ସଡକ ସୁରକ୍ଷା ସପ୍ତାହ ବଡ ବଡ ବେନର ରେ ସୀମିତ

Spread the love

ସୁନ୍ଦରଗଡ ତା:୪/୧/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଜିଲ୍ଲାରେ ତା:୧/୧/୨୦୨୫ ରୁ ତା:୭/୧/୨୦୨୫ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ।ଜିଲ୍ଲାର ମୁଖ୍ୟ ସ୍ଥାନ ମାନଙ୍କରେ ବଡ ବଡ ବେନର ଲଗାଯାଇଥିବା ଦେଖିବାକୁ ମିଳୁଛି । ହେଲେ ପ୍ରକୃତରେ ଏହା ଦ୍ଵାରା ଲୋକେ ସଚେତନ ହେଉଛନ୍ତି କି? ଏହା ଏକ ମନୁଷ୍ୟ ସମାଜ ପାଇଁ ଏକ ବଡ ପ୍ରଶ୍ନ? ସୂଚନା ଅନୁସାରେ ସଡ଼କ ସପ୍ତାହ ପାଲନ ସମୟରେ ତା: ୨/୧/୨୦୨୫ଦିନ ଏମସିଏଲ ରୋଡ ରେ ବାକି ବାହାଲ ଟପ୍ରିଆ ରୋଡ ରେ ନୋ ଏନଟ୍ରି ସମୟ ରେ ସ୍କୁଲ ବସ କୁ କୋଇଲା ବୋଝେଇ ଟ୍ରକ ଧକା ଦେଇ ଦୁର୍ଘଟଣା ହେବାର ସୂଚନା ମିଳିଥିଲା । ଦୁର୍ଘଟଣାରେ କାହାର କିଛି କ୍ଷତି ହେଇ ନ ଥିବା ଖବର ମିଳିଛି । ହେଲେ ଏ ଥିରେ ପ୍ରଶ୍ନ ଉଠୁଛି ପ୍ରଶାସନ ତଥା ପରିବହନ ବିଭାଗ ଏହି ଘଟଣାରେ କିଛି ଆହତ କିମ୍ବା ମୃତାହତ ହୋଇଥିଲେ ଦାୟୀ ରହିଥାନ୍ତି କି ? କୋଇଲା ବୋଝେଇ କିପରି ଭାବରେ ନୋଏନଟ୍ରି ସମୟରେ ଚଳାଚଳ କରୁଥିବା ତାର ଉତ୍ତର କିଏ ରଖିବ ଏହା ଏକ ବଡ ପ୍ରଶ୍ନ। ଆଗାମୀ ଦିନରେ ଏହାର ଉଚିତ୍ ସମାଧାନ ସହିତ ସଚେତନ ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରକାଶ ।

Related Posts

About The Author

Add Comment