ଗୌରବ ୨୮ ରନ୍ କରିଥିଲେ । ଗୋଳକୁଣ୍ଡ ପକ୍ଷରୁ ସନ୍ତୋଷ ସର ୨୯ ରନ୍ ଦେଇ ୩ଟୁ ୱିକେଟ୍ ଓ ବସନ୍ତ ପ୍ରଧାନ ୧୫ ଦେଇ ୨ଟି ୱିକେଟ୍ ସଂଗ୍ରହ କରିଥିଲେ । ଜ୍ୟୋତିରଂଜନଙ୍କୁ ମ୍ୟାନଅଫ୍ ଦି ମ୍ୟାଚ ଘୋଷଣା କରାଯାଇଥିଲା । ଆସନ୍ତା କାଲି ବିଶ୍ୱଭାରତୀ କି୍ରକେଟ୍ ଏକାଦଶ ସହିତ ବି.ଏମ୍.ସି.ସି ଗୋଳକୁଣ୍ଡ ଏକାଦଶ ଖେଳିବ ବୋଲି ଆୟୋଜକ ମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment