ପୁରୀ, 10.02.2021 (ସନ୍ଧାନ ନିଉଜ୍) :- ପୁରୀ ଶ୍ରୀକ୍ଷେତ୍ର ଲଜ୍ରେ ସେକ୍ସ କାରବାର ମାମଲାରେ ୩ ଜଣ ଗିରଫ ହୋଇଛନ୍ତି । ଧରାପଡ଼ିଥିବା ୨ ଦେହଜୀବୀଙ୍କ ମଧ୍ୟରେ ଜଣେ ରାଣୀ ମହୁମାଛି ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛି କୁମ୍ଭାରପଡ଼ା ଥାନା ପୋଲିସ । ସୁଜା ମହାନ୍ତି (ଛଦ୍ମନାମ)କୁ ରାଣୀ ମହୁମାଛି କହି ଗିରଫ କରି ଜେଲ୍ ପଠାଇଛି ପୋଲିସ । ଅନ୍ୟ ଦେହଜୀବୀକୁ ଲେଖାପଢ଼ା କରି ଛାଡ଼ିଛି । ହେଲେ ଅସଲ ରାଣୀ ମହୁମାଛି ଖସିଯାଇଥିବା ଜଣାଯାଇଛି । ଗିରଫ ଗ୍ରାହକ ହେଲେ କଙ୍କଡାପାଳର ରାଜେନ୍ଦ୍ର ସାହୁ (୨୮) ଓ ଲଜ୍ କର୍ମଚାରୀ ବଳଗଣ୍ଡିର ସଞ୍ଜୟ ଦାସ (୩୧)କୁ । ସେମାନଙ୍କୁ ଗିରଫ ପରେ ସୋମବାର କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି । ହେଲେ ଏହି ଧନ୍ଦା ଚଳାଉଥିବା ମୁଖ୍ୟ ମାମଲାଠାରୁ ଦୂରରେ । ପୋଲିସ ତାକୁ ଧରି ପାରିନାହିଁ । ଏନେଇ ସୁଜାକୁ କିଙ୍ଗ୍ପିନ୍ ବୋଲି କହିଛି ପୋଲିସ । ତା’ ମାଧ୍ୟମରେ ଏହି ରାକେଟ୍ ପାଇଁ ଦେହଜୀବୀ ଯୋଗାଡ ହେଉଥିଲେ । ଦିନରୁ ରାତି ଯାଏଁ ସେ ଏହି କାରବାର ନିୟନ୍ତ୍ରଣ କରୁଥିବା ପୋଲିସ କହିଛି । ସୁଜାକୁ ରାକେଟର ମୁଖ୍ୟ ବୋଲି କହିଛି ପୋଲିସ । କିନ୍ତୁ ତା ପଛରେ ଅଛନ୍ତି ଜଣେ ୫୦ ବର୍ଷୀୟା ମହିଳା । ସେ ଦିନରୁ ରାତି ଯାଏଁ ବିଭିନ୍ନ ଲଜ୍ ଓ ହୋଟେଲ୍ରେ ବସି ଦେହ କାରବାର ନିୟନ୍ତ୍ରଣ କରେ । କିନ୍ତୁ ରବିବାର ଲଜ୍ରେ ଚଢ଼ଉବେଳେ ସେ ଅନୁପସ୍ଥିତ ଥିଲା । ଏକ କୌତୁହଳପୂର୍ଣ୍ଣ କଥା ହେଲା ସେ ମହିଳାଜଣଙ୍କ ଏକ ଏନ୍ଜିଓରେ କାର୍ଯ୍ୟ କରନ୍ତି । ସବୁ ସମୟରେ ସମ୍ପୃକ୍ତ ଏନ୍ଜିଓର ପରିଚୟପତ୍ର ବେକରେ ଝୁଲାଇ ସେ ଏହି ବେପାର କରିଥାନ୍ତି । ଯେତେବେଳେ ପୋଲିସ ଚଢଉ କରେ ସେତେବେଳେ ସେ ଏହି ପରିଚୟ ପତ୍ର ଦେଖାଇ ନିଜକୁ ଏନ୍ଜିଓ କର୍ମୀ ବୋଲି କହି ଖସିଯାଆନ୍ତି । ତା’ମୁଣ୍ଡ ଉପରେ ଜଣେ ରାଜନେତାଙ୍କ ହାତ ରହିଥିବା ସୂଚନା ମିଳିଛି । ଏଙି ଏନ୍ଜିଓ ସଂସ୍ଥାଟି ଏକ ରାଜନେତାଙ୍କର ବୋଲି ଜଣାପଡିଛି । ତେଣୁ ତାଙ୍କୁ ସୁରକ୍ଷା ମିଳୁଥିବା ଅଭିଯୋଗ ହୋଇଛି ।
ଶ୍ରୀକ୍ଷେତ୍ର ଲଜ୍ରେ ସେକ୍ସ କାରବାର ମାମଲାରେ ୩ ଜଣ ଗିରଫ
|
February 10, 2021 |
