ଯାଜପୁର ସଦର, ୩୦ା୦୮(ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତର ସଂଖ୍ୟାଲଘୁ ସମ୍ପ୍ରଦାୟକଙ୍କ ସମସ୍ୟା ଉପରେ ମହଜିଦର ଉନ୍ନତି କରଣ ପାଇଁ ଦାବି କରାଯାଇଥିବା ବେଳେ ବ୍ରହ୍ମବରଦା ବ୍ୟାଙ୍କ ଛକ ନିକଟସ୍ଥ ଏସଏସ ପ୍ୟାଲେସ ଠାରେ ଅଲ ଓଡ଼ିଶା ସଂଖ୍ୟାଲଘୁ ଫେଡେସନ ଆନୁକୁଲ୍ୟରେ ଆଲୋଚନା ଚକ୍ର ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଫେଡେସନର ସଂଯୋଜମ ସେକ ସଫିକ ଉଦ୍ଦିନ(ଟାଲି)ଙ୍କ ସଭାପତିତ୍ୱରେ ଏଥିରେ ୮ ଦଫା ଦାବି ଉପରେ ଆଲୋଚନା କରାଯାଇଥିଲା । ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ୫ ଶତକଡ଼ା ସଂରକ୍ଷଣ ବ୍ୟବସ୍ଥା, ସଂଖ୍ୟାଲଘୁ କମିସନ ଗଠନ, ମୁସଲିମ ସମ୍ପ୍ରଦାୟ ମାଧ୍ୟମରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସ୍ଥାପନ, ଖାଲି ପଡ଼ିଥିବା ବିଦ୍ୟାଳୟ ମହାବିଦ୍ୟାଳୟରେ ଉର୍ଦ୍ଧୁ ଶିକ୍ଷକ ନିଯୁକ୍ତି, ମଦ୍ରସା ମହଜିଦର ଉନ୍ନତି କରଣ, ତଲାକ କରାଯାଇଥିବା ମହିଳା ମାନଙ୍କୁ ମାସିକ ୫ହଜାର ଟଙ୍କା ଲେଖାଏଁ ଭତ୍ତା, ପିର ଆସ୍ଥାନ ଗୁଡ଼ିକର ନବିକରଣ, ଗିରବ ସଂଖ୍ୟାଲଘୁ ସମ୍ପ୍ରଦାୟର ପରିବାରକୁ ବାସଗୃହ ପ୍ରଦାନ, ସେମାନଙ୍କ ଝୀଅ ବିଭାଘର କରାଯିବା ପାଇଁ ୫ଲକ୍ଷ ଟଙ୍କା ଆର୍ôଥକ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଚି । ଏହି ଆଲୋଚନା ଚକ୍ରରେ ଅବସରପ୍ରାପ୍ତ ଆଇଏସ ଅଫିସର ହମିତ ହୁସେନ ଯୋଗଦେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ପରିବାର ମାନଙ୍କ ଅବସ୍ଥାକୁ ଆଖିଆଗରେ ରଖି ଜାତୀର ବର୍ଗକରଣ କରାଯିବା ଦରକାର ବୋଲି ଶ୍ରୀ ହୋସେନ କହିଥିଲେ । ଏହି ଆଲୋଚନା ଚକ୍ରରେ ପ୍ରର୍ବତନ କୋରାପୁର ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ, ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ଅଧ୍ୟକ୍ଷ ଭାରତୀ ବେହେରା ପୂର୍ବତନ ଆଇଏସ ଅଫିସର ସରତ ନାୟକ, ମନୋଆର ଖାଁ, ମହିଳା ନେତ୍ରୀ ପ୍ରିୟଦର୍ଶିନୀ ଜେନା, ସାମାଜିକ ସମକର୍ମୀ ମଧୁଶ୍ମିତା ସାମଲ, ନିମମଣୀ ସାମ, ସମ୍ମାନୀୟ ଭାବେ ଯୋଗଦେଇ ସଂଖ୍ୟାଲଘୁ ସମ୍ପ୍ରଦାର ସାମୁହିକ ଦିଗରେ ମୌଳିକ ସମସା ଏବଂ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହାର ସମାଧାନ କରାଯିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ମୌଲାନା ହାପିଜ କୋରାନ ପାଠ କରିଥିବା ବେଳେ, ସଭା ଆରମ୍ଭ କରାଯାଇଥିଲା । ଯୁବ ନେତା ସାବିର ଅଲ୍ଲା ସ୍ୱାଗତ ଭାଷଣ ଦେଇଥିବା ବେଳେ, ଯାବେର ଖାଁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସେକ ଆଲାମ ଧନ୍ୟବାଦ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦାନ କରିଥିଲେ ।
ସଂଖ୍ୟାଲଘୁ ସମ୍ପ୍ରଦାୟକଙ୍କ ସମସ୍ୟାକୁ ନେଇ ଏହା ଉପରେ ଆଲୋଚନା ଚକ୍ର ଅନୁଷ୍ଟିତ
|
August 30, 2023 |



