ଶିମିଳିପାଳରୁ ମୁହଁ ମୋଡ଼ିଲେଣି ପର୍ଯ୍ୟଟକ

Spread the love

ବାରିପଦା, 12.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ମୟୂରଭଞ୍ଜ ଜିଲ୍ଲାରେ ରହିଛି ପର୍ଯ୍ୟଟନଶିଳ୍ପ ପାଇଁ ଅପୂର୍ବ ସମ୍ଭାର ଶିମିଳିପାଳର ଘଞ୍ଚ ବନାନୀ, ବ୍ୟାଘ୍ର ପ୍ରକଳ୍ପ,ଭୀମକୁଣ୍ଡ, ଦେବକୁଣ୍ଡ, ସୀତାକୁଣ୍ଡ, ସମୀବୃକ୍ଷ, ରାମତୀର୍ଥ, ଖିଚ୍‌ର ପ୍ରସିଦ୍ଧକିଚକେଶ୍ବରୀ ମନ୍ଦିର ଆଦି ୧୯ରୁ ଅଧିକ ସରକାରୀ ମାନ୍ୟତାପ୍ରାପ୍ତପର୍ଯ୍ୟଟନସ୍ଥଳୀ ରହିଛି। ଏହି ସବୁ ସ୍ଥାନକୁ ବର୍ଷତମାମ ଛୁଟିଆସନ୍ତି ଲକ୍ଷଲକ୍ଷ ପର୍ଯ୍ୟଟକ ହେଲେ ଜିଲ୍ଲାକୁ  ଯେତିକି ପର୍ଯ୍ୟଟକଙ୍କ ଆସୁଛନ୍ତିସେହି ତୁଳନାରେ ସେମାନେଶିମିଳିପାଳକୁ ଯାଉନାହାନ୍ତି। ଗତ୫ ବର୍ଷର ତଥ୍ୟକୁ ନଜର ଦେଲେମୟୂରଭଞ୍ଜ ଯେ ପର୍ଯ୍ୟଟକଙ୍କପସନ୍ଦର ଜିଲ୍ଲା ଏହା ସ୍ପଷ୍ଟ।ହେଲେ ଶିମିଳିପାଳ କିନ୍ତୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରୁନି।ତଥ୍ୟ ଅନୁଯାୟୀ, ୨୦୧୫ ମସିହାରେ ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟତଥା ରାଜ୍ୟ ବାହାରୁ ୧୧, ୮୯, ୬୩୬ ଓ ୬୪ ବିଦେଶୀ ପର୍ଯ୍ୟଟକଆସିଥିଲେ। ଏଥିରୁ ଶିମିଳିପାଳକୁ ଆସିଥିଲେ ୩୪, ୧୮୨ ପର୍ଯ୍ୟଟକ(୧୬ ବିଦେଶୀ)। ସେହିପରି ୨୦୧୬ରେ ଏହି ସଂଖ୍ୟା ୧୭, ୪୧ ପ୍ରତିଶତବୃଦ୍ଧି ପାଇଥିଲା। ଜିଲ୍ଲାକୁ ମୋଟ ୧୩, ୯୬, ୬୭୯ ଭାରତୀୟ ଓ ୧୪୭ବିଦେଶୀ ପର୍ଯ୍ୟଟକ ଆସିଥିଲେ। ହେଲେ ଶିମିଳିପାଳକୁ ମାତ୍ର ୨୩, ୩୯୩ଭାରତୀୟ ଓ ୨୫ ବିଦେଶୀ ଆସିଥିଲେ। ୨୦୧୭ରେ ଜିଲ୍ଲାକୁ ଆସିଥିବାପର୍ଯ୍ୟଟକଙ୍କ ସଂଖ୍ୟା ପୁଣି ୧୩.୧୨ ପ୍ରତିଶତ ବୃଦ୍ଧି ପାଇଥିଲା। ମୋଟ୍୧୫, ୭୯, ୯୨୦ ଭାରତୀୟ ଓ ୧୨୫ ବିଦେଶୀ ପର୍ଯ୍ୟଟକ ଆସିଥିଲେ।ଶିମିଳିପାଳ ବୁଲିଥିଲେ ୩୨, ୫୨୮ ଭାରତୀୟ ଓ ୪୨ ବିଦେଶୀ ୧୧ପର୍ଯ୍ୟଟକ। ୨୦୧୮ରେ ଏହି ସଂଖ୍ୟା ୨.୪୪ପ୍ରତିଶତ ବୃଦ୍ଧି ପାଇ ଜିଲ୍ଲାକୁ ୧୬, ୧୮, ୫୩୪ ଭାରତୀୟଓ ୧୨୨ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେଶିମିଳିପାଳକୁ ୩୪, ୪୩୪ ଭାରତୀୟ ଓ ୧୮ ବିଦେଶୀଆସିଥିଲେ। ୨୦୧୯ରେ ୬.୭୪ ପ୍ରତିଶତ ବୃଦ୍ଧି ଘଟିଜିଲ୍ଲାକୁ ୧୭, ୨୭, ୬୦୬ ଭାରତୀୟ ଓ ୧୪୩ ବିଦେଶୀପର୍ଯ୍ୟଟକ ଆସିଥିଲେ। ଶିମିଳିପାଳକୁ ୩୨ ହଜାର ୭୩୪ଭାରତୀୟ ଓ ୨୪ ବିଦେଶୀ ପର୍ଯ୍ୟଟକ ଆସିଥିବାରପର୍ଯ୍ୟଟନ ବିଭାଗ ସୂଚନା ଦେଇଛି। ୨୦୧୫ ତୁଳନାରେ୨୦୧୯ରେ ଜିଲ୍ଲାକୁ ପାଖାପାଖି ସାଢ଼େ ୫ ଲକ୍ଷରୁଅଧିକ ପର୍ଯ୍ୟଟକ ଆସିଥିଲେ। ହେଲେ ସେହି ତୁଳନାରେଶିମିଳିପାଳକୁ ପାଖାପାଖି ଦେଢ଼ ହଜାର କମ୍ ପର୍ଯ୍ୟଟକଆସିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଶିମିଳିପାଳକୁ ଉଷ୍ଟ ଓଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁକୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଭିନ୍ନ ଆନୁସଙ୍ଗିକବ୍ୟବସ୍ଥା ହୋଇଛି। କିନ୍ତୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାବଦଳରେ କମିଛି।ତଥ୍ୟ କହୁଛି; ସର୍ବାଧିକ ପର୍ଯ୍ୟଟକ ଖିଚ୍‌କୁ ଆସୁଛନ୍ତି।୨୦୧୫ରେ ୨ଲକ୍ଷ ୫ ହଜାର ୮୩୯, ୨୦୧୬ରେ୨ ଲକ୍ଷ ୨୭ ହଜାର ୮୫୦, ୨୦୧୭ରେ ୨ଲକ୍ଷ ୩୯ହଜାର ୬୨୦, ୨୦୧୮ରେ ୨ଲକ୍ଷ ୪୨ ହଜାର ୮୭୬ଓ ୨୦୧୯ରେ ସର୍ବାଧିକ ୨ଲକ୍ଷ ୬୪ ହଜାର ୪୧୬ପର୍ଯ୍ୟଟକ ଆସିଛନ୍ତି ଖିଚି।ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ମେଘାସନୀ,ବରେହିପାଣି, ଗୁଡ଼ୁଗୁଡ଼ିଆ, ଚହଲା, ଜୋରନ୍ଦା ଆଦିସୁନ୍ଦର ସୁନ୍ଦର ସ୍ଥାନ ରହିଛି। ବିଶିଷ୍ଟ ଉଭିଦ ବିଶେଷଜ୍ଞଡ, ଗୋପୀନାଥ ପାଣିଗ୍ରାହୀଙ୍କ ଅନୁସନ୍ଧାନରୁ ଜଣାପଡ଼େ,ଓଡ଼ିଶାରେ ଦେଖାଯାଉଥିବା ୩ ହଜାରରୁ ଅଧିକ ପ୍ରକାରରବୃକ୍ଷ ମଧ୍ୟରୁ କେବଳ ଶିମିଳିପାଳ ପର୍ବତମାଳାରେ ୧୨ଶହରୁ ଅଧିକ ବୃକ୍ଷ ରହିଛି। ବର୍ତ୍ତମାନ ସୁଦ୍ଧା ଆବିଷ୍କାରହୋଇଥିବା ୧୨୩ ପ୍ରକାରର ମହାଙ୍ଗ (ଅକିଡ୍) ମଧ୍ୟରୁଶିମିଳିପାଳରେ ୯୩ ପ୍ରକାରର ମଦାଙ୍ଗ ରହିଛି। ପୁଣିମେଘାସନୀରେ ଦେଖାଯାଉଥିବା ମଦାଙ୍ଗ ଅନ୍ୟ କୌଣସିଅଞ୍ଚଳରେ ଦେଖିବାକୁ ମିଳିଥାଏ। ଏହା ବ୍ୟତୀତ ୧୫୦ପ୍ରକାରର ବନ ଔଷଧୀର ଗନ୍ତାଘର ଶିମିଳିପାଳଐତିହାସିକ ଓ ପ୍ରତ୍ନତତ୍ତ୍ଵ ବିଶାରଦଙ୍କ କହିବା କଥା;ଶିମିଳିପାଳ ପର୍ବତମାଳା ଦକ୍ଷିଣ ଭାରତର ପୁରାଣ ପ୍ରସିଦ୍ଧଓ ଐତିହାସିକ ଗଣ୍ଡୱାନା ଉପତ୍ୟକାର ଶ୍ରେଣୀଭୁକ୍ତ। ତେଣୁଏହାର ବୟସ ୧୨୦୦ ନିୟୁତ ବର୍ଷରୁ ଅଧିକ ବୋଲିଅନୁମାନ କରାଯାଉଛି। ଏମିତି ଅନେକ ପରିଚୟ ରହିଛିଶିମିଳିପାଳର। ତେଣୁ ବିଭିନ୍ନ ବର୍ଗର ଲୋକଙ୍କୁ ଆକୃଷ୍ଟକରିବାର କ୍ଷମତା ରଖିଛି ଶିମିଳିପାଳ ହେଲେ ପ୍ରକୃତିରଏହି ନୈସର୍ଗିକ ସ୍ଥାନକୁ ଗତ କିଛି ବର୍ଷ ହେଲା ପର୍ଯ୍ୟଟକନଆସିବା ରାଜ୍ୟ ପର୍ଯ୍ୟଟନ ବିଭାଗର କାର୍ଯ୍ୟଦକ୍ଷତା ଓଦୂରଦୃଷ୍ଟିହୀନ ଯୋଜନାକୁ ଦର୍ଶାଉଛି।

Related Posts

About The Author

Add Comment