ସଟଡାଉନରେ ଘରେ ବସି ଅର୍ଡର ଦିଅନ୍ତୁ ମାଛ-ମାଂସ- ଅଣ୍ଡା

Spread the love
ଭୁବନେଶ୍ବର, ୧୨/୦୬/୨୦ (ସନ୍ଧାନ ନିଉଜ) : ଚାରିଆଡେ ମହାମାରୀ କୋରୋନାର ଆତଙ୍କ । ତେବେ ଏହି ସମୟରେ ସୁରକ୍ଷିତ ଭାବେ ଘରେ ବସି ଅର୍ଡର ଦିଅନ୍ତୁ ମାଛ, ମାଂସ ଓ ଅଣ୍ଡା । ଏନେଇ ସ୍ଵତନ୍ତ୍ର ପଦକ୍ଷେପ ନେଇଛନ୍ତି ସରକାର । ଓପଲଫେଡ ଓ ଚିଲିକା ଫ୍ରେସ ଜରିଆରେ ଯୋଗାଇ ଦିଆଯିବ ଏହି ସାମଗ୍ରୀ । ଓଡିଶା ସରକାରଙ୍କ ସାପ୍ତାହିକ ସଟଡାଉନ ସମୟରେ ଘରେ ବସି କଲ୍ ଜରିଆରେ ଅର୍ଡର ଦେଇପାରିବେ ରାଜଧାନୀ ବାସିନ୍ଦା।
ଆଗକୁ ଆସୁଛି ରଜ । ଏହି ସମୟରେ ଆମିଷ ଖାଇବା ନେଇ ଚିନ୍ତାରେ ପଡିଥିବା ରାଜଧାନୀ ବାସୀଙ୍କ ପାଇଁ ଖୁସି ଖବର । ସଟଡାଉନବେଳେ କଲ୍ ଜରିଆରେ ଅର୍ଡର ଦେଇପାରିବେ ମାଛ, ମାଂସ ଓ ଅଣ୍ଡା ।  ଏନେଇ ସ୍ଵତନ୍ତ୍ର ନମ୍ବର ବି ପ୍ରଦାନ କରାଯାଇଛି । ଆଗକୁ ରଜ ଆସୁଥିବାରୁ ଆମିଷ ଖାଇବା ନେଇ ଚିନ୍ତାରେ ପଡିଥିବା ରାଜଧାନୀ ବାସୀଙ୍କୁ ଏହା ବେଶ ସହାୟକ ହେବ ।

Related Posts

About The Author

Add Comment