ରାଉରକେଲା, ୧୯/୧୨/୨୦୨୦ (ସନ୍ଧାନ ନିଉଜ): ରାଉରକେଲାର ବିଭିନ୍ନ ଅଂଚଳ ସମେତ ଦକ୍ଷିଣ ରାଉରକେଲାର ଦେଓଗାଁ, ସାରଦନଗରୀ ସମେତ ଅନ୍ୟାନ କଲୋନୀ ଓ ବସ୍ତି ଅଂଚଳରେ କରୋନା ସଚେତନତା ରଥ ପରିକ୍ରମା କରାଯାଉଛି । ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ରଥ ପରିକ୍ରମା କରାଯାଇ ଡାକବାଜି ଯନ୍ତ୍ର ଦ୍ୱାରା କରୋନା ସଚେତନତା ବାର୍ତା ପ୍ରେରଣ କରାଯାଇଥିଲା । ଏହି ରଥ ରାଉରକେଲାରର ପ୍ରମୁଖ ଛକ, ବଜାର ମାନଙ୍କରେ କିଛି ସମୟ ଅଟକି ଜନସାଧାରଣଙ୍କୁ କରୋନାର ଭୟାବହତା ବିଷୟରେ ସତର୍କ କରିବା ସହିତ ସୁରକ୍ଷାର ବାର୍ତା ବଂଟନ କରିଥିଲା । ପ୍ରକାଶ ଥାଉକି, ରାଜ୍ୟର ସୁନ୍ଦଗଗଡ଼ ଜିଲାରେ ଏଯାଏ କରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ହୋଇନାହିଁ, ଅପରପକ୍ଷରେ ଦକ୍ଷିଣ ରାଉରକେଲାରେ ଅମାନିଆ ଯୁବଗୋଷ୍ଠୀ ମାନେ କୋଭିଡ଼ ନିୟମକୁ ଉଲ୍ଲଘଂନ କରୁଥିବା ବେଳେ, ହାଟ ଓ ଦୋକାନ ବଜାରରେ ଲୋକେ ଅଯଥାରେ ଗହଳି କରୁଛନ୍ତି । କରୋନା କବଳରୁ ରକ୍ଷା ପାଇବାକୁ ହେଲେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।
ଶିଳ୍ପ ରାଜଧାନୀରେ ଗଡ଼ିଲା କରୋନା ସଚେତନତା ରଥ
|
December 19, 2020 |