ବଡ଼ଚଣା, ୨୭/୧୦(ସନ୍ଧାନ ନିୟୁଜ) ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଅରଖପୁର ପଞ୍ଚାୟତ ଅଧିନ ବନ୍ଧା ପଦ୍ମଲାଭପୁର ଗ୍ରାମର ଗେଙ୍ଗୁଟି ନଦୀକୂଳରେ ଶ୍ରୀ ଶ୍ରୀ ଶ୍ୟାମସୁନ୍ଦର ଜୀଉ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୩୧ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ମାସ ୩ ତାରିଖରେ ପୂ୍ର୍ଣ୍ଣାହୃତି ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସନାତନ ଧର୍ମର ପ୍ରଚାରକ ପୁରୀ ଗୋବର୍ଦ୍ଧନ ପୀଠାଦେଶ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ନଭେମ୍ବର ୨ ତାରିଖ ଦିନ ପଦାର୍ପଣ କରିବାର କାର୍ଯ୍ୟକ୍ରମ ରହିଅଛି । ହିନ୍ଦୁ ଧର୍ମ, ଗୋ ରକ୍ଷା, ସମାଜର ସେବା ପାଇଁ ପୁରୀ ଶଙ୍କରାଚାର୍ଯ୍ୟ ବଦ୍ଧ ପରିକର ହୋଇଛନ୍ତି । ଶଙ୍କରାଚାର୍ଯ୍ୟଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ଅପରାହ୍ନ ୪ ଘଟିକା ସମୟେରେ ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉ ସେବାଶ୍ରମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ ହୋଇଥିଲା । ପୁରୀ ଗୋବର୍ଦ୍ଧନ ପୀଠ ପକ୍ଷରୁ ଆଦିତ୍ୟବାହୀନୀ ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ପଣ୍ଡିତ ରୋହିତ୍ ଦାସ ,ଦେବେନ୍ଦ୍ର ସାମଲ, ଲିଙ୍ଗରାଜ ପତି, ପ୍ରତାପ ଭାରତୀ, ଶୌରୀ ରଂଜନ ପଣ୍ଡା, ଶୁଭେନ୍ଦୁ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ୩ ତାରିଖ ଦିନ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଆୟୋଜିତ ଧର୍ମ ସଭାରେ ଦିବ୍ୟ ସନେ୍ଦସ ପ୍ରଦାନ କରିବେ । ଶ୍ୟାମ ସୁନ୍ଦର ଜୀଉ ମନ୍ଦିର ପ୍ରତିଷ୍ଠାରେ ୧୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଯୋଗ ଦେବାର ସମ୍ବାବନା ରହିଅଛି । ସେଠାରେ ୪ ଦିନ ଧରି ଶ୍ର୍ଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବନେ୍ଦାବସ୍ତ ରହିଅଛି । ଶ୍ରଦ୍ଧାଳୁଙ୍କ ସେବା ପାଇଁ ପାନୀୟ ଜଳ ସୁବିଦା, ଡ଼ାକ୍ତରୀ ସେବା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ବନେ୍ଦାବସ୍ତ ରହିଅଛି । ୩୧ ତାରିଖ ଠାରୁ ୨ ତାରିଖ ପର୍ଯ୍ୟନ୍ତ ପ୍ରବୋଚନ ଦେବାର କାର୍ଯ୍ୟକ୍ରମ ରହିଅଛି । ପ୍ରଭୁ ଜଗନ୍ନାଥ ହେଉଛନ୍ତି ବିଶ୍ୱର ବଡ଼ ଠାକୁର ସେ ହେଉଛନ୍ତ ବଡ଼ ଦେଉଳରେ । ଶ୍ରୀ ମନ୍ଦିର ସମ୍ମୁଖରେ ବଡ଼ ଦାଣ୍ଡ ତେଣୁ ପ୍ରଭୁ ଜଗନ୍ନାଥଙ୍କର କାର୍ଯ୍ୟକୁ ପ୍ରଚାର କରିବା ପାଇଁ ଓ ସନାତନ ଧର୍ମର ପ୍ରସାର ପାଇଁ ଶଙ୍କରାଚାର୍ଯ୍ୟ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ତାହା ଓଡ଼ିଶା ପାଇଁ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ପକ୍ଷରୁ ଅରଖପୁର ସରପଞ୍ଚ ଶ୍ରୀମତୀ ସେହ୍ନଲତା ସ୍ୱାଇଁ, ବନ୍ଧା ପଦ୍ମଲାଭପୁର ଗ୍ରାମର ଅଧିବାସୀ ଓ ଅରଖପୁର ପଞ୍ଚାୟତର ବହୁ ବୁଦ୍ଧିଜୀବୀ , ଶିକ୍ଷାବିତ୍, ଆଧ୍ୟାତ୍ମିକ ଚିନ୍ତନର ବ୍ୟକ୍ତିମାନେ ଯୋଗ ଦେଇଥିଲେ ।
ଶ୍ୟାମସୁନ୍ଦର ଜୀୟୁ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ
|
October 29, 2018 |