ଶ୍ୟାମଳ ସୁବର୍ଣ୍ଣ ଦ୍ଵାରା ଆୟୋଜିତ ଅନଲାଇନ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ଘୋଷିତ

Spread the love
କଟକ, ୦୭/୧୨/୨୦ (ସନ୍ଧାନ ନିଉଜ) – ରାଜ୍ୟର ପ୍ରଥମ ଛାତ୍ର ସମ୍ପାଦିତ ତ୍ରୟମାସିକ କୃଷିପତ୍ରିକା “ଶ୍ୟାମଳ ସୁବର୍ଣ୍ଣ” ତରଫରୁ ଡିସେମ୍ବର ୫ ବିଶ୍ଵ ମୃତ୍ତିକା ଦିବସ ଅବସରରେ ପ୍ରବନ୍ଧ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ “ମାଟି ପାଇଁ ପଦେ” ଶୀର୍ଷକ ଓଡ଼ିଆ ପ୍ରବନ୍ଧ ଏବଂ  “ସଏଲ ଦି ରୁଟ ଅଫ ଆୱ!ର ସଷ୍ଟେନ୍ସ” ଶୀର୍ଷକ  ଇଂରାଜୀ ପ୍ରବନ୍ଧ ଅନ୍ୱେଷଣ ପ୍ରତିଯୋଗିତାରେ ବରେଣ୍ୟ ବିଚାରକ ଭାବେ ବାସୁଦେବପୁର ତହସିଲଦାର ଶ୍ରୀଯୁକ୍ତ ସୌମ୍ୟଶ୍ରୀ ପାଣିଗ୍ରାହୀ, ସହସମ୍ପାଦିକା ରୂପାଲି ମହାପାତ୍ର, ଭୁବନାନନ୍ଦ ଅଧିକାରୀ, ପ୍ରଜ୍ଞା ପରମିତା ଆଦି ବିଚାରକ ମଣ୍ଡଳୀଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଆ ପ୍ରବନ୍ଧ ବିଭାଗରେ ଓୟୁଏଟି ଭୁବନେଶ୍ଵରର ସ୍ନାତକ ଛାତ୍ରୀ କ୍ରିଷ୍ଣା ଲିଂଟାସ ବେହେରା ପ୍ରଥମ,ସେଂଚୁରିଆନ ବିଶ୍ଵବିଦ୍ୟାଳୟର ଛାତ୍ରୀ କିରନପ୍ରଭା ଏବଂ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ସୁଶ୍ରୀ ଶୁଭଙ୍କରୀ ସେଠୀ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଇଂରାଜୀ ବିଭାଗରେ ଓୟୁଏଟି ଭୁବନେଶ୍ଵରର କୃଷି ଛାତ୍ରୀ ଅନନ୍ୟା ପଣ୍ଡା ପ୍ରଥମ, ଓୟୁଏଟିର ଇତିଶ୍ରୀ ଦାସ ଦ୍ଵିତୀୟ ଏବଂ ଓୟୁଏଟିର ଛାତ୍ର ସ୍ଵୟଂ ସାଫଲ୍ୟ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସମସ୍ତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଶ୍ୟାମଳ ସୁବର୍ଣ୍ଣ ପତ୍ରିକା ପକ୍ଷରୁ ମାନପତ୍ର ପ୍ରଦାନ କରାଯିବାସହ ମୁଖ୍ୟସମ୍ପାଦକ ସ୍ତମ୍ଭକାର ଡି. ଶୁଭମ ଉଚ୍ଚ ପ୍ରସଂଶା କରିଛନ୍ତି !

Related Posts

About The Author

Add Comment