କଟକ, ୦୪/୦୨/୨୧ (ସନ୍ଧାନ ନିଉଜ) – ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି କଟକସଦର ଅଭିଯାନରେ କଟକଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳବିକାଶ ପରିଷଦ”ର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ କିଶୋରନଗର ବିଶ୍ବାଳପଡା ସ୍ଥିତ ବାସଭବନରେ ସଂଘର ଜିଲ୍ଲା ସହକାର୍ଯ୍ୟବାହକ ଲଳିତ ମୋହନ ପ୍ରଧାନ,ଜିଲ୍ଲା ପ୍ରଭାରୀ ମନୋଜ ଆଚାର୍ଯ୍ୟ ସଦର ସହସଂଯୋଯକ ସଞ୍ଜୟ ସାହୁ ,ସାଲେପୁର ସଂଚାଳନ ସମିତି ସଭାପତି ଅଧ୍ୟାପକ ଦୀନବନ୍ଧୁ ରାଉତ, ସଦର ଶାରିରୀକ ପ୍ରମୂଖ ସୁନିଲ ଲେଙ୍କା,ବାରଦା ପଞ୍ଚାୟତର ନିଧି ପ୍ରମୂଖ ଜଗଦୀଶ ଦାଶ ଓ ବିଜୟ ସାହୁ, ଅଖିଳ ଭାରତ ବିଦ୍ୟାର୍ଥୀପରିଷଦ ସଦରଖଣ୍ଡର ସଂଯୋଯକ ସଞ୍ଜୟ ମଲ୍ଲିକ ଉତ୍କଳବିକାଶ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ଅଶୋକ ସାମଲ ଓ ଉତ୍କଳବିକାଶ ପରିଷଦର ସଦସ୍ୟ ଜ୍ୟୋତିପ୍ରକାଶ ନନ୍ଦଙ୍କ ଦ୍ବାରା ଗଠିତ ଅଭିଯାନ ଟିମ୍ ପହଞ୍ଚି ନିଧି ଅନୁଦାନ ସଂଗ୍ରହ କରିଥିଲେ । ଏହି ଧାର୍ମିକ କାର୍ଯ୍ୟପାଇଁ ସଭାପତି ଇଂ. ପ୍ରକାଶ ସେଠୀଙ୍କ ମାତା ଶ୍ରୀମତୀ ଟୁନି ସେଠୀ ୧୦୦୦୦ଟଙ୍କାର ନିଧି ସମର୍ପଣ କରିଥିଲାବେଳେ ବିଶ୍ବାଳପଡା ଶୀତଳଭଣ୍ଡାରର ମାଲିକ ସମାଜସେବୀ ମାନସ ଲେଙ୍କା ୧୦୦୦୦ଟଙ୍କା ଉତ୍କଳ ବିକାଶ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ସ୍ବରୂପ ସୁମନ ଦାଶଙ୍କ ମାତା ୫୦୦୦ଟଙ୍କା,ଉତ୍କଳ ବିକାଶ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ବିମଲ ଚନ୍ଦ୍ର ପଣ୍ଡା ୨୧୨୧ଟଙ୍କା ର ନିଧି ପ୍ରଦାନ କରିଛନ୍ତି।
ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ସଦର ବ୍ଲକରେ ନିଧି ସଂଗ୍ରହ କାର୍ଯ୍ୟକ୍ରମ ।
|
February 4, 2021 |