ଶ୍ରୀ ରାମଲୀଳା ସମିତିର କଳାକାରଙ୍କୁ ଉତ୍କଳ କଳାରତ୍ନ ସମ୍ମାନ ପ୍ରଦାନ ।

Spread the love

କଟକ,(ସନ୍ଧାନ ନ୍ୟୁଜ୍) : କଟକ ମହାନଗର ଅନ୍ତର୍ଗତ ପୋପରଡା ନିବାସୀ ତଥା “ମା ବୁଢ଼ୀ ଜାଗୁଳାଇ ଶ୍ରୀ ରାମଲୀଳା ସମିତି”ର ବରିଷ୍ଠ କଳାକାର ଏବଂ ସମର୍ପଣ ପରିବାରର ବରିଷ୍ଠ ସଦସ୍ୟ ତାରିଣୀସେନ ବେହେରାଙ୍କୁ ହାପି ମୋଭମେଣ୍ଟସ୍ ଇଣ୍ଡିଆ ପକ୍ଷରୁ ସମ୍ମାନଜନକ “ଉତ୍କଳ କଳାରତ୍ନ ସମ୍ମାନ-୨୦୨୬” ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଗତ ଏପ୍ରିଲ ୩ ତାରିଖ ରବିବାର ଅପରାହ୍ନରେ ଦରଘାବଜାର ଜେଲ ରୋଡ଼ ସ୍ଥିତ ନେତାଜୀ ଅଡିଟୋରିୟମ ସଂସ୍କୃତି ଭବନ ଠାରେ ହାପି ମୋଭମେଣ୍ଟସ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ସ୍ତରୀୟ ବନ୍ଧୁ ମିଳନ ଓ ପ୍ରତିଭା ସମ୍ମାନ ସମାରୋହ-୨୦୨୬   ଉପଲକ୍ଷେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ହାପି ମୋଭମେଣ୍ଟସ୍ ଇଣ୍ଡିଆ ର ପ୍ରତିଷ୍ଠାତା ଓ ଚେୟାରମ୍ୟାନ ଡ଼ଃ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଏବଂ ସଭାପତି  ରଶ୍ମିତା ପଣ୍ଡାଙ୍କ କରକମଳରେ କଳା ଓ ସଂସ୍କୃତି କ୍ଷେତ୍ରରେ ସମାଜ ପ୍ରତି କଳା ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ତାରିଣୀସେନ ବେହେରାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ସମ୍ମାନଜନକ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ତାରିଣୀସେନ ବେହେରା ପୋପରଡ଼ା ନିବାସୀ ଗୋଲେଖ ଚନ୍ଦ୍ର ବେହେରା ଓ ସାବିତ୍ରୀ ଦେବୀଙ୍କର ଏକ ମାତ୍ର ପୁତ୍ର ଅଟନ୍ତି। ଏହି ସଫଳତାର ଶ୍ରେୟ ସେ ତାଙ୍କର ପିତା ମାତା, ଗୁରୁ ଗୁରୁଜନ, ପୋପରଡା ଗ୍ରାମବାସୀ, ସମର୍ପଣ ପରିବାର, ମା ବୁଢ଼ୀ ଜାଗୁଳାଇ ଶ୍ରୀରାମଲୀଳା ସମିତି ଓ କଟକ ଜିଲ୍ଲା ଯାଦବ ମହାସଭାକୁ ପ୍ରଦାନ କରିଛନ୍ତି।

Related Posts

About The Author

Add Comment