ଯାଜପୁର:୦୪ା୦୪ (ସନ୍ଧାନ ନ୍ୟୁଜ): ଯାଜପୁରର ଶିରିଆପୁର ସ୍ଥିତ ଲିଟିଲସ୍ ହେଭେନ୍ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଗତ ୩୦ ତାରିଖ ଅପରାହ୍ନରେ ବିରଜାରତ୍ନ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ବିଶିଷ୍ଟ ଅତିଥି ବିଶ୍ୱମ୍ଭର ମିଶ୍ର, ଉତ୍କଳ ସାମ୍ବାଦିକ ସଂଘର ଯାଜପୁର ସଭାପତି ହରିହର ସ୍ୱାଇଁ ମୁଖ୍ୟ ଅତିଥିରୂପେ ଯୋଗଦେଇ କହିଲେ ଯେ ଶିଶୁ ମାନଙ୍କର ଯତ୍ନନେବା ସହିତ ସେମାନଙ୍କର ଶିକ୍ଷା ବ୍ୟବସ୍ଥା ପାଇଁ ଏହି ଅନୁଷ୍ଠାନର ବିଶେଷ ଭୂମିକା ରହିଛି । ସମ୍ମାନିତ ଅତିଥିରୂପେ ଯୋଗଦେଇ ଅବସରପ୍ରାପ୍ତ ସାମରିକ ଅଧିକାରୀ ସୁବାସ ଚନ୍ଦ୍ର ତ୍ରିପାଠୀ ଓ ସ୍ଥାନୀୟ କାଉନ୍ସିଲଟର ତିଳୋତ୍ତମା ସାହୁ ବିଦ୍ୟାଳୟ ପ୍ରଗତି ବିଷୟରେ ସୂଚନା ଓ ପରାମର୍ଶ ଦେଇଥିଲେ । ଫାର୍ମାସୀ କଲେଜର ଉପାଧ୍ୟକ୍ଷ ଆଶୁତୋଷ ମିଶ୍ର ସଭା ସଂଚାଳନ କରିଥିଲେ । ସଭାପତି ପଣ୍ଡିତ ଶ୍ରୀ ମିଶ୍ର ଶିଶୁମାନଙ୍କର ବିକାଶରେ ଜାତୀୟ ପ୍ରଗତି ସମ୍ଭବ ବୋଲି ମତ ଦେଇଥିଲେ । ଏହି ଅବସରରେ ଦିଗନ୍ତିକା ପକ୍ଷରୁ ଅଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭାଗ୍ୟଶ୍ରୀ ମିଶ୍ର, କବିତା ଦାଶ, ଝୁନାରାଣୀ ବେହେରା, ସ୍ମୃତିରେଖା ନାୟକ, ଜ୍ୟୋତିରେଖା ରଣା, ଗୌରୀ ଦାସ ଓ ଦମୟନ୍ତୀ ବେହେରା ସହାୟତା କରିଥିଲେ । ସଭାପରେ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଶିଶୁମାନଙ୍କର ବିକାଶରେ ଜାତୀୟ ପ୍ରଗତି ସମ୍ଭବ ଲିଟ୍ଲସ୍ ହେଭେନ୍ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବରେ ବିଶିଷ୍ଟ ବିକ୍ତାମାନଙ୍କର ମତ
|
April 2, 2024 |