ଭୂବନେଶ୍ୱର/ଚଣ୍ଡିଖୋଲ,୧୧/୨(ସନ୍ଧାନ ନିୟୁଜ)-ସରକାରଙ୍କ ନିୟମ ମୁତାବକ ରାଜପଥ ଉପରେ କେବଳ ଦିନ ସମୟରେ ଗାଡି ତନଖି ଓ ଜୋରିମନା ଅସୁଲ ପାଇଁ ନିଦେ୍ର୍ଦଶନାମା ରହିଥିଲେ ସୁଦ୍ଧା ଏହାକୁ ପାଲନ କରୁ ନାହାନ୍ତି ଅଧିକାରୀ । ଦିନ ସମୟରେ ଏମ.ଭି.ଆଇ. ଓ ଟି.ଆଇ. ତାଙ୍କ ଟିମ ଧରି ଗାଡି ତନଖି କରୁଥିଲା ବେଳେ ରାତ୍ରି ସମୟରେ ଜୁନିୟର ଏମ.ଭି.ଆଇ. ଗାଡି ତନଖର କରିବା ସହ ଜୋରିମନା ଅସୁଲ କରୁଥିବା ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଂଚଳରେ ଦେଖରବାକୁ ମିଳୁଛି । ରାତ୍ରି ସମୟରେ ଦ୍ରୁତ ଗତିରେ ଆସୁଥିବା ଗାଡି ଗୁଡିକ ଅଟକାଇବାରୁ ଦୁର୍ଘଟଣା ଘଟି ଅନେକ କର୍ମଚାରୀ ଓ ସାଧାରଣ ଲୋକ କ୍ଷତାକ୍ତ ହେବା ସହ ମୃତ୍ୟୁ ବରଣ କରିଥିବା ଅନେକ ନଜିର ରହିଛି । ଚଣ୍ଡିଖୋଲ ଆଂଚଳିକ ପରିବହନ ବିଭାଗରେ କାର୍ଯ୍ୟରତ ଜୁନିୟର ଏମ.ଭି.ଆଇ ସଞ୍ଜିବ ଖଟୁଆ ସମସ୍ତ ନିତି ନିୟମକୁ ପଛରେ ପକାଇ ଦୁଇ ଜଣ ରାତ୍ର କଜଗୁଆଳି ଓ ଆଉ ଦୁଇ ଜଣ ଅଣ କର୍ମଚାରୀଙ୍କୁ ଧରି ଦୈନିକ ରାଜପଥରେ ତନଖି କରୁଥିବା ଅଭିଯୋଗ ହେଉଛି । ଏକ ବେସରକାରୀ ବୋଲର ଭଡା ସୁତ୍ରରେ ନେଇ ଗାଡିର ତନଖି କରିବା ବାହାନାରେ ବାହା ରାଜ୍ୟକୁ ଗାଡିକୁ ଅଟକାଇ କୌନସି ରସିଦ ନଦେଇ ଖୁଲମଖୁଲା ଚାନ୍ଦା ଆଦାୟ କରୁଛନ୍ତି । ଏଭଳି ଏକ ଦୃଶ୍ୟ ଦୁଇ ଜଣ ଗଣମାଧ୍ୟମର ପ୍ରତିନିଧି ପ୍ରାୟ ୧୨ ଘଟିକା ସମୟରେ ଚଣ୍ଡିଖୋଲ ଟ୍ରାପିକ ପୋଷ୍ଟ ଅଂଚଳରେ ଏଭଳି ଦୃଶ୍ୟକୁ ନିଜ କ୍ୟାମେରାରେ ଉତୋଳନ କରିଥିଲେ । ଶ୍ରୀ ଖଟୁଆ ଗାଡି ଭିତରେ ବସିରହି ଅନ୍ୟମାନଙ୍କୁ ରାସ୍ତା ଉପରେ ଗାଡି ଅଟକାଇବାକୁ ନିଦେ୍ର୍ଦଶ ଦେଇଥାନ୍ତି । ଏହାପରେ ଡ୍ରାଇଭର ମାନଙ୍କୁ ନିଜର କାଗଜପତ୍ର ଧରି ଗାଡି ନିକଟକୁ ଆସିଲା ପରେ ସେମାନଙ୍କ ଗାଡି କାଗଜପତ୍ର ଯାଂଚ କରି ଏଂଟ୍ରି କାଟିବା ପାଇଁ କହିଥାନ୍ତି । କିନ୍ତୁ ଗାଡିର ସମସ୍ତ କାଗଜପତ୍ର ସଠିକ ଥିବା ସମୟରେ ପ୍ରାୟ ୬ହଜାରୁର ଉର୍ଦ୍ଧ ଟଙ୍କାର ରସିଦ କାଟିବା ପାଇଁ କହିଥାନ୍ତି । ଯଦି କେହି ରସିଦ କାଟିବାକୁ ରାଜି ହୁଅନ୍ତି ନାହିଁ ସେମାନଙ୍କ ଠାରୁ ୨ରୁ ୩ ହଜାର ଟଙ୍କା ହାତଗୁଞ୍ଜା ନେଇ ଗାଡିକୁ ଛାଡିଥାନ୍ତି । ଏହି ତନଖି ସମୟରେ କେତେକ ଗାଡି ଡ୍ରାଇଭରଙ୍କ ଠାରୁ ଏ ସଂପର୍କରେ ପଚାରିବାରୁ ତାମିଲନାଡୁର ଏକ ଗାଡି ନମ୍ବର ଟି.ଏନ.ଏସ.୪୨-୬୦୪୦ ଡ୍ରାଇଭର ନାଗରାଜ ଓ ଟି.ଏନ.୩୭ଡିଏଚ-୩୨୨୮ ଗାଡିର ଡ୍ରାଇଭର କହିଥିଲେ ଏହିଭଳି ତନଖି ପ୍ରକାଶ କରିଥିଲେ । ଏହିଭଳି ଶ୍ରୀ ଖଟୁଆ ପ୍ରତ୍ୟେକ ରାତିରେ ବେଆଇନ ଭାବେ ତନଖର ବାହାନାରେ ଲକ୍ଷାଧିକ ଟଙ୍କା ହାତଉଥିବା ଜଣାପଡିଛି । ଏ ସଂପର୍କରେ ଶ୍ରୀ ଖଟୁଆଙ୍କୁ ପଚାରିବରୁ ସେ କହିଥେôଲ ଚଣ୍ଡିଖୋଲ ଆଂଚଳିକ ପରିବହନ ଅଧିକାରୀଙ୍କ ନିଦେ୍ର୍ଦଶକ୍ରମେ ରାଜସ୍ୱ ବୃଦ୍ଧି ପାଇଁ ଆମ୍ଭେ ଏହିଭଳି ଗାଡି ତନଖର କରୁଅଛୁ । ପ୍ରକାଶ ଥାଉ କି ଶ୍ରୀ ଖଟୁଆ କିଛି ଦିନ ପୂର୍ବରୁ ପୁରୀ ଆଂଚଳିକ ପରିବହନ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ବେନାମୀ ଅର୍ଥ ହାତେଇଥିବା ଘଟଣାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ସୂଚନା ରହୀଛି । ପ୍ରାୟ ୨ କୋଟି ଟଙ୍କାର ସମ୍ପତି ଭିଜିଲାନ୍ସ ଜବତ କରିଥିଲା ବେଳେ ଏବେବି ତାଙ୍କ ନାମରେ କେଶ ଚାଲୁଥିବା ସୂଚନା ମିଳିଛି । ଏଭଳି ଜଣେ ଦୁନୀତି ଗସ୍ତ ବ୍ୟକ୍ତିଙ୍କୁ ରାତ୍ରି ସମୟୁରେ କେଉଁ ନ୍ୟାୟରେ ଗାଡି ତନଖି ଦାୟିତ୍ୱ ପ୍ରଦାନ କରାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଏଥରୁ କେତେ ଅର୍ଥ ସରକାରୀ ଖଜଣାକୁ ଯାଉଛି ଓ କେତେ ଅର୍ଥ ଅଧିକାରୀଙ୍କ ପକେଟକୁ ଯାଉଛି ତାହା ସ୍ପଷ୍ଟ ଅନୁମେୟ ।
ସଞ୍ଜ ନଇଁଲେ ରାଜପଥରେ ଚାଲୁଛି ଚଣ୍ଡିଖୋଲର ଜୁନିୟର ଏମ.ଭି.ଆଇଙ୍କ ରାଜୁତି; ଲୁଟିବାରେ ଆୱାର୍ଡ ପାଇବ ବୋଧେ
|
February 11, 2020 |