ସୁନ୍ଦରଗଡ଼ ତା:୧୭-0୧-୨0୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ କୁରେଇ ଗ୍ରାମ ପଞ୍ଚାୟତ ର ଜାମଦରହ ଗ୍ରାମ ଠାରେ ଲାଗିଥିବା ଷ୍ଟିଟ ଲାଇଟ ଖରାପ ହେବା କାରଣରୁ ଅଞ୍ଚଳ ଅନ୍ଧାରରେ l ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ କୁରେଇ ଗ୍ରାମ ପଞ୍ଚାୟତ ର ଜାମଦରହ ଗ୍ରାମ ଠାରେ ଦୁଇ ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ଦଶଟି ଷ୍ଟିଟ ଲାଇଟ ଲାଗିଛି କିନ୍ତୁ ଦୁଇ ବର୍ଷ ନ ପୁରୁନୁ ସବୁ ଲାଇଟ ଖରାପ ହୋଇ ପଡିଛି l ଜାମ ଦରହ ଗ୍ରାମ ଟି ପାହାଡିଆ ଜଙ୍ଗଲ ଅଞ୍ଚଳ ଥିବା ବେଳେ ଅଞ୍ଚଳରେ ହାତୀ ତଥା ଅନ୍ୟ ବନ୍ୟ ଜନ୍ତୁ ଲୋକ ଙ୍କ ଘର ପାଖରେ ବୁଲା ବୁଲି କରୁଥିବା ସୂଚନା ରହିଛି । କେତେବେଳେ କାହା ହାବୁଡ଼ରେ ପଡିଗଲେ ଜୀବନ ର ଭୟ ରହିଥାଏ ତଥା ଏପଟେ ଯିବା ଆସିବା ପାଇଁ ରାସ୍ତା ଘାଟ ଭଲ ନ ଥିବା ଯୋଗୁଁ ଅନ୍ଧାର ରାତିରେ ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ l ଷ୍ଟିଟ ଲାଇଟ ଲାଗିବା ଦୁଇ ବର୍ଷ ହେଲା କିନ୍ତୁ ଲାଇଟ ଖରାପ ହେବା ଆଜକୁ ଆଠ ମାସ ହେଲାଣି l ପଞ୍ଚାୟତ ସରପଞ୍ଚ ତଥା ଲାଇଟ ମରାମତି କରିବା କର୍ମଚାରୀ ମାନଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ଏହି ଅଞ୍ଚଳ ରେ ଲାଗିଥିବା ଷ୍ଟିଟ ଲାଇଟ ମରାମତି ହୋଇ ପାରୁନି ବୋଲି ଜନ ସାଧାରଣ ଙ୍କ ସୂଚନାରୁ ଜଣା ପଡିଛି l ଅଞ୍ଚଳ ର ଯାନ ପ୍ରତିନିଧି ସାଧାରଣ ଜନତାଙ୍କ ଜୀବନ ପ୍ରତି ତତ୍ପର ନ ହେବା ଯୋଗୁଁ ଅସନ୍ତୋଷ ବଢିବାରେ ଲାଗିଛି ।ଅତି ଶୀଘ୍ର ଏହି ଅଞ୍ଚଲର ଷ୍ଟିଟ ଲାଇଟ ମରାମତି ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।
ଷ୍ଟିଟ ଲାଇଟ ଥାଇ ଅଞ୍ଚଳ ଅନ୍ଧାର, କୁରେଇ ପଞ୍ଚାୟତରେ ହାତୀ ଆତଙ୍କ ହେବାର ଆଶଙ୍କା
|
January 17, 2026 |



