ସଂଜ ସମୀରଣ ସ୍ମାରକି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: କୁରିକଣା ଚମ୍ପିଆନ

Spread the love

ଧର୍ମଶାଳା, ୨୮/୧/୨୦ (ସନ୍ଧାନ ନିଉଜ/ମାନସ ରାଉତ) :  ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡିଆ ଖେଳ ପଡିଆରେ ପୂର୍ଣର୍ିମା କ୍ଳବ କଣ୍ଟିଗଡିଆ ଆନୁକୂଲ୍ୟରେ ୨ୟ ବାର୍ଷିକ ସଂଜ ସମୀରଣ ସ୍ମାରକି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ କେସିସି ପୁରୁଣା ସୁଙ୍ଗୁଡା ଓ ସାଇଏକାଦଶ କୁରିକଣା କ୍ରିକେଟ୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୁରିକଣା କ୍ରିକେଟ୍ କ୍ଲବ ପୁରୁଣା ସୁଙ୍ଗୁଡାକୁ ୩୪ ରନ ରେ ପରାସ୍ତ କରି ଚମ୍ପିଆନ ହୋଇଥିଲା । କୁରିକଣା କ୍ରିକେଟ୍ କ୍ଲବ ପ୍ରଥମେ ଟସ ଜି୍ତି ନିର୍ଦ୍ଧାରିତ ୧୫ ଓଭରରେ ୮ ୱିକେଟ ହରାଇ ୨୨୪ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଜିତେନ୍ଦ୍ର ମଲ୍ଳ ୪୮ ରନ,ପି.ରାଉତ,୫୮ ରନ କରିଥିବା ବେଳେ ସୁଙ୍ଗୁଡା ବିକେ ୩୧ ରନ ଦେଇ ୩ ୱିକେଟ ନେଇଥିଲେ । ଜବାବରେ ପୁରୁଣାସୁଙ୍ଗୁଡା ୧୫ ଓଭରରେ ୯ ୱିକେଟ ହରାଇ ୧୯୦ ରନ କରି ପରାସ୍ତ ହୋଇଥିଲା । ଦଳ ପକ୍ଷରୁ ଆଶିଶ ବଳ ୬୧ ରନ କରିଥିବା କୁରିକଣା ର ଏସ. ରାଊତ ୨୪ରନ ଦେଇ ୪ୱିକେଟ ନେଇଥିଲେ । ଏହି ଖେଳକୁ ଇନ୍ତେଖାବ ଆଲାମ୍ ଓ ବିଭୁଦତ୍ତ ଦାସ ପରିିଚାଳନା କରିଥିବା ବେଳେ ବିରକିଶୋର ସେନାପତି . ବିଭୁରଂଜନ ଜେନା ଓ ରମେଶ ସ୍ୱାଇଁ ସ୍କୋରର ଓ ଆଶୁତୋଷ ଜେନା ଧାରାବିବରଣୀ ପ୍ରଦାନ କରିଥିଲେ । ଅଧ୍ୟାପକ ତୁହିନାଂଶ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ସ୍ମୃତିରେଖା ପହି,ସମ୍ମାନିତ ଭାବେ ଯୁବ ସମାଜସେବୀ ପ୍ରଶାନ୍ତ ରାଉତ ଯୋଗଦେଇ ବିଜୟୀ ଓ ରନସ୍ ଅପ ଦଳ କୁ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ମଧୁକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମନୋରଂଜନ କର,କ୍ରୀଡା ଶିକ୍ଷକ ଶରତ ଚନ୍ଦ୍ର ସେଠୀ,ଷ୍ଟେଟ ଲେବୁଲ ଭଲିବଲ ରେଫରୀ ନିଗମାନନ୍ଦ ମିଶ୍ର,ପୂର୍ବତନ ସମିତି ସଭ୍ୟ ହିମାଂଶୁ ଭୂଷଣ ମହାପାତ୍ର, ସମାଜସେବୀ ରଶ୍ମିରଂଜନ ସାହାଣୀ,ଯୁବ ସାମ୍ବାଦିକ ଦୀପକ ଦାସ,ସୁଶାନ୍ତ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ସୁଶୀଲ ରାଉତ, ମ୍ୟାନ ଅଫ ଦି ସିରିଜ ଜିତେନ୍ଦ୍ର ମଲ୍ଲ,ବେଷ୍ଟ ବୋଲର ରାଜେଶ ପହି.ବେଷ୍ଟ ବ୍ୟାଟ୍ସମ୍ୟାନ ଜିତେନ୍ଦ୍ର ମଲ୍ଲ । ମଧୁକେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ଖେଳ ପ୍ରତିଯୋଗିତାରେ ଚମ୍ପିଆନ ହୋଇଥିବା ମୁନା ମଲ୍ଲିକ.ସ୍ୱାତୀ ପ୍ରିୟା ଜେନା (ବରିଷ୍ଠ) ଅର୍ପିତା ପ୍ରିୟଦର୍ଶିନୀ ସେଠୀ ଓ ସତ୍ୟରଂଜନ ସେଠୀ(କନିଷ୍ଠ)ଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ ପାଇଁ ଯୁବ ସାମ୍ବାଦିକ ଦୀପକ କୁମାର ଦାସଙ୍କୁ ଏସ.ଏମ.ସି.ଟି. ପୂର୍ଣ୍ଣିମା ସମ୍ମାନ ପ୍ରଦାନ କରାଯିବା ସହ ପ୍ୟାନେଲ ଅମ୍ପାୟର ସୁଶାନ୍ତ କୁମାର ବାରିକ, ପ୍ୟାନେଲ ଅମ୍ପାୟର ଓସିଏ ଇନ୍ତେଖାବ ଆଲାମ୍, ବିଭୁଦତ୍ତ ଦାସ , ରାଜ୍ୟସ୍ତରୀୟ ଭଲିବଲ ରେଫରୀ ନିଗମାନନ୍ଦ ମିଶ୍ରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । କ୍ଲବ ତରଫରୁ ଅରବିନ୍ଦ ବିଶ୍ୱାଳ,ବିକାଶ ଜେନା, ଦେବାନନ୍ଦ ଦାସ,ସୁଦୀପ୍ତ ପଣ୍ଡା, ଦୀପକ ନାୟକ,ଆଲୋକ ନାୟକ,ସାଗର ଦାସ ଦାସ ,ଜେ.କେ.ରାୟ, ମାନସ ବେହେରା,କୈବଲ୍ୟ ଦାସ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment