ଆରଡ଼ି, ୨୬/୦୭/୨୦୨୧ (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରେ ବାବା ଆଖଣ୍ଡଳ ମଣି ଶୈବ ପୀଠ ମାନଙ୍କ ମଧ୍ୟ ରେ ଅନ୍ୟତମ। ଶ୍ରାବଣ ମାସ କଥା ଉଠିଲେ ଏହି ଶୈବ ପୀଠରେ ପ୍ରତେକ୍ ସୋମବାର ଦିନ ସୁରିଷ ବୁଣିଲେ ତଳେ ପଡ଼ି ନଥାଏ। ବୋଲ୍ ବମ୍ ହରେ ରେ ବମ୍ ଡାକରେ ଫାଟି ପଡେ ଏହି ସ୍ଥାନ। କିନ୍ତୁ ସବୁ ବର୍ଷପରି ଏହି ଦୁଇ ବର୍ଷ ହେଲା ଆଉ ଶୁଭୁନି ପାର୍ବତୀ ପତି ପାର୍ କରେଗା। କରୋନା ଭୟ ଯୋଗୁଁ ଗତ ବର୍ଷ ପରି ଚଳିତ ବର୍ଷ ଶ୍ରାବଣ ମାସରେ ଠାକୁରଙ୍କୁ ଜଳ ଲାଗି ବାରଣ କରାଯାଇଛି। ସରକାରୀ ନିଷ୍ପତ୍ତି ଅନୁଯାୟୀ ଏଥର ବି ବୋଲବମ୍ ଉପରେ କଟକଣା ଲଗାଯାଇଛି। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସବୁ ପର୍ବପର୍ବାଣି ବନ୍ଦ ରହିଛି। ଏପରିକି ମନ୍ଦିରକୁ ଦର୍ଶନ ମଧ୍ୟ ବାରଣ କରାଯାଇଛି। ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁନଥିବା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଣୁ ବୋଲବମ୍ ପାଇଁ ଅନୁମତି ଦିଆଯାଇ ନାହିଁ। ଗତବର୍ଷ କରୋନା କଟକଣା ଲାଗି କାଉଡ଼ିଆଙ୍କ ବୋଲ୍ ବମ୍ ହର ହର ବମ୍ ଡାକ ଶୁଭିନଥିଲା। ଏବର୍ଷ ବି ଅନୁରୂପ ଅବସ୍ଥା, ବରଂ ଗତବର୍ଷ ଅପେକ୍ଷା ଚଳିତ ବର୍ଷ କରୋନା ମହାମାରୀ ଦ୍ବିତୀୟ ଲହରରେ ଅଧିକ ଭୟଙ୍କର ହୋଇଛି ଓ ଅଧିକ ମୁଣ୍ଡ ନେଇଛି। ପୁଣି ତୃତୀୟ ଲହର ବି ବଡ଼ ବିପଦ ନେଇ ଆସିବ ବୋଲି ବିଶେଷଜ୍ଞମାନେ ସତର୍କ ସୂଚନା ଦେଲେଣି। ତେଣୁ ଏଭଳି ଆଶଙ୍କା ଭିତରେ ସରକାର ଏବର୍ଷ କାଉଡ଼ିଆଙ୍କୁ ଅନୁମତି ଦେଇ ନାହାନ୍ତି।ଜୁଲାଇ ୨୩ରୁ ଶ୍ରାବଣ ଆରମ୍ଭ। ୨୬ରେ ପଡ଼ୁଛି ପ୍ରଥମ ସୋବାର ତଥା ବୋଲ୍ବମ୍ର ପ୍ରଥମ ପାଳି। ତେଣୁ କାଉଡ଼ିଆମାନେ ଶ୍ରାବଣୀ ଜଳଭାର ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଥିବା ବେଳେ ସରକାରଙ୍କ ନିଷ୍ପତ୍ତି ସେମାନଙ୍କୁ ନିରାଶ କରିଛି। ଚଳିତ ବର୍ଷ ବୋଲ୍ବମ୍ ପାଇଁ ଅନୁମତି ମିଳିଲା ନାହିଁ। ଏହି ଉତ୍ସବ ପାଇଁ ପ୍ରତି ଶ୍ରାବଣ ସୋମବାର ଆରଡ଼ି ରେ କାଉଡ଼ିଆମାନଙ୍କ ପ୍ରବଳ ଭିଡ଼ ହୁଏ। କଟକ ଗଡ଼ଗଡ଼ିଆ ଘାଟରୁ ପ୍ରତି ପାଳିରେ ୫୦ ହଜାରରୁ ଅଧିକ ଲୋକ ପାଣି ଭାର ଉଠାନ୍ତି। ତେଣୁ ରାସ୍ତାଘାଟରେ ବି ଭିଡ଼ ହୁଏ। ଏବର୍ଷ ଏସବୁ ଦେଖିବାକୁ ମିଳୁନାହିଁ । ସରକାରଙ୍କ ଏହି ନିଷ୍ପତ୍ତି ଶ୍ରଦ୍ଧାଳୁମାନଙ୍କୁ ଯେତିକି ବ୍ୟଥିତ କରିଛି ପୂଜା ସାମଗ୍ରୀ ବେପାରୀମାନଙ୍କ ଆଶାକୁ ବି ଧୂଳିସାତ କରିଛି।
ଶ୍ରାବଣ ମାସରେ ଆରଡ଼ି ପୀଠ ଖାଁ ଖାଁ
|
July 26, 2021 |