ଧର୍ମଶାଳା, ୧୮/୧୨ (ମାନସରାଉତ/ସନ୍ଧାନ ନିୟୁଜ) ଆଜିର ଯୁଗରେ ମନୁଷ୍ୟ ହେଉଛନ୍ତି ଛେଳିର ଦାମ ଠାରୁ କମ । ଶିକ୍ଷା ଜିବକା ପାଇଁ ନୁହେଁ ବରଂ ଜୀବନ ପାଇଁ ହେବା ଆବଶ୍ୟକ । ଆମେ ସମସ୍ତେ ଧର୍ମ ଧର୍ମ ନାମରେ ନଲଢ଼ି ଆଜିର ଯୁଗରେ ନିରକ୍ଷରତା ପାଇଁ ଲଢ଼ିବା ଆବଶ୍ୟକ ବୋଲି ନୀଳସୁନ୍ଦର ସରକାରୀ ଉଚ୍ଚବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀ ଉଦଯାପନୀ ସମାରୋହରେ ଯେଗାଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ।
ପୁରାତନ ଛାତ୍ର ସଭାପତି ବିଜୟ କୁମାର ରାମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ ବଳନ୍ତରାୟ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପଣ୍ଡିତ ତଥା ଏମବିସି ଟିଭି ମୁଖ୍ୟ ସମ୍ପାଦକ ବିଶ୍ୱନାଥ ଶତପଥୀ ଯୋଗଦେଇ ଉପରୋକ୍ତ ମତଦେବା ସହିତ ମହାଭରତ, ଭାଗବତ ଆଦି ବିିଭିନ୍ନ ପୁରାଣରୁ ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜରିନା ବେଗମ ଯୋଗଦେଇ ବେଦ ପୁରାଣ ଏବଂ ଜଗନ୍ନାଥ ସଂସ୍କୃତି ସମସ୍ତଙ୍କୁ ଭଲପାଇବା ଶିକ୍ଷାଉଛି ଆଉ ଆମର ଜାତି ମନୁଷ୍ୟ ଏବଂ ଧର୍ମ ମାନବ ଧର୍ମ ବୋଲି ମତଦେଇ ଛାତ୍ରଛାତ୍ରୀଙ୍କୁ ଜୀବନରେ ଜଣେ ଜଣେ ଭଲ ମନୁଷ୍ୟ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଚଳଛିତ୍ର ଅଭିନେତ୍ରୀ ଭୂମିକା ଦାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମନୋରଂଜନ କରିଥିଲେ । ଏଥିରେ ପୁରାତନ ଛାତ୍ର ସଂସଦର ଅଧ୍ୟକ୍ଷ ଶ୍ରୀବାସ ଜେନା ଯୋଗଦେଇଥିବା ବେଳେ ସରପଂଚ ଦିବାକର ବେହେରା, ଶିଶୁ ସାହିତି୍ୟକ ପ୍ରିୟନାଥ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ । ସମ୍ପାଦକ ଅଧ୍ୟାପକ ଅରୁଣ ନାୟକ ମଂଚ ପରିଚାଳନା କରିଥିଲେ ।
ଏହି ଅବସରରେ ବିଦ୍ୟାଳୟ ଗଢ଼ିବାରେ ଭୂମିକା ଥିବା ସ୍ୱର୍ଗରୋହଣ କରିଥିବା ବହୁ ବିଶ୍ୱଷ୍ଠ ଲୋକମାନଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଏହାକୁ ତାଙ୍କର ପରିବାର ବର୍ଗ ସଦସ୍ୟ ଗ୍ରହଣ କରିଥିଲେ । ଏହି ଅବସରରେ ଡିବେଟ୍ରେ ସ୍ଥାନୀୟ କଦଳା ଗ୍ରାମର ଛାତ୍ରୀ ସଲମାଶ୍ରୀ ବେହୁରା ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ସେହିପରି ଗଣଦୌଡ ଏବଂ ଅନ୍ୟନ କ୍ରୀଡାରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ଏବଂ ଅନ୍ୟ ପ୍ରତିଭା ମାନଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା ।