ଶୈବପୀଠରେ ଆଇନ୍‌ ଶୃଙ୍ଖଳା ତଦାରଖ କଲେ ପୂର୍ବାଞ୍ଚଳ ଆଇଜି

Spread the love

ନୀଳଗିରି, 11.02.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):-  ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଆଇନ୍‌ ଶୃଙ୍ଖଳା ତଦାରଖ କଲେ ପୂର୍ବାଞ୍ଚଳ ଆଇଜି। ପୂର୍ବାଞ୍ଚଳ ରେଞ୍ଜ ଆଇଜି ଦିପ୍ତେଶ ପଟ୍ଟନାୟକ ଓ ବାଲେଶ୍ଵର ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମିଳିତ ଭାବେ ନୀଳଗିରି ପଞ୍ଚଲିଙ୍ଗେଶ୍ବରରେ ପହଞ୍ଚି ଆଇନ ଶୃଙ୍ଖଳାର ତଦାରଖ କରିଛନ୍ତି। ଏହି ଶୈବପୀଠରେ ଚୋରି, ଡକାୟତି ଏବଂ ଦୁଷ୍କର୍ମ ଭଳି ଘଟଣା କାର୍ଯ୍ୟ ହେଉଥିବା ଅଭିଯୋଗ ରହିଛି। ପର୍ଯ୍ୟଟକମାନେ ନିଜକୁ ସେଠାରେ ସୁରକ୍ଷିତ ମଣୁନଥିବା ବେଳେ ଦିନକୁଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଫାଣ୍ଡି କିମ୍ବା ଆଉଟ୍‌ ପୋଷ୍ଟ ପ୍ରତିଷ୍ଠା କରିବାକୁ ବାରମ୍ବାର ଦାବି ଉଠିଥିଲା। ଏପରି କି ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ମଧ୍ୟ ଫାଣ୍ଡି ପ୍ରତିଷ୍ଠା ନେଇ ବାରମ୍ବାର ବିଧାନସଭାରେ ଦାବି କରି ଆସୁଥିଲେ। ଆଇନ୍‌ ଶୃଙ୍ଖଳା ପରିସ୍ଥିତିର ତଦାରଖ କରିବା ସହ ସେଠାରେ ପୋଲିସ ସହାୟତା କେନ୍ଦ୍ର (ଏଡପୋଷ୍ଟ) ସ୍ଥାପନ ହେବ ବୋଲି ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।ଏପରିକି କେଉଁଠାରେ ହେବ ଏନେଇ ସ୍ଥାନ ଚୂଡାନ୍ତ କରିଛନ୍ତି। ଆଇଜି ଓ ଏସପିଙ୍କର ଏଭଳି ପଦକ୍ଷେପକୁ ନୀଳଗିରି ବାସୀ ସ୍ୱାଗତ କରିଛନ୍ତି।

Related Posts

About The Author

Add Comment