ତିହିଡ଼ି: ୧୬/୨/୨୬ (ସନ୍ଧାନ ନ୍ୟୁଜ) ତିହିଡ଼ିବ୍ଲକ ଅନ୍ତର୍ଗତ ଶୟଆ ପଞ୍ଚାୟତ ରେ ଥିବା ବାଂଶ ବାଗ ଗ୍ରାମ ର ପ୍ରସିଦ୍ଧ ବୁଢ଼ା ମହାଦେବ ଙ୍କ ଜାଗର ମେଳା ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ପ୍ରାତଃ କାଳ ରୁ ଭକ୍ତ ମାନେ ଆସି ମନ୍ଦିର ରେ ଭୋଗ ଅର୍ପଣ କରିବା ପାଇଁ ଲମ୍ବା ଧାଡ଼ି ରେ ଆସି ମନ୍ଦିର କୁ ପ୍ରବେଶ କରି ଥିଲେ। ସତ୍ୟସାଇ ସେବା ସଂଗଠନ ତରଫରୁ ସମସ୍ତ କର୍ମକର୍ତ୍ତା ଶୃଙ୍ଖଳା ଦାୟିତ୍ଵ ନିର୍ବାହ କରିଥିଲେ। ମନ୍ଦିର ପରିଚାଳନା କମିଟି ସମସ୍ତ ସଭ୍ୟ ସେମାନଙ୍କୁ ସହଯୋଗ କରିଥିଲେ। ପ୍ରାୟ କେତେ ହଜାର ବର୍ଷ ପୂର୍ବ ରୁ ଏଠାରେ ବୁଢ଼ା ମହାଦେବ ପୂଜା ପାଉଛନ୍ତି ତାର ଇତିହାସ ନାହିଁ। ଦିନ ଦଶ ଟା ବେଳକୁ ଏତେ ଭିଡ ହୋଇ ଥିଲା ଯେ, ଭକ୍ତ ମାନଙ୍କ ମଧ୍ୟରେ ଠେଲାପେଲା ହୋଇ ଥିଲା। ପ୍ରଶାସନ ପକ୍ଷରୁ ଅଳ୍ପ ସମୟ ମଧ୍ୟରେ ସମସ୍ୟା ସମାଧାନ ହୋଇ ଥିଲା। ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଶୁଭେନ୍ଦୁ ମଲ୍ଲିକ, ସମ୍ପାଦକ ଶ୍ରୀଯୁକ୍ତ ଶୁକଦେବ ବେହୁରିଆ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସୁଦାମ ଚରଣ ଲେଙ୍କା, ମନୋଜ ନାୟକ, ଗଣେଶ ସାହୁ ବିଶ୍ଵନାଥ ପାତ୍ର ଓ ଅନ୍ୟ ସଭ୍ୟ ଉପସ୍ଥିତ ରହି ଭକ୍ତ ମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ଆହ୍ବାନ ଦେଇ ଥିଲେ। ରାତି ଏଗାର ଟା ବେଳକୁ ମହାଦୀପ ଉଠିବ ବୋଲି ସୂଚନା ମିଳିଛି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ଶୟା ବାଂସ ବାଗ ରେ ବୁଢ଼ା ମହାଦେବ ଙ୍କ ଜାଗର ମେଳା
|
February 16, 2026 |



