ମହାପ୍ରଭୁ ଜଗନ୍ନାଥ ଙ୍କ ରତ୍ନଭଣ୍ଡାର ର ଗଚ୍ଛିତ ଅଳଙ୍କାର ଗଣତି ଶୀଘ୍ର ଆରମ୍ଭ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ଆଜି ଲୋକସଭା ଭବନଠାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ, ପୁରୀ ଜିଲ୍ଲା ପାଳ, ପୁରୀ ମନ୍ଦିର ପ୍ରଶାସକ, ପଞ୍ଚାୟତ ରାଜ ଶାସନ ସଚିବ ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି କିପରି ରତ୍ନଭଣ୍ଡାର ର ଅଳଙ୍କାର ଗଣତି ଶୀଘ୍ର ଆରମ୍ଭ ହେବ, ସେ ବିଷୟ ରେ ଆଲୋଚନା ହୋଇ ଥିଲା। ଶେଷ ରେ ପୁରୀ ଜିଲ୍ଲାପାଳ ସାମ୍ୱାଦିକ ସମ୍ମିଳନୀରେ ନୂଆ SOP ମାଧ୍ୟମ ରେ ଗଣତି ମଣତି କାର୍ଯ୍ୟ ଶୃଙ୍ଖଳା ର ସହିତ ହେବ ବୋଲି ସୂଚନା ଦେଇ ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ଶ୍ରୀମନ୍ଦିର ର ରତ୍ନ ଭଣ୍ଡାର ଅଳଙ୍କାର ଗଣତି ଶୀଘ୍ର ଆରମ୍ଭ କରାଯିବ
|
February 20, 2026 |



