ଯାଜପୁର,୦୭ ।୦୭,ସନ୍ଧାନ ନ୍ୟୁଜ: ଯାଜପୁର ବ୍ଲକ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶେଷଦେବ ବାସନ୍ତୀ ହାଇସ୍କୁଲର ୪୭ ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସିଟିଟିସି ,ଭୁବନେଶ୍ୱର ପ୍ରଶାସନିକ ଓ ଆର୍ଥିକ ମୁଖ୍ୟ ସୁଶାନ୍ତ କୁମାର ରାଉତ,ପରିଚାଳକ ଅଭିମନ୍ୟୁ ନନ୍ଦ,ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଡୋଲିପୁରର ଅଧ୍ୟକ୍ଷା ନିବେଦିତା ଗୁରୁ,ଯାଜପୁର ଶିକ୍ଷା ବ୍ଲକର ବରିଷ୍ଠ ଶିକ୍ଷା ଅଧିକାରୀଣୀ
ସ୍ମୃତିରେଖା ନାୟକ ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ସଂପର୍କରେ ସୂଚନା ଦେଇଥିଲେ । ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଭୟ ରାଜ୍ୟ ସରକାର ଏବଂ ସିଟିଟିସିି ପକ୍ଷରୁ ଅନେକ ଭିତିଭୂମି ଯୋଗାଇ ଦିଆଯାଇଛି । ଉକ୍ତ ଭିତିଭୂମିକୁ ବିନିଯୋଗ କରି ପ୍ରତ୍ୟେକ ଛାତ୍ର ଛାତ୍ରୀ ଆଗାମୀ ଦିନରେ ସପଂଳତା ପାଇପାରିବେ ବୋଲି ଅତିଥି ମାନେ ମତ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟା ବାସନ୍ତୀ ଲତା ଦାସ, ଜିଲା ଶିକ୍ଷା ପ୍ରତିଷ୍ଠାନର ଅଧ୍ୟାପିକା ଇତିଶ୍ରୀ ବିଶ୍ୱାଳ,ତପସ୍ୱନୀ ନାୟକ,ବରିଷ୍ଠ ଅଧିକାରୀ ବିଜୟ କୁମାର ଧଳ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁରେଶ କୁମାର ସାହୁ,ଭୁବନେଶ୍ୱରପୁର ସରପଂଚ ମନିଦୀପା ରାୟ,ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ସୁରେନ୍ଦ୍ର କୁମାର ରାୟ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ପ୍ରତିଷ୍ଠାର ଇତିହାସ ସଂପର୍କରେ ସୂଚନା ଦେବା ସହିତ ଛାତ୍ର ଛାତ୍ରୀଙ୍କୁ ଉନ୍ନତ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାସ ବିଦ୍ୟାଳୟର ବିକାଶ ପାଇଁ ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ତାଙ୍କର ପୈତୃକ ସଂପତି ବିକ୍ରି ଲବ୍ଧ ଅର୍ଥରୁ ୧ ଲକ୍ଷ ଟଙ୍କା ଦାନ କରିଥିଲେ । ଏଥିପାଇଁ ବିଦ୍ୟାଳୟ ପକ୍ଷରୁ ଶ୍ରୀ ଦାସଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଆଙ୍କୁଲା-ପାଣିକୋଇଲି ରାସ୍ତାରେ ଚାରା ରୋପଣ କରାଯିବା ସହିତ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ରକ୍ତ ବର୍ଗୀକରଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀ ,ଅତିଥି ଏବଂ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶିକ୍ଷକ ଧିରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଶେଷଦେବ ବାସନ୍ତୀ ହାଇସ୍କୁଲର ୪୭ ତମ ପ୍ରତିଷ୍ଠା ଦିବସ ପାଳିତ
|
July 8, 2023 |