ଯାଜପୁର,(ଆମ ଐତିହ ପ୍ରତିନିଧି): ସଡକକୁ ଓହ୍ଲାଇଲେ ଛାତିରେ ଛନକା ପଶୁଛି । ସୁରକ୍ଷିତ ଭାବେ ଫେରିବାର ଆଶଙ୍କା ସୃଷ୍ଟି ହେଉଛି । ଦିନକୁ ଦିନ ଯେତିକି ବ୍ୟସ୍ତ ହେଉଛି ସଡକ ଆଉ ଏହା ସହିତ ସମାନ ହାରରେ ବଢି ଚାଲିଛି ଦୁର୍ଘଟଣା । ପ୍ରତିଦିନ ଗଡୁଛି ମୁଣ୍ଡ ପରେ ମୁଣ୍ଡ । କେତେବେଳେ ବେପରୁଆ ଗାଡି ଚାଳନା ତ ଆଉ କେତେବେଳେ ଅସାବଧାନତା ଯୋଗୁ ରକ୍ତ ବୁହାଉଛି । ମଦ୍ୟପାନ ଗାଡି ଚାଳନା ଯୋଗୁ ଶତାଧିକ ଜୀବନ ଜୀବିକା ହାନି ହେଉଥିବା ବେଳେ ହେଲଫର ନ୍ଥିବା କାରଣରୁ ମଧ୍ୟ ଦୃର୍ଘଟଣା ହାର ବୃଦ୍ଧି ପାଇବାରେ ଲାଗିଛି । ଦୁର୍ଘଟଣା କମାଇବା ପାଇଁ ପ୍ରତିବର୍ଷ ସରକାରଙ୍କ ନିଷ୍ପତି ମୁତାବକ ପାଳନ ହେଉଛି । ସଡକ ସୁରକ୍ଷା ସପ୍ତାହ । ଗୋଟିଏ ଦିନ ପ୍ରଶାସନ ଓ କିଛି ଅନୁଷ୍ଠାନ ଲାଗିପଡୁଛନ୍ତି ଯାତ୍ରୀଙ୍କୁ ସଚେତନ କରାଇବାରେ । ସଚେତନତା କିଛି ମାତ୍ରାରେ ସୃଷ୍ଟି କରାଯାଇପାରୁଛି ସତ ହେଲେ ଦୂର୍ଘଟଣାକୂ ସଂପୂର୍ଣ୍ଣଭାବେ ରୋକିବା ସମ୍ଭବପର ହୋଇପାରୁନାହିଁ । ଯାଜପୁର ଜିଲ୍ଲା ମଧ୍ୟ ଦେଇ ଯାଉଛି ୪ଟି ରାଜପଥ । ୧୬ ନଂ ଜାତୀୟ ସହରର ମଧ୍ୟ ଦେଇ ଅତିକ୍ରମ କରିଥିବା ବେଳେ ୫ ନଂ(କ) ଓ ୫୩ନଂ ଆଦି ଜିଲ୍ଲାର ମୁଖ୍ୟ ଜାତୀୟ ରାଜପଥ ଭାବେ ପରିଗଣିତ । ସେହିପରି ବହୁ ରାଜ୍ୟ ରାଜପଥ ମଧ୍ୟ ଏହି ଜିଲ୍ଲାରେ ଦେଇ ଯାଇଛି । କଳିଙ୍ଗନଗର ଶିଳ୍ପାଂଚଳ ସ୍ଥାପନ ପରେ ଏହି ଜିଲ୍ଲା ଏବେ ଏକ ବ୍ୟସ୍ତବହୁଳ ଜିଲ୍ଲାରେ ପରିଣତ ହୋଇଛି । ଖଣି ଓ ଶିଳ୍ପାଂଚଳରୁ ଦୈନିକ ÷ଭାରୀଯାନ ବିଭିନ୍ନ ସ୍ଥାନକୁ ଯାଉଛି । ଏହି ଭାରୀଯାନଗୁଡିକ ଅନେକ ସମୟରେ ଦୁର୍ଘଟଣାର କାରଣ ସାଜୁଛନ୍ତି । ସେହିପରି ୫୩ନଂ ଜାତୀୟ ରାଜପଥର ବିପର୍ଯ୍ୟସ୍ତ ଅବସ୍ଥା ଦୈନିକ ଦୁର୍ଘଟଣା ଘଟାଉଛି । ଏହି ରାଜପଥକୁ ଏବେ ଦୁର୍ଘଟଣ ପ୍ରବଣ ରାଜପଥ କୁହାଯାଉଛି । ଦୁର୍ଘଟଣା ସମସ୍ୟାକୁ ଏବେ ଦ୍ୱିଗୁଣିତ କରିଛି ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ । ଚଣ୍ଡିଖୋଲ ଠାରୁ ଭଦ୍ରକ ଯାଏ ୪ ଥାକିଆ ରାସ୍ତାକୁ ଏବେ ୬ ଥାକିଆ କରାଯାଇଛି । ଏଥି ନିମନ୍ତେ ସଂପୃକ୍ତ ଠିକାଦାର ମନଇଚ୍ଛା ଗୋଟିଏ ପାଶ୍ୱର୍ ବନ୍ଦ ରଖୁଥିବାରୁ ଏହି ସଡକରେ ଦୁର୍ଘଟଣା ଏବେ ନିତିଦିନିଆ ପାଲଟିଲାଣି । ଅନ୍ୟପଟରେ ୫୩ନମ୍ବର ଜାତୀୟ ରାଜପଥ ଖାଲଖମାରେ ଭର୍ତ୍ତି ଯୋଗୁ ଦୌନିକ ଦୃର୍ଘଟଣା ଘଟୁଛି । ଯାହା ପାଇ ଦୀର୍ଘଦିନ ଧରି ଆନେ୍ଦାଳନ କରାଯାଇଛି । ଏପରକି ଏହି ରାସ୍ତାରେ ମଦପିଇ ଚାଳକ ମାନେ ଦୃତ ଗତିରେ ଗାଡି ଚାଳନା କରିବା ଯୋଗୁ ଯାଉଛି ଗୋଟିଏ ପରେ ଗୋଟିଏ ଅମୁଲ୍ୟ ଜୀବନ । ଦୀର୍ଘ ୧ ବର୍ଷ ହେବ ଏହି ଜାତୀୟ ରାଜପଥର କାମ ଆରମ୍ଭ ହୋଇଥିଲେ ବି ଠିକାଦାରଙ୍କ ମନମାନି ଯୋଗୁ ଏହା ଶେଷ ହେବାର ନାଁ ନେଉନି । ଗୋଟିଏ ପାଶ୍ୱରେ ଗାଡି ଉଭୟ ଆଡୁ ଯିବା ଆସିବା କରୁଥିବାରୁ ସାମାନ୍ୟ ଅନ୍ୟମନସ୍କ ହେଲେ ଦୁର୍ଘଟଣା ଘଟିବା ଥୟ । ହସ୍ତଗତ ରିପୋର୍ଟ ମୁତାବକ, ଗତ ୨୦୧୯ ରେ ଦୁର୍ଘଟଣା ମୋଟ୍ ୨୩୮ ଜଣଙ୍କ ଜୀବନ ନେଇଥିବା ବେଳେ ୨୬୭ ଜଣ ଗୁରୁତର ହୋଇ ଅଳ୍ପକେ ମୃତୁ୍ୟମୁଖରୁ ବର୍ତ୍ତି ର୍ ଯାଇଛନ୍ତି । ସେହିପରି ୯୩ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଏହି ବର୍ଷ ବିଭିନ୍ନ ଥାନାରେ ମୋଟ୍ ୪୮୮ଟି ମାମଲା ରୁଜୁ ହୋଇଛି ।
ସଡକ ଆଉ ସୁରକ୍ଷିତ ନୁହେଁ! ଦାୟୀ କିଏ?
|
January 17, 2020 |