ଭଦ୍ରକ/ତିହିଡ଼ି, ୨୧ /୯ (ସନ୍ଧାନ ନ୍ୟୁଜ୍/ବିଶ୍ବଜିତ ପଣ୍ଡା):- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତର କୁଆଁରଚତର ଗ୍ରାମରେ ଗତ ୮ ଦିନରେ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ୨ଟି ୱାର୍ଡ ବିଶିଷ୍ଟ ଏହି ଗାଁର ୫୧୦ରୁ ଅଧୁକ ଲୋକ ବସବାସ କରନ୍ତି। ଗତ ୮ ଦିନ ତଳେ ଲକ୍ଷଣଯୁକ୍ତ କେତେକ ଗ୍ରାମବାସୀ ତିହିଡ଼ି କୋଭିଡ୍ କେୟାରରେ କରୋନା ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ଆକ୍ରାନ୍ତ ଥିବା ରିପୋର୍ଟ ମିଳିଥିଲା । ଏହାର ୪ଦିନ ପରେ ଗାଁରେ ସାମୁହିକ କରୋନା ପରୀକ୍ଷା କରାଯାଇଥିଲା । ଏଥିରେ ଗତ ଗୁରୁବାର ୧୬୦ ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ଜଣାଯାଇଛି। ତେବେ ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତ ହୋଇଥିବା ଖବର ପ୍ରଚାରିତ ହେବା ପରେ ଗାଁ ଓ ପଞ୍ଚାୟତ ଲୋକ ଭୟଭୀତ ଅଛନ୍ତି। ତେବେ ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ଲୋକେ ସଚେତନ ହେବା ସହିତ ଗ୍ରାମରେ ବାକିଥିବା ସମସ୍ତ ଲୋକେ ନିଜର ପରୀକ୍ଷା କରାଇନେବାକୁ ସରପଞ୍ଚ ମାନସ ସାହୁ ନିବେଦନ କରିଛନ୍ତି ।
ସଂକ୍ରମଣକୁ ନେଇ ବଢ଼ିଛି ଚିନ୍ତା
|
September 22, 2020 |