ସୁନ୍ଦରଗଡ ତା:୯/୮/୨୦୨୫( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ଲୋକଙ୍କ ସୁବିଧା କୁ ଆଖି ଆଗରେ ରଖି ପଞ୍ଚାୟତ ତରଫରୁ ଅନେକ ସୌର ଲାଇଟ ଲଗା ଯାଇଛି ।ହେଲେ ତାର ଉଚିତ୍ ସମୟରେ ତଦାରଖ ନ ହୋଇ ପାରୁଥିବା କାରଣରୁ ଚୋରି ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ସୂଚନା ଅନୁସାରେ ତଳସରା ଥାନା ଅନ୍ତର୍ଗତ ସବଡେଗା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ଲାଇଟ ଲାଗିଥିବା ବେଳେ ମାସ ମାସ ଧରି ମରାମତି ହୋଇପାରୁ ନାହିଁ । ସବଡେଗା ର ଅନେକ ଅଞ୍ଚଳ ଅନ୍ଧାରେ ରହୁଥିବା ବେଳେ ଚୋର ଅତି ସହଜରେ ଚୋରି କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।ଏହି କାରଣରୁ ସବଡେଗା ଅଞ୍ଚଳ ରେ ଚୋରି ହେବାରେ ଲାଗିଛି ।ସ୍ଥାନୀୟ ପଞ୍ଚାୟତ କତୃପକ୍ଷ ଏଥିରେ ଧ୍ୟାନ ଦେଇ ନ ଥିବା ବାରମ୍ବାର ଅଭିଯୋଗ ହେଉ ଥିଲେ ମଧ୍ୟ ତାର ସମାଧାନ ନ ହେବା ପ୍ରଶ୍ନ ଘେରରେ ରହିଛି । ତା ସହିତ ଲୋକଙ୍କ ଅଭିଯୋଗ ଥାନାର କାଗଜପତ୍ରରେ ସୀମିତ ରହୁଥିବା ବେଳେ ସାଧାରଣ ଜନତାଙ୍କ କ୍ଷତି ପୁରଣ କରିବା ପ୍ରଶାସନ ପାଇଁ ଏକ ବଡ ପ୍ରଶ୍ନ?ବିଭାଗୀୟ ଅଧିକାରୀ ଏଥିରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ଷ୍ଟେଟ ଲାଇଟ୍ ରକ୍ଷଣାବେକ୍ଷଣ ଅଭାବରୁ ସବଡେଗା ରେ ଚୋରି ବଢ଼ୁଛି
|
August 10, 2025 |



