ଶିଶୁ ଅଧିକାରସୁରକ୍ଷା ଆୟୋଗସଦସ୍ୟଙ୍କ ଯାଜପୁର ଗସ୍ତ ଓ ସମୀକ୍ଷା

Spread the love

ଯାଜପୁର, ୦୫/୧୨/୨୦ (ସନ୍ଧାନ ନିଉଜ) : ରାଜ୍ୟଶିଶୁ ଅଧିକାରସୁରକ୍ଷା ଆୟୋଗରସଦସ୍ୟମନ୍ଦାକିନୀକର ଓ ଦିବ୍ୟାଶାସ୍ୱତୀ ଯାଜପୁରଜିଲାକୁ ଦିନିକିଆଗସ୍ତରେ ଆସିଶିଶୁସୁରକ୍ଷାସମ୍ପର୍କରେସମୀକ୍ଷାକରିଥିଲେ । ପ୍ରଥମେଜିଲା ଆରକ୍ଷୀ ଅଧିକ୍ଷକଚରଣସିଂମୀନାଙ୍କୁସାକ୍ଷାତକରିବାସହଜିଲାରେଶିଶୁସୁରକ୍ଷାବ୍ୟବସ୍ତା ଓ ପୋଲିସରସହଯୋଗସମ୍ପର୍କରେ ଆଲୋଚନାକରିଥିଲେ । ଶିଶୁମାନଙ୍କ ଅଧିକାରକୁସୁରକ୍ଷିତରଖିବା, ବିପଦ ସଙ୍କୁଳସ୍ଥାନରେ ଥିବାଶିଶୁମାନଙ୍କୁଉଦ୍ଧାରକରିଉନ୍ନତମାନର ଥଇଥାନ କରିବା, ବାଲ୍ୟବିବାହକୁରୋକିବା ଓ ଶିଶୁଶ୍ରମିକମାନଙ୍କୁଉଦ୍ଧାରକରିବାଇତ୍ୟାଦି ସମ୍ପର୍କରେ ଆଲୋଚନାକରିଥିଲେ । ଶିଶୁମାନଙ୍କ ପାଇଁଉଦ୍ଧିଷ୍ଟ ଆଇନ୍ରେପୋଲିସ୍ରଭୂମିକାଗୁରୁତ୍ୱପୂର୍ଣ୍ଣ ଥିବାରୁ ପ୍ରତିଟିଶିଶୁରସୁରକ୍ଷାକ୍ଷେତ୍ରରେପୋଲିସ୍କୁସହଯୋଗକରିବାକୁ ଅନୁରୋଧ କରିଥିଲୋ ସେହିପରିବିଭିନ୍ନପୋଲିସଷ୍ଟେସନ ମଧ୍ୟ ପରିଦର୍ଶନ କରିକରିଥିଲେ । ଉକôଳବାଳାଶ୍ରମସହଜିଲାରବିଭିନ୍ନସ୍ଥାନରେ ଥିବାଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ, କିଶୋର ନ୍ୟାୟ ପରିଷଦ, ଶିଶୁମଙ୍ଗଳକମିଟି, ପରିଦର୍ଶନ କରିବାସହ ଉପଯୁକ୍ତ ପରାମର୍ଶ ପ୍ରଦାନ କରିଥିଲେ । ଉକôଳବାଳାଶ୍ରମ ପରିଦର୍ଶନ ସମୟରେ ପରିଷ୍କାର, ପରିଛନ୍ନତା, ସ୍ୱଛତା, ପିଲାମାନଙ୍କରସ୍ୱାସ୍ଥ୍ୟର ଯତ୍ନ, ଖାଦ୍ୟରମାନରେଉନ୍ନତି, ପିଲାମାନଙ୍କବୈାଦ୍ଧିକବିକାଶ, ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାର ପ୍ରଦର୍ଶନ ଓ ଉନ୍ମେଷସହଉତ୍ତରଦାୟୀଭାବେପ୍ରତ୍ୟେକକାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ । ପିଲାମାନେ ଦେବ ଶିଶୁସେମାନଙ୍କମୁହଁରେହସ ଫୁଟାଇବାଓ ସେମାନଙ୍କଭବିଷ୍ୟତକୁସୁନ୍ଦରଭାବେଗଢ଼ିବା ଆମସମସ୍ତଙ୍କର ଦାୟିତ୍ୱବୋଲିସଦସ୍ୟମନ୍ଦାକିନୀକରକହିଥିଲେ । ଯଦି କୈାଣସିସମସ୍ୟାକେଉଁଠାରେରହୁଛିତାହା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଦୃଷ୍ଟିକୁ ଆଣିବାକୁଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମସଦସ୍ୟ ଦିବ୍ୟାଶାସ୍ୱତୀସରକାରୀବ୍ୟବସ୍ଥା ଓ ଆଇନ୍ର ଅନୁପାଳନ ସହଶିଶୁମାନଙ୍କ ପ୍ରତିବନ୍ଧୁତ୍ୱପୂର୍ଣ୍ଣବ୍ୟବହାର ପାଇଁମତ ଦେଇଥିଲେ । ଶିଶୁସୁରକ୍ଷାହେଲପ ଲାଇନ୍ ୧୦୯୮ ଓ ୧୮୦୦୩୪୫୪୪୯୪ର ଉପଯୋଗକରିବାଏବଂଏହି ନମ୍ବର ବ୍ୟାପକ ପ୍ରଚାର ପ୍ରସାରକରିବାସହଜିଲାରେଶିଶୁ ଅନୁକୂଳଥାନାସ୍ଥାପନ କରିବାକୁସେମାନେ ପରାମର୍ଶ ଦେଇଥିଲେ । ନିର୍ଯ୍ୟାତିତଶିଶୁମାନଙ୍କୁ ଆଇନ୍ବ୍ୟବସ୍ଥା ଅନୁଯାୟୀ ଉପଯୁକ୍ତକ୍ଷତିପୂରଣ, ନିର୍ଦ୍ଧାରୀତସମୟ ମଧ୍ୟରେତାହା ପ୍ରଦାନ ପାଇଁସେ ପରାମର୍ଶ ଦେଇଥିଲେ । ଉକ୍ତ ପରିଦର୍ଶନ ସମୟରେଜିଲାଶିଶୁସୁରକ୍ଷା ଅଧିକାରୀ ନିରଞ୍ଜନ କର ଓ ଆଇନ୍ ଅଧିକାରୀ ତପନ କୁମାର ପଣ୍ଡାସହଯୋଗକରିଥିଲେ । (ଫଟୋ ଅଛି)

Related Posts

About The Author

Add Comment