ଶିକ୍ଷୟିତ୍ରୀଙ୍କ ବିୟୋଗରେ ଶିକ୍ଷକ ସମାଜ ତରଫରୁ ଶୋକ

Spread the love

ମୟୂରଭଞ୍ଜ, ୦୫/୦୬/୨୦୨୧ (ସନ୍ଧାନ ନିଉଜ) : ମୟୂରଭଞ୍ଜ ଜିଲ୍ଲାର ବାପୁଜୀ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ କ୍ରିଷ୍ଣା କୁମାରୀ ପାଣିଗ୍ରାହୀଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି । ସେ ଅଳ୍ପ ଦିନର ଶିକ୍ଷକତା ମଧ୍ୟରେ ସମସ୍ତଙ୍କର ପ୍ରିୟଭାଜନ ହେବା ସହ ଜଣେ ଆଦର୍ଶ ଶିକ୍ଷୟତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ତାଙ୍କ ବୟୋଗରେ ମୟୂରଭଞ୍ଜ ଜଣେ ଦକ୍ଷ, ନିଷ୍ଠାପର ଶିକ୍ଷୟତ୍ରୀଙ୍କୁ ହରାଇଲା ବୋଲି ଶିକ୍ଷକ ସମାଜର ସଭାପତି ଡ. ସରୋଜ କୁମାର ନାୟକ, ପୃଷ୍ଠପୋଷକ ସଦସ୍ୟ ଅମିତାଭ ମିଶ୍ର, ଶିକ୍ଷକ ଜୟକୃଷ୍ଣ ନାୟକ, ଶିକ୍ଷକଏକାଦଶୀ ଦାସ ପ୍ରମୁଖ ମତବ୍ୟକ୍ତ କରିଛନ୍ତି । ସୂଚନା ଯୋଗ୍ୟ ଶ୍ରୀମତୀ ପାଣିଗ୍ରାହୀ ପ୍ରାରମ୍ଭରେ କିଛି ଦିନ ମହାବିଦ୍ୟାଳୟରେ ଅଧ୍ୟାପନା କାର୍ଯ୍ୟ କରିଥିଲେ ।

Related Posts

About The Author

Add Comment