ଯାଜପୁର ସଦର, ୦୭ା୦୨: ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ଅନ୍ତର୍ଗତ ସାହାସପୁର ପଂଚାୟତ ଏରବାଙ୍କ ପର୍ଯ୍ୟନ୍ତ ଶିବାଛକ ଠାରୁ ରୁଦ୍ରପୁର ପୋଲ ପର୍ଯ୍ୟନ୍ତ ନଦୀ ଏବଂ କଂକ୍ରିଟ ରାସ୍ତା ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଚି । କୋଟି କୋଟି ଟଙ୍କା ରାଜ୍ୟସରକାର ଦେଉଥିବା ବେଲେ, ଏହି ତିନୋଟି ପଂଚାୟତରେ ଯାଉଥିବା ରାସ୍ତାର ଅବସ୍ଥା କହିଲେ ନସରେ ଏହି ରାସ୍ତା ଉପରେ କଲେଜ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ହଜାର ହଜାର ଲୋକ ରାସ୍ତା ଉପରେ ନିର୍ଭର କରନ୍ତି ଦଳେଇ ସାହି ଠାରୁ ଯାଇଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଚି । ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଏହି ରାସ୍ତା ଉପରେ ନଜର ଦେବାଲାଗି ସାଧାରଣରେ ଦାବି ହେଉଚି । ୩ଟି ପଂଚାୟତରେ ରୁଦ୍ରପୁର ପୋଲରୁ ଆସିଥିବା ଆରଡି ରାସ୍ତା କାହିଁକି କରାଯାଉନାହିଁ ଏଦିଗରେ ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଦୃଷ୍ଟି ଦେବା ସହିତ ସ୍ଥାନୀୟ ବିଧାୟୀକ ସୁନନ୍ଦା ଦାସ ଦୃଷ୍ଟି ଦେବାଲାଗି ସାଧାରଣରେ ଦାବି ହେଉଚି । ଏହି ରାସ୍ତା ଉପରେ ଯାନବାହାନ ଯାଉଥିବା ବେଳେ, ରୁଦ୍ରପୁର ବନ୍ଧରାସ୍ତର ଅବସ୍ଥା କହିଲେ ନସରେ । କଂକ୍ରିଟ ଗୁଡ଼ିକ ପିଚୁରୁ ବାହାରି ଯିବା ସହିତ ବଡ଼ବଡ଼ ଗାତ ମାନ ସୃଷ୍ଟି ହୋଇଚି । ଯାହା ଫଳରେ ଜନସାଧାରଣ ଯିବାଲାଗି ଅସୁବିଧାର ସମ୍ମୁଖିନ ହଉଛନ୍ତି ।
ଶିବାଛକ ଠାରୁ ରୁଦ୍ରପୁର ପୋଲ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଚି
|
February 11, 2024 |



