ସଂସ୍କୃତ ଦିବସ ସମାରୋହ ସାମିଲ ହେଲେ ଛାତ୍ରଛାତ୍ରୀ

Spread the love

ରାଉରକେଲା,୨୨/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ସାରନଗରୀସ୍ଥିତ ଆଦର୍ଶ ବିଦ୍ୟା ମନ୍ଦିରରେ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଡ଼ାକ୍ତର ଫକୀର ଚରଣ ହୋତା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉସôବକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶୈବାଳିନୀ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟର ସମ୍ପାଦକ ଅନନ୍ତ କୁମାର ଜେନା ମଂଚ ପରିଚାଳନା କରିବା ସହିତ ସଂସ୍କୃତ ଶିକ୍ଷକ ସୁମନ୍ତ କୁମାର ପଣ୍ଡା ସଂସ୍କୃତ ଦିବସ ଉଦେ୍ଦଶ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଭାବେ ବେଦବ୍ୟାସ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀନିବାସ ପାଠଶର୍ମା,ସ୍ୱାମୀ ଅଗ୍ନିବାବା ଓ ସର୍ବେଶ୍ୱର ଦାଶ ଯୋଗ ଦେଇ ପିଲାମାନଙ୍କୁ ସଂସ୍କୃତ ଭାଷା ଏକ ଦେବ ଭାଷା ଓ ଏହାର ମହତ୍ୱ ଓ ମଧୁରତା ତଥା ଆମ ସଂସ୍କୃତ୍ି ବିଷୟରେ ଆଲୋକପାତ କରିଥିଲେ । ଉସôବରେ ବିଶ୍ରାବ୍ଲକ ଏବିଇଓ କିଶୋର ଚନ୍ଦ୍ର ଦାଶ ଯୋଗ ଦେଇ ପିଲାମାନଙ୍କୁ ବିଭିନ୍ନ ଶ୍ଲୋକ ମାଧ୍ୟମରେ ଆକୃଷ୍ଟ କରିଥିଲେ । ସମାରୋହରେ ଶକ୍ତିନଗର ହାଇସ୍କୁଲର ପ୍ରଧାନଶିକ୍ଷକ ରଶ୍ମିତ ସାହାଣୀ,ଡ଼ିଭାଇନ ଲାଇଫ ଏକାଡ଼େମୀର ପ୍ରଧାନଶିକ୍ଷକ ରମାକାନ୍ତ ମଲ୍ଲିକ,ଓଏସଏପି ହାଇସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ନାୟକ,ଜବାଘାଟ ହାଇସ୍କୁଲର ପ୍ରଧାନଶିକ୍ଷକ ହିମାଦ୍ରୀ ମହନ୍ତ ଯୋଗ ଦେଇ ସଂସ୍କତ ଓ ଆମ ସଂସ୍କୃତି ଉପରେ ପିଲାମାନଙ୍କୁ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବେଦ ମନ୍ତ୍ର,ଗୀତା ଓ ସଂସ୍କୃତି ଶ୍ଲୋକ ଗାନ କରାଯାଇଥିଲା । ସଂସ୍କୃତରେ ସଙ୍ଗୀତ,ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମଂଚାସୀନ ଅତିଥି ପୁରସ୍କାର ବିତରଣ କରିଥିଲେ । ଗତ ୨୦୧୮-୧୯ ବୋର୍ଡ଼ ପରୀକ୍ଷାରେ ସଂସ୍କୃତରେ ୯୦ପ୍ରତିଶତ ମାର୍କ ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲାା ଉସôବରେ ସୁଶ୍ରୀ ସୁପ୍ରିୟା ମେହର ଓ ନେହା ଶର୍ମାଙ୍କୁ ସଂସ୍କୃତ ମେଧା ସମ୍ମାନରେ ସମ୍ମାନୀତ କରିବା ସହିତ ସ୍ୱସ୍ତିକା ମିଶ୍ର,ଉନ୍ମିଶା ନାୟକ ଓ ଅଙ୍କିତା ମହାନ୍ତି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି.ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ଗୌତମ ପ୍ରଧାନ,ବି.ଏନ ସାହୁ ସମେତବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟବୃନ୍ଦ, ଶିକ୍ଷକ ,ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Related Posts

About The Author

Add Comment