ଭଦ୍ରକ,୧୧/୯ (ସନ୍ଧାନ ନିୟୁଜ)- ଭାରତ ବର୍ଷର ଏକ ପ୍ରମୁଖ ତୀର୍ଥସ୍ଥଳ ତଥା ଚାରିଧାମ ମଧ୍ୟରୁ ଏକ ଆମ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ନାମରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ ମିଟର ଧ୍ୟରେ ଥିବା ସମସ୍ତ ଐତିହାସିକ ଓ ପ୍ରାଚୀନ ମଠ ଗୁଡିକର ଉଚ୍ଛେଦକୁ ବଜରଙ୍ଗ ଦଳ ମିରୋଧ କରୁଛି । ରାଜ୍ୟ ସରକାରଙ୍କ ଦ୍ୱାରା ଭଙ୍ଗା ଯାଇଥିବା ମଠ ଗୁଡିକୁ ସଂପୃକ୍ତ ମହନ୍ତ, ମହାରାଜମାନଙ୍କ ସହ ବିଚାର ଓ ଆଲୋଚନା କରାଯାଇ ଉଚିତ କ୍ଷତି ପୂରଣ ଦେବା ସହ ମଠ ଗୁଡିକର ପୁନଃ ସ୍ଥାପନ କରାଯିବାକୁ ସଂଗଠନ ଦାବି କରିଛି । ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ବହୁ ପୁରାତନ ମଠ ଓ ମନ୍ଦିର ଉଚ୍ଛେଦକୁ ବିରୋଧ କରିବା ସହ ଭଙ୍ଗା ଯାଇଥିବା ଐତିହାସିକ ମଠ ମାନଙ୍କର ପୁନଃ ନିର୍ମାଣ ସଂକ୍ରାନ୍ତୀୟ ୫ ଦଫା ଦାବି ନେଇ ବଜରଙ୍ଗ ଦଳ ପ୍ରାପ୍ତ ସଂଯୋଜକ ମାନସ ମହାନ୍ତି ଏବଂ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ବିଜୟ ସିହ୍ନାଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି । ସ୍ମାରକ ପତ୍ରରେ ଶ୍ରୀଜଗନ୍ନାଥ ମନ୍ଦିର ଓ ତା’ର ଚତୁଃପାଶ୍ୱର୍ସ୍ଥ ମଠ ମନ୍ଦିର ଗୁଡିକର ସଂସ୍କୃତି,ନୀତିକାନ୍ତି ପରସ୍ପର ଓତଃପ୍ରୋତଃ ଭାବରେ ଜଡ଼ିତ । ତେଣୁ ଏହି ମଠ ଗୁଡ଼ିକୁ ଉଚ୍ଛେଦ କରାଗଲେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତିରେ ଘୋର ବିଭ୍ରାଟ ଉପୁଜିବ । ଏଥିପାଇଁ ଉଚ୍ଛେଦ ମଠ ଗୁଡିକର ତୁରନ୍ତ ପୁନଃ ସ୍ଥାପନାକୁ ସଂଗଠନ ଗୁରୁତ୍ୱାରୋପ କରିଛି । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଜଷ୍ଟିସ୍ ବି.ପି.ଦାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ନ କରି ଅଧାରୁ ବନ୍ଦ କରିଦେଲେ । ବର୍ତ୍ତମାନ ରାଜ୍ୟ ସରକାର କେଉଁ କମିଶନଙ୍କ ଆଧାରରେ ଉଚ୍ଛେଦ କରୁଛନ୍ତି ତାକୁ ଜନସାଧାରଣଙ୍କ ଗୋଚରାର୍ଥେ ପ୍ରକାଶ କରନ୍ତୁ ବୋଲି ବଜରଙ୍ଗ ଦଳ ଦାବି କରିଛି । ଉକ୍ତ ପ୍ରତିନିଧି ଦଳରେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ସାହୁ, ଶ୍ରୀକାନ୍ତ ଲେଙ୍କା, ବିଜୟ ବାରିକ, ବଜରଙ୍ଗ ଦଳର ସ୍ୱାଧୀନ ସୁନ୍ଦର ଦାସ, ସଂଜିବ ଦାସ, ଦେବାଶିଷ ଗ୍ରହାଚାର୍ଯ୍ୟ, ପୁନିଲ ସାମନ୍ତ, ଦେବାଶିଷ ଜେନା, ହିମାଂଶୁ ପଣ୍ଡା, ଦେବାଶିଷ ରାଉତ, ପଙ୍କଜ ଦାସ, ରଥକିଶୋର ସାମଲ, ମହେଶ୍ୱର ବେହେରା, ସନ୍ତୋଷ ନାୟକ, ଦେବେନ୍ଦ୍ର ନାୟକ, ଗିରିଜା ପଣ୍ଡା ପ୍ରମୁଖ ସାମିଲ ଥିଲେ ।
ଶ୍ରୀକ୍ଷେତ୍ର ପୁରୀର ମଠ ମନ୍ଦିର ସୁରକ୍ଷା ସମ୍ବନ୍ଧରେ ବଜରଙ୍ଗ ଦଳ ପକ୍ଷରୁ ସ୍ମାରକପତ୍ର
|
September 11, 2019 |



