ବୀରମହାରାଜପୁର/ସନ୍ଧାନ ନ୍ୟୁଜ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଫୁଲଚରା ଛକରେ ଗୁରୁବାର ରାତିରେ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି l ମୃତ ଶିକ୍ଷକ ଜଣକ ହେଲେ ସୁବଳୟା ଥାନା ଅନ୍ତର୍ଗତ ଏକତାଳ ଗ୍ରାମର ବାମଦେବ ସାମନ୍ତରାୟ I ସୂଚନା ଯେ ଗତକାଲି ବିଳମ୍ବିତ ରାତିରେ ସେ କୌଣସି କାମରେ ବୀରମହାରାଜପୁର ରୁ ଏକ ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ I ଫୁଲଚରା ଛକ ନିକଟରେ ବାଇକ ଟି ଭାରସାମ୍ଯ ହରାଇ ରାସ୍ତା କଡରେ ଥିବା ସୁରକ୍ଷା ବାଡ଼ରେ ପିଟି ହୋଇ ଯାଇଥିଲେ l ଫଳରେ ସେଠାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି l
Related Posts
ଅର୍ଥ ସାଜିଲା ବାଧକ: ଚିକିତ୍ସା ପାଇଁ ଅର୍ଥ ଅଭାବରୁ ତିନି ବର୍ଷ ରୁ ଅଧିକ ହେବ ଖଟରେ ଶୋଇ ରହିଛନ୍ତି ରୁପାବତୀ
Health Infra In Odisha To Get A Boost As Over 2,000 Doctors To Get Appointments
ପ୍ରୟାସ ପକ୍ଷରୁ ରକ୍ତଦାନ ଶିବିର; ୫୦ ୟୁନିଟ୍ ରକ୍ତ ସଂଗ୍ରହ



