ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଅବତାର ଦିବସ

Spread the love

ଧର୍ମଶାଳା,  ୨୦/୧୦ (ସନ୍ଧାନ ନିଉଜ) : ଭଗବାନ ଶ୍ରୀ ସତ୍ୟସାଇ ସେବା ସମିତି ଜାରକା ପକ୍ଷରୁ ସମିତିର ଭାଇ ଓ ଭଉଣୀ ଏବଂ ବାଳବିକାଶ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଜି ଅବତାର ଦିବସ ପାଳିତ ହୋଇଯାଇଛି । ଏଥିସହ କୁମାରୀ ଗ୍ରାମ ସଫେଇ ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅବତାର ଦିବସ ଅବସରରେ ପ୍ରାତଃ ସାଢ଼େ ୪ଟାରୁ ଓଁ କାରମ୍, ସୁପ୍ରଭାତମ୍, ନଗର ସଂକୀର୍ତନ, ପ୍ରଶାନ୍ତି ଧ୍ୱଜା ଉତୋଳନ, ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ନାରାୟଣ ସେବା, ସନ୍ଧ୍ୟାରେ ସାମୂହିକ ଜପଧ୍ୟାନ , ସାଇ ଗାୟତ୍ରୀ ମନ୍ତ୍ର, ଲିଖିତ ଜପ, ଅବତାର ଉଦ୍ଘୋଷିତ ବାର୍ତା, ବେଦପାଠ ପ୍ରମୁଖ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ପ୍ରମୁଖ କାର୍ଯ୍ୟକ୍ରମକୁ ସମିତିର ଆବାହକ ପବିତ୍ର ମୋହନ ବିଶ୍ୱା, ସେବା ସଂଯୋଜକ ଅର୍ଜୁନ ଚରଣ ରାଉତ, ଆଧ୍ୟତ୍ମିକ ସଂଯୋଜକ ଯଷନ୍ତ ମୋହନ ଦାସ, ଦନେଇ ଚରଣ ସାହୁ, ସୁବାଷ ଚନ୍ଦ୍ର ସାହୁ , ବଟକୃଷ୍ଣ ମଲ୍ଲିକ, ଗଗନ ବିହାରୀ ଦତ, ସ୍ୱରାଜ ପାଣି, ଚନ୍ଦନ ସାହୁ, ସୁଶାନ୍ତ ନାୟକ, ସୁମନ୍ତ ସାହୁ, ଉଦନାନନ୍ଦ ସାମଲ, ହେମନ୍ତ ଦାସ, ସୈରଭ ଜେନା, ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରଫୁଲ ଜେନା, ଅରୁନ୍ଧତୀ ସାହୁ , ଶୁଭମ୍ ଦାସ, ବାସନ୍ତୀ ବିଶ୍ୱାଳ , ମିନତୀ ବଳ, ପ୍ରତିମା ସାହୁ, ପ୍ରମୁଖ ଏହି ଅବତାର ଦିବସକୁ ପରିଚାଳନା କରିଥିଲେ ।

Related Posts

About The Author

Add Comment