ବାଲିଗୁଡା, ୧୪/୦୩/୨୨ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡିଶା, କନ୍ଧମାଳ ଆନୁକୂଲ୍ୟରେ ବାଲିଗୁଡା ସାଇ ମନ୍ଦିର ଠାରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ପ୍ରାତଃ ସମୟରେ ଧୂପ ଦୀପ ଦେଇ ଓଁ କାର, ସୁପ୍ରଭାତମ ଓ ନଗର ସଂକୀର୍ତନ ହୋଇଥିଲା ପରେ ପରେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତାଳନ ନାମ ପଞ୍ଜିକରଣ ସହିତ ଭଜନ, ଜ୍ୟୋତି ଆବାହନ, ବେଦପାଠ, ସହନା ଭବତୁ,ସ୍ୱାମୀଙ୍କ ଦିବ୍ୟ ଉପସ୍ଥିତି ନିମନ୍ତେ ଏକ ମିନଟ ନୀରବ ପ୍ରାର୍ଥନା ହୋଇଥିଲା ।ବାଲିଗୁଡା ସମିତି ପକ୍ଷରୁ ଆବାହକ ମନ୍ମଥ କୁମାର ରାଉଳ ସ୍ୱାଗତ ଭାଷଣ ଦେଇଥିଲେ | ଜିଲ୍ଲା ସଭାପତି ଉଦଘାଟନ ଅଭିଭାଷଣ ଦେଇଥିଲେ | ଜିଲ୍ଲା ଆଧ୍ଯାତ୍ମିକ ସଂଯୋଜକ ସରୋଜ କୁମାର ମିଶ୍ର ଶ୍ରୀ ସତ୍ୟସାଇ ସେବା ସଂଗଠନ ମାନବ ସମାଜ ନିମନ୍ତେ ଏକ ଦିବ୍ଯ ଉପହାର ବିଷୟରେ ଉଦବୋଧନ ଦେଇଥିଲେ | ସେବା ବିଭାଗ, ଆଧ୍ୟାତ୍ମିକ ବିଭାଗ , ଶିକ୍ଷା ବିଭାଗ, ଜିଲ୍ଲା ଓ ସମିତି କର୍ମକର୍ତା ସହିତ ଦଳଗତ ଆଲୋଚନା, ସମସ୍ତ ଆବାହକଙ୍କ ଦ୍ୱାରା ବାର୍ଷିକ କର୍ମପନ୍ଥା ଉପସ୍ଥାପନା,ଯୁବ ବିଭାଗ, ମହିଳା ବିଭାଗ, ଜିଲ୍ଲା ସଭାପତିଙ୍କ ଉଦଯାପନୀ ସମ୍ଭାଷଣ ,ସର୍ବଧର୍ମ ପ୍ରାର୍ଥନା, ମଙ୍ଗଳ ଆରତୀ ପ୍ରଦାନ କରାଯାଇଥିଲା ।
ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆୟୋଜନ
|
March 14, 2022 |
![](https://sandhannews.com/wp-content/uploads/2022/03/IMG-20220313-WA0214.jpg)