ସଚେତନ ହେଉନହାନ୍ତି ବାରିପଦା ଜନସାଧାରଣ; ମାସ୍କ ନ ପିନ୍ଧିବା ପାଇଁ ୧୮,୫୦୦ ଟଙ୍କା ଆଦାୟ

Spread the love

ବାରିପଦା, ୧୯/୦୬(ସନ୍ଧାନ ନିଉଜ) -କୋରନା ମହାମାରୀର ମୁକାବିଲା ପାଇଁ ସମଗ୍ର ଦେଶ ଲଢୁଥିବା ବେଳେ ବାରିପଦା ସହର ବାସିନ୍ଦା ସଚେତନ ହେଉନଥିବାର ଦେଖିବାକୁ ମିଳୁଛି । ପୋଲିସ ବିଭାଗ ମଧ ଏଥିରେ କୋହଲ ମନଭାବ ପ୍ରକାଶ କରିଛି । ମଟର ଯାନ ନିୟମ ଉଲ୍ଲଗ୍ନକାରୀଙ୍କ ଠାରୁ ଲକଡାଉନ୍ କଟକଣା ମାନୁନଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ଘଟୁଛି । ମହାମାରୀ କୋରନା ସଂକ୍ରମଣ ରୋକିବା ପାଇଁ ଘରୁ ବାହାରିଲେ ମାସ୍କ ପିଦ୍ଧିବା ବାଧ୍ୟତା ମୂଳକ ହୋଇଥିବା ବେଳେ ଲୋକ କିନ୍ତୁ ଏହାକୁ ଖାତିର କରୁନାହାନ୍ତି ଲକଡାଉନ୍ ୫ମ ପର୍ଯ୍ୟାୟରେ ଗୁରୁବାର ବିନା ମାସ୍କଧାରି ଠାରୁ ପୋଲିସ ମାତ୍ର ୧୮,୫୦୦ ଟଙ୍କା ଆଦାୟ କରିଛନ୍ତି । ସେହିପରି ମଟର ଯାନ ନିୟମ ଉଲ୍ଲଘନ୍ନ କରିଙ୍କ ଠାରୁ ମାତ୍ର ୮,୫୦୦ ଆଦାୟ କରିଛନ୍ତି । ବାରିପଦା ଟାଉନ୍ ଥାନାର ପୋଲିସ ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ୍ ସମୟ ସୀମାକୁ ବୃଦ୍ଦି କରୁଥିବା ବେଳେ ଅଧିକାଂଶ ସହର ବାସିନ୍ଦା କିନ୍ତୁ ବେଫିକର ହୋଇ ବାହାରେ ବୁଲିବାରେ ଲାଗିଛନ୍ତି । ବାରିପଦା ପୋଲିସ ର କୋହଳ ଚେର୍କ ରେ ଜନତା ସର୍ବସାଧାରଣ ତାହାର ଖୁଲମ୍ ଖୁଲା ଫଇଦା ନେଉଛନ୍ତି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment