ସୁନ୍ଦରଗଡ଼ ତା:୦୧-୦୨-୨୦୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆଜି ବାଲିଶଙ୍କରା ବ୍ଲକ ତୁମଳିଆ ଗ୍ରାମ ପଞ୍ଚାୟତ ର ସାନ କୁମୁଢାଫାଳ ଠାରେ ଷୋଡ ବଂଶୀୟ ଗୋଣ୍ଡ ସମାଜ ବ୍ଲକ ସ୍ତରୀୟ ବାର୍ଷିକ ଜଂଘା ପୂଜା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଓଡିଶା ବିଧାନସଭା ଉପବାଚସ୍ପତି ତଥା ତଲସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଥିବା ବେଳେ ସୁନ୍ଦରଗଡ଼ ସଂସଦ ପ୍ରତିନିଧି ଶ୍ରୀଯୁକ୍ତ ଉଛବ ତନ୍ତୀ, ରବି ଚନ୍ଦ୍ର ପଟେଲ, ତଲସରା ଥାନା ଅଧିକାରୀ ଡିଏସପି ଶ୍ରୀ ଯୁକ୍ତ ପୁଷ୍ପେନ୍ଦୁ ସାଗର, ବନମାଳୀ ବାରସତୀଆ,, ଗୋଣ୍ଡ ସମାଜ ର ବ୍ଲକ ସଭାପତି ଶ୍ରୀ ଯୁକ୍ତ ଧନେଶ୍ୱର ମାଝୀ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ l କୁମାରୀ ପ୍ରିୟଙ୍କା ପଟ୍ଟା ଓ ପୂର୍ବତନ ଚେୟାରମ୍ୟାନ ଶ୍ରୀ ରାମେଶ୍ୱର ପ୍ରଧାନ ସଭା କାର୍ଯ୍ୟ ତୁଲାଇଥିଲେ l ଆଗାମୀ ଦିନରେ ସମାଜ କିପରି ଶିକ୍ଷା, ସ୍ୱାସ୍ଥ୍ୟ, ବିଶ୍ୱାସ,ଦୃଢ ସଂଘର୍ଷ ଓ ଏକତା ର ମନ୍ତ୍ର କୁ ମନ ରେ ରଖି ସମାଜ କୁ ଆଗେଇ ନେବା ବୋଲି ସଭାପତି ଶ୍ରୀ ଧନେଶ୍ୱର ମାଝୀ ସଭାରେ ମୋଟ ରଖିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଉପ ବାଚସ୍ପତି ତଥା ତଲସରା ବିଧାୟକ ଶ୍ରୀ ଯୁକ୍ତ ଭବାନୀ ଶଙ୍କର ଭୋଇ ନୂତନ ଭାବରେ ତିଆରି ହୋଇଥିବା ଗୋଣ୍ଡ ସମାଜ ର ଗୋଷ୍ଠୀ କେନ୍ଦ୍ର କୁ ଉଦଘାଟନ କରିବା ସହିତ ଆହୁରି ଏଠାରେ ଏକ ମଣ୍ଡପ ଓ ଜଂଘା ଦେଓ ଙ୍କ ମନ୍ଦିର ପାଇଁ ପ୍ରସ୍ତାବ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଝିଅ ଓ କୁନା କୁନି ପୁଅ ଝିଅ ମାନେ ନୃତ୍ୟ ଗୀତ ମଧ୍ୟ ପରିବେଷଣ କରିଥିଲେ l ତଳସରା ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଦେଖିବାକୁ ମିଳିଥିଲା ।
ଷୋଡ ବଂଶୀୟ ଗୋଣ୍ଡ ସମାଜ ବ୍ଲକ ସ୍ତରୀୟ ବାର୍ଷିକ ଜଂଘା ପୂଜା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ,ଯୋଗଦେଲେ ଓଡ଼ିଶା ବିଧାନସଭା ଉପବାଚସ୍ପତି ମହୋଦୟ
|
February 1, 2026 |



