ଯାଜପୁର, ୧୪ /୩ (ସନ୍ଧାନ ନିୟୁଜ/ ପ୍ରଶାନ୍ତ ସାମଲ ) ଯାଜପୁର ଧର୍ମଶାଳା ବ୍ଲକ ଅଧିନ ଜେନାପୁର ଥାନା ଅନ୍ତର୍ଗତ ମର୍ଜିତାପୁର ନୂଆ ସାହି ଗ୍ରାମର ପୀତବାସ ସାହୁଙ୍କ ପୁଅ ବିଜୟ(୪୧)କୁ ଜେନାପୁର ପୋଲିସ୍ କୋର୍ଟ ଚାଲାଣ କରିଛି ବିଜୟ ଜଣେ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପାଇଁ ନିଜ ଘରେ ବନ୍ଦ କୋଠରୀରେ ରଖିଥିଲା। ଗତ ସୋମବାର ରାତିରେ ମାର୍ଜିତା ପୁର ମଣ୍ଡପ ସାହିର ଠାକୁର ପୂଜା ଭୋଜି ଖାଇବାକୁ ବିଜୟ ଯାଇଥିବା ବେଳେ ମାମୁଁ ଘର ଆସିଥିବା ଶିଶୁ କନ୍ୟାଟି ରାତିରେ ଗାଁ ଦାଣ୍ଡରେ ସାଙ୍ଗ ମାନଙ୍କ ସହିତ ଖେଳୁଥିବା ବେଳେ ଅଭିଯୁକ୍ତ ପିଲାଟିକୁ ଚକୋଲେଟ୍ ଲୋଭ ଦେଖାଇ ନିଜ ଘରକୁ କାଖେଇ ନେଇଯାଇଥିଲା। ଘର ଲୋକମାନେ ବୋହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାର କୌଣସି ପତା ମିଳିନଥିଲା। କିଛି ପ୍ରତ୍ୟକ୍ଷଦର୍ଶୀ କହିବା ଅନୁଯାୟୀ ବିଜୟ ଶିଶୁଟିକୁ କାଖେଇ ନେଇ ଯାଉଥିବାର ସୂଚନା ଦେଇଥିଲେ, ମାମୁଁ ଘର ଲୋକେ ଓ ବାପା, ମା ମିଶି ବିଜୟ ଘରକୁ ଯାଇ ଝିଅକୁ ଖୋଜିଥିଲେ ହେଲେ ବିଜୟ କିଛି ନ ଜାଣିବା ପରିସଫେଇ ଦେଇଥିଲା।ଲୋକମାନେ ଜୋର ଜବରଦସ୍ତ ବିଜୟ ଘରଭିତରେ ପଶି ଖୋଜା ଖୋଜି କରିବା ସମୟରେ ଉଲଗ୍ନ ହୋଇ ଝିଅଟି ଖଟରେ ସୋଇଥିବାର ଦେଖିଥିଲେ ଝିଅକୁ ଉଦ୍ଧାର କରିବା ସହ ସଙ୍ଗେ ସଙ୍ଗେ ପୋଲିସ୍ କୁ ଖବର ଦିଆଯାଇଥିଲା ,ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବିଜୟକୁ ଥାନାକୁ ନେଇ ଅଟକ ରଖିଥିଲା। ଝିଅଟିର ବାପା ବିଜୟ ନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେସ୍ ନମ୍ବର ୫୩/୧୯ ଦଫା ୩୬୩/୩୩୬/୩୭୬ /୨ଏନ୍ ୩୩୨/୫୦୬ଆକଟ୍ରରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ବିଜୟକୁ ଡାକ୍ତରୀ ମାଇନା କରିସାରିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।
ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଜେଲ୍ ଗଲା ଯୁବକ
|
March 14, 2019 |