ବଡଚଣା୧୮/୦୫: କିଛି ପଂଚାୟତର କୁଜି ନେତା କାମ ଦାମରେ ଯାହା ଲୁଟୁପାଟ କରନ୍ତି କରନ୍ତି କରନ୍ି କିନ୍ତୁ ଗରିବ ଶ୍ରମିକଙ୍କ ଟଙ୍କା ଖାଇବାରେ ବି ଓସ୍ତାଦ ହୋଇଥାନ୍ତି ବୋଲି ତାହାର ଜଳ୍ୱନ୍ତ ପ୍ରମାଣ ମିଳିଛି । ଏନେଇ ପଂଚାୟତର ମେଟ୍ ବାରମ୍ବାର ଅଭିଯୋଗ କଲାପରେ ବି ତାଙ୍କୁ ନା ଫାଇଲ ଦେଖାହେଲା ନା ତାଙ୍କ ଟଙ୍କା ଫେରାହେଲା ଫଳରେ ଶ୍ରମିକ ମାନେ ଟଙ୍କା ନପାଇ ଆଉ ଅଧିକ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସୋଲର ପଂଚାୟତରେ । ପଂଚାୟତରେ ୨୦୧୯-୨୦ରେ କଳକଳା ରାସ୍ତାଠାରୁ ମୂଳିଝର ପ୍ରର୍ଯ୍ୟନ୍ତ ୧ ଲକ୍ଷ୫୦ହଜାର ଟଙ୍କାର ବ୍ୟାୟ ଅଟକଳରେ ରାସ୍ତା ନିର୍ମାଣ କରାଯାଇଥିଲା । ଏଥିରେ ମେଟ ଶ୍ରମକ ମାନଙ୍କୁ ବୁଝାସୁଝା କରି କାର୍ଯ୍ୟରେ ଲଗାଇଥିଲେ । ହେଲେ ପଂଚାୟତର ସମିତିସଭ୍ୟ କ୍ଷେତ୍ରବାସୀ ବାରିକ ସେହି ସମୟରେ ଗ୍ରାମ ରୋଜଗାର ସେବକଙ୍କୁ ଧରି କାର୍ଯ୍ୟକରୁନଥିବା କିଛି ଲୋକଙ୍କ ନାମରେ ମଷ୍ଟର ରୋଲ କରିନେଇ ସେଥିରେ ଆସିଥିବା ସମସ୍ତ ଟଙ୍କାକୁ ଶ୍ରମିକ ମାନଙ୍କ ଅର୍ଥକୁ ତୋଳାଇ ନେଇଥିଲେ ସମିତିସଭ୍ୟ । ଏପରକି ନିଜ ଭାଇଙ୍କୁ ଶ୍ରମିକ ସଜାଇ ଫେକ ସିଗେନଚର ମାରି ଏହି ଅର୍ଥକୁ ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି । ଲୁଟିବାରେ ମାଷ୍ଟର ମାଇଣ୍ଡ ସାଜିଥିବା ଏଭଳି ସମିତି ସଭ୍ୟ ପାଇଁ ଶ୍ରମିକ ମାନେ କିମ୍ବା ମେଟ ଆଉ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । ଅନ୍ୟ ପଟରେ ମେଟ ମଧ୍ୟ ନିଜ ପାଉଣା ପାଇନଥିବା ବେଳେ ଯେଉଁ ପକୃତ ଶ୍ରମିକ କାର୍ଯ୍ୟ କରିଥିଲେ ସେମାନେ ଟଙ୍କା ନପାଇବାରୁ ଆଉ କାର୍ଯ୍ୟକୁ ଆସୁନାହାନ୍ତି । ଏଭଳି ଚଂଚକତା କରିଥିବା ଡିଙ୍ଗା ମରା ସମିତିସଭ୍ୟ କ୍ଷେତ୍ରବାସୀ ବାରିକଙ୍କ ପାଇଁ ପଂଚାୟତ ବଦନାମ ହେବାରେ ଲାଗିଛି । ଏହି ବିଷୟରେ ବିଡିଓଙ୍କୁ ସମ୍ପୁକ୍ତ ମେଟ ବହୁବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଏହାର ସମାଧାନ କରାଯାଇନାହିଁ । ଫଳରେ ବାଧ୍ୟ ହୋଇ ସମ୍ପୁକ୍ତ ଶ୍ରମିକ ମାନେ ଏବଂ ମେଟ ଭିଜିଲାନ୍ସ କୋର୍ଟର ଦ୍ୱାରସ୍ତ ହେବେ ବୋଲି କହିଛନ୍ତି । ସମ୍ପୁକ୍ତ ସମିତିସଭ୍ୟ ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ପଂଚାୟତ ବାସିନ୍ଧା ଦାବି କରିଛନ୍ତି । ଏପରକି ଯଦି ସମିତିସଭ୍ୟ ଉପରେ କାର୍ଯ୍ୟନୁଷ୍ଠାନ ନହୁଏ ତେବେ କୋର୍ଟର ଦ୍ୱାରସ୍ତ ହେବେ ବୋଲି ପଂଚାୟତର ଯୁବ ବିଜେଡି ସଭାପତି ସୁଂଧାଶୁ ରାଉତ ଦାବି କରିବା ସହିତ ଏହା ଉପରେ ପଂଚାୟତ ସମିତି ଅଧ୍ୟକ୍ଷଙ୍କୁ ଅବଗତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି । ଶ୍ରୀ ରାଉତ ଆହୁରି କହିଛନ୍ତି ସମିତିସଭ୍ୟ ପଂଚାୟତ ସମିତି ସଭ୍ୟ ହୋଇଥିବା ବେଳେ ପଂଚାୟତ ବାସୀଙ୍କ ସ୍ୱରକୁ ସମିତିରେ ପରିପ୍ରକାଶ କରି ପଂଚାୟତକୁ ବିକାଶ କରିବା କଥା ମାତ୍ର ସେ ତାହା ନକରି ପଂଚାୟତ ଭିତରେ କାର୍ଯ୍ୟରେ ମୁଣ୍ଡ ପୁରାଇ ଶ୍ରମିକ ମାନଙ୍କୁ ଶୋଷଣ କରିବା କେତେ ନ୍ୟାୟ ସଂଘତ ବୋଲି ମତ ଦେଇଛନ୍ତି । Report- B Das